ପ୍ରଫେସରଙ୍କ ଘରେ ସିବିଆଇ

ସମ୍ବଲପୁର, ୪।୨(ପ୍ରମୋଦ ବହିଦାର): ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚିଛନ୍ତି। ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ସିବିଆଇ  ପହଞ୍ଚିଥିବା ସୂଚନା ମିଳିଛି। ନାକ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚଥିବା ଜଣାପଡ଼ିଛି। ମାମଲାର ଖୋଳତାଡ଼ ପାଇଁ ମଙ୍ଗଳବାର ପୁଣିଥରେ ସିବିଆଇର ଉକ୍ତ ୨ ଜଣିଆଦଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କ ସହ ଆସି ପୂର୍ବରୁ ସିଲଥିବା ଘରକୁ ଖୋଲି ଯାଞ୍ଚ କରିଥିଲେ। ଏହି ସମୟରେ ଘରେ ଥିବା ବୁଲୁଙ୍କ ସାନଭାଇ ବିମଲ ମହାରଣାଙ୍କ […] The post ପ୍ରଫେସରଙ୍କ ଘରେ ସିବିଆଇ appeared first on Dharitri Odia News.

ପ୍ରଫେସରଙ୍କ  ଘରେ ସିବିଆଇ
ସମ୍ବଲପୁର, ୪।୨(ପ୍ରମୋଦ ବହିଦାର): ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚିଛନ୍ତି। ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ସିବିଆଇ  ପହଞ୍ଚିଥିବା ସୂଚନା ମିଳିଛି। ନାକ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚଥିବା ଜଣାପଡ଼ିଛି। ମାମଲାର ଖୋଳତାଡ଼ ପାଇଁ ମଙ୍ଗଳବାର ପୁଣିଥରେ ସିବିଆଇର ଉକ୍ତ ୨ ଜଣିଆଦଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କ ସହ ଆସି ପୂର୍ବରୁ ସିଲଥିବା ଘରକୁ ଖୋଲି ଯାଞ୍ଚ କରିଥିଲେ। ଏହି ସମୟରେ ଘରେ ଥିବା ବୁଲୁଙ୍କ ସାନଭାଇ ବିମଲ ମହାରଣାଙ୍କ ଉପସ୍ଥିତିରେ ଘରକୁ ପ୍ରାୟ ଅଢ଼େଇ ଘଣ୍ଟାଧରି ତନ୍ନତନ୍ନ କରି ଫେରି ସିବିଆଇ ଯାଞ୍ଚକାରୀ ଦଳ ଫେରି ଯାଇଛନ୍ତି।
ବୁଲୁଙ୍କ ଭାଇ ବିମଳଙ୍କ କହିବା ଅନୁସାରେ ଘରେଥିବା ତିନୋଟି ଆଲମାରୀରେ ଥିବା କାଗଜପତ୍ରକୁ କେବଳ ଯାଞ୍ଚ କରିଥିଲେ। ସାଙ୍ଗରେ କିଛି ନେଇ ନାହାନ୍ତି ବା କିଛି ଜବତ ମଧ୍ଯ କରି ନାହାନ୍ତି ବୋଲି କହିଛନ୍ତି ବିମଳ। ଅପରପକ୍ଷରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ବିଧୁଭୁଷଣ ମିଶ୍ର ମଧ୍ଯ ଅନୁରୂପ ଭାବେ ତଙ୍କୁ ଔପଚାରିକ ସାକ୍ଷାତକାର କରି ବୁଲୁଙ୍କ ଘରେ ଯାଞ୍ଚ କରିବା ଆସିଛନ୍ତି ବୋଲି କହିବା ଛଡ଼ା ସିବିଆଇ ଆଉ କଛି କହିନାହାନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର) ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ସମେତ ନାକ୍‌ ନିରୀକ୍ଷଣ କମିଟିର ୬ ସଦସ୍ୟ ଏହି ଇନ୍‌ସ୍ପେକ୍ସନ ଟିମ୍‌ରେ ରହିଥିଲେ। ଅନ୍ୟମାନେ ହେଲେ କେଏଲ୍‌ଇଏଫ୍‌ କୁଳପତି ଜିପି ସରଧି ବର୍ମା, କେଏଲ୍‌ଇଏଫ୍‌ର ଉପସଭାପତି କୋନେରୁ ରାଜା ହରିନ୍‌, କେଏଲ୍‌ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦ କ୍ୟାମ୍ପସର ନିର୍ଦ୍ଦେଶକ ଏ ରାମକ୍ରିଷ୍ଣା, ନାକ୍‌ ପିୟର ନିରୀକ୍ଷଣ କମିଟି ଅଧ୍ୟକ୍ଷ ତଥା ରାମଚନ୍ଦ୍ର ଚନ୍ଦ୍ରବଂଶୀ ବିଶ୍ୱବିଦ୍ୟାଳୟ କୁଳପତି ସମରେନ୍ଦ୍ର ନାଥ ଶାହା,

ସଂଯୋଜକ କମିଟି ସଦସ୍ୟ ତଥା ଜେଏନ୍‌ୟୁ ପ୍ରଫେସର ରାଜୀବ ଶିଜାରିଆ, କମିଟି ସଦସ୍ୟ ତଥା ଭାରତ ଆଇନ ପ୍ରତିଷ୍ଠାନ ଡିନ୍‌ ଡ. ଡି ଗୋପାଲ, ଭୋପାଳ ଜାଗରଣ ଲେକସିଟି ବିଶ୍ୱବିଦ୍ୟାଳୟ ଡିନ୍‌ ରାଜେଶ ସିଂ ପାୱାର, ଜିଏଲ ବଜାଜ ପ୍ରଯୁକ୍ତି ଓ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ନିର୍ଦ୍ଦେଶକ ମାନସ କୁମାର ମିଶ୍ର ଏବଂ କମିଟି ସଦସ୍ୟ ତଥା ଦେବଗିର ବିଶ୍ୱବିଦ୍ୟାଳୟର ପ୍ରଫେସର ଗାୟତ୍ରୀ ଦେବରାଜା। ପରିଦର୍ଶନ ବେଳେ ସେମାନଙ୍କ ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅନ୍ୟ ୪ ଅଧିକାରୀ କେଏଲ୍‌ଇଏଫ୍‌ ସଭାପତି କୋନେରୁ ସତ୍ୟନାରାୟଣ, କମିଟିର ପୂର୍ବତନ ସହପରାମର୍ଶଦାତା ଡ.ଏଲ୍‌ ମଞ୍ଜୁନାଥ ରାଓ, ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ପ୍ରଫେସର ଏମ୍‌ ହନମନ୍ଥାପ୍ପା ଏବଂ କମିଟି ପରାମର୍ଶଦାତା ଏମ୍‌.ଏସ୍‌ ଶ୍ୟାମସୁନ୍ଦର ରହିଥିଲେ। ସେହି ସମୟରେ ନାକ୍‌ ଏ++ଏସି ମାନ୍ୟତା ପାଇଁ ଡିଲ୍‌ ହୋଇଥିଲା। ର଼୍ୟାଙ୍କିଙ୍ଗ୍‌ ପାଇଁ ଅବଶ୍ୟକ ମାପଦଣ୍ଡ ପୂରଣ କରୁ ନ ଥିବା ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସେମାନଙ୍କ ଦାବି ଅନୁସାରେ ଦାମୀ ଆଇଫୋନ୍‌ ଓ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରାଯାଇଥିଲା। ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ଚାଲିଥିବା ଖବର ପାଇ ସିବିଆଇ ଟିମ୍‌ ସେଠାରେ ପହଞ୍ଚତ୍ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ରାତିରେ ବୁଲୁଙ୍କ ଘରେ ଓ ଜ୍ୟୋତି ବିହାର କ୍ୟାମ୍ପସ୍‌ସ୍ଥିତ ଅଫିସ ରୁମ୍‌ରେ ମଧ୍ୟ ଚଢ଼ାଉ କରାଯାଇଛି। ନାକ୍‌ ଟିମ୍‌କୁ ଲାଞ୍ଚ ଟଙ୍କା ଦିଆଯାଇଥିବା ନେଇ କେତେକ ଦସ୍ତାବିଜ ସହ ଟଙ୍କା, ସୁନା, ମୋବାଇଲ ଫୋନ୍‌, ଲାପ୍‌ଟପ ଆଦି ଯାଞ୍ଚ ବେଳେ ଠାବ ହୋଇଥିଲା। ସିବିଆଇ ସେଗୁଡ଼ିକୁ ଜବତ କରିଛି। କେବଳ ସମ୍ବଲପୁର ନୁହେଁ, ଚେନ୍ନାଇ, ବେଙ୍ଗାଲୁରୁ, ବିଜୟଓ୍ବାଡା, ପାଲାମୁ, ସମ୍ବଲପୁର, ଭୋପାଳ, ବିଳାସପୁର, ଗୌତମବୁଦ୍ଧନଗର ଓ ନୂଆଦିଲ୍ଲୀ ସମେତ ମୋଟ ୨୦ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି।
ପ୍ରଫେସର ବୁଲୁ ମହାରଣାଙ୍କୁ ଗିରଫ କରିବା ପରେ ସିବିଆଇ ଅଧିକାରୀମାନେ ଶନିବାର ରାତିରେ ସମ୍ବଲପୁର ବୁର୍ଲା ଜ୍ୟୋତିବିହାରସ୍ଥିତ ତାଙ୍କ ସରକାରୀ ବାସଭବନ (କ୍ୱାର୍ଟର୍ସ ନଂ.୫) ସମ୍ମୁଖରେ ନୋଟିସ୍‌ ଲଗାଇ ସିଲ୍‌ କରିଛନ୍ତି। ଘଟଣା ସମ୍ପର୍କରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ନାକ୍‌ କମିଟି ସଦସ୍ୟ ତଥା ଲାଇବ୍ରେରୀ ସାଇନ୍ସ ବିଭାଗ ମୁଖ୍ୟ ପ୍ରଫେସର ଡ. ମହାରଣାଙ୍କୁ ଅଟକ ରଖାଯାଇଥିବା ନେଇ ଶନିବାର ସିବିଆଇ ପକ୍ଷରୁ ତାଙ୍କୁ ଅବଗତ କରାଯାଇଛି।

 

The post ପ୍ରଫେସରଙ୍କ ଘରେ ସିବିଆଇ appeared first on Dharitri Odia News.