ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ
ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଖଲିଆପାଲି ଗ୍ରାମରେ। ଗ୍ରାମର ସମ୍ପତ୍ତି ସାହୁଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଫଳରେ ଏକ ଭଙ୍ଗାଦଦରା ମାଟିଘରେ ପରିବାରର ୫ ସଦସ୍ୟ ଜୀବନ ବିତାଉଛନ୍ତି। ଏପରିସ୍ଥଳେ ବୁଧବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। ପରିବାର ଲୋକେ […] The post ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ appeared first on Dharitri Odia News.
ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଖଲିଆପାଲି ଗ୍ରାମରେ। ଗ୍ରାମର ସମ୍ପତ୍ତି ସାହୁଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଫଳରେ ଏକ ଭଙ୍ଗାଦଦରା ମାଟିଘରେ ପରିବାରର ୫ ସଦସ୍ୟ ଜୀବନ ବିତାଉଛନ୍ତି। ଏପରିସ୍ଥଳେ ବୁଧବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। ପରିବାର ଲୋକେ ଶୋଇଥିବା ସମୟରେ ହଠାତ୍ ମାଟି କାନ୍ଥ ଭୁଶୁଡିପଡିଥିଲା। ପରିବାର ଲୋକେ ବାହାରକୁ ଆସି କୌଣସିମତେ ଜୀବନ ବଞ୍ଚାଇଛନ୍ତି।
ସମ୍ପତ୍ତିଙ୍କ କହିବା କଥା ଘର ଖଣ୍ଡିଏ ପାଇଁ ବିଡ଼ିଓ ଓ ସରପଞ୍ଚଙ୍କ ପାଖକୁ ଯାଇ ଗୁହାରି କରିଥିଲେ ମଧ୍ୟ କିଛି ସୁବିଧା ମିଳି ନାହିଁ। ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଆବାସ ଘର ଯୋଗାଇ ଦେବାକୁ ଦାବି ହେଉଛି।
The post ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ appeared first on Dharitri Odia News.