ସାମ୍ନାକୁ ଆସିଲା ଚାଇନାର ଅସଲ ଚେହେରା: ଭାରତ ବିରୋଧରେ କରୁଛି ଭିତିରିଆ ଷଡଯନ୍ତ୍ର
ନୂଆଦିଲ୍ଲୀ,୧୪।୧୦:ଭାରତ-ଚାଇନା ସୀମାରେ ଲାଗିରହିଥିବା ଉତ୍ତେଜନା ହ୍ରାସ ଲାଗି ଗୋଟିଏ ପଟେ କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଅନ୍ୟପଟେ ବେଜିଂ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ପାର୍ଶ୍ୱ ନିକଟରେ ବିଶାଳ ବସ୍ତି ନିର୍ମାଣ କରୁଥିବା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଏଥିରେ ନିର୍ମିତ ହୋଇଥିବା ଶତାଧିକ ବିଲ୍ଡିଂ ସାମରିକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରେ। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଯେଉଁ ସ୍ଥାନରେ ମୁହଁାମୁହିଁ ହୋଇଥିଲା, ତାହାଠାରୁ ୩୮ କିଲୋମିଟର ଦୂରରେ ଏହି ବସ୍ତି ନିର୍ମାଣ କରାଯାଉଥିବାରୁ […] The post ସାମ୍ନାକୁ ଆସିଲା ଚାଇନାର ଅସଲ ଚେହେରା: ଭାରତ ବିରୋଧରେ କରୁଛି ଭିତିରିଆ ଷଡଯନ୍ତ୍ର appeared first on Dharitri Odia News.
ନୂଆଦିଲ୍ଲୀ,୧୪।୧୦:ଭାରତ-ଚାଇନା ସୀମାରେ ଲାଗିରହିଥିବା ଉତ୍ତେଜନା ହ୍ରାସ ଲାଗି ଗୋଟିଏ ପଟେ କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଅନ୍ୟପଟେ ବେଜିଂ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ପାର୍ଶ୍ୱ ନିକଟରେ ବିଶାଳ ବସ୍ତି ନିର୍ମାଣ କରୁଥିବା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଏଥିରେ ନିର୍ମିତ ହୋଇଥିବା ଶତାଧିକ ବିଲ୍ଡିଂ ସାମରିକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରେ। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଯେଉଁ ସ୍ଥାନରେ ମୁହଁାମୁହିଁ ହୋଇଥିଲା, ତାହାଠାରୁ ୩୮ କିଲୋମିଟର ଦୂରରେ ଏହି ବସ୍ତି ନିର୍ମାଣ କରାଯାଉଥିବାରୁ ଏହାକୁ ଚାଇନା ସେନା ଆଗୁଆ ଘାଟି ଭାବେ ବ୍ୟବହାର କରିପାରେ।
ବିଶ୍ୱର ସର୍ବୋଚ୍ଚ ଲୁଣିଜଳ ହ୍ରଦ ପାଙ୍ଗୋଙ୍ଗ ସୋ ଭାରତ ଦାବି କରୁଥିବା ଅଞ୍ଚଳ ବାହାରେ ଅବସ୍ଥିତ। ତେବେ ଭାରତ ଏବଂ ତିବ୍ବତ ମଧ୍ୟରେ ଅବସ୍ଥିତ ଏହି ଅଞ୍ଚଳକୁ ନେଇ ସୀମା ବିବାଦ ରହିଛି। ଗତ ୯ ତାରିଖରେ ଆମେରିକାର ମାକ୍ସାର ଟେକନୋଲୋଜି ଉକ୍ତ ଉକ୍ତ ଉପଗ୍ରହ ଚିତ୍ର ହାସଲ କରିଛି, ଯେଉଁଠି ପ୍ରାୟ ୧୭ ହେକ୍ଟର ଜମି ଉପରେ ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ସମୁଦ୍ର ପତ୍ତନଠାରୁ ୪,୩୪୭ ମିଟର ଉଚ୍ଚରେ ୟେମାଗୋଉ ରୋଡ୍ ନିକଟରେ ଉକ୍ତ ଅଞ୍ଚଳ ରହିଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବହୁ ଉପକରଣ ସେଠାରେ ରହିଛି। ଆବାସିକ ଗୃହ ଏବଂ ବୃହତ୍ ପ୍ରଶାସନିକ ବିଲ୍ଡିଂ ସମେତ ଶତାଧିକ ଗୃହ ନିର୍ମାଣ ହେଉଥିବା ତକ୍ଷଶିଳା ଇନ୍ଷ୍ଟିଚ୍ୟୁଟ୍ର ଜିଓସ୍ପାଟିଆଲ ରିସର୍ଚ୍ଚ ପ୍ରୋଗ୍ରାମ ମୁଖ୍ୟ ପ୍ରଫେସର ଓ୍ବାଇ. ନିଥିୟାନନ୍ଦମ୍ କହିଛନ୍ତି। ଏହାର ଦକ୍ଷିଣପୂର୍ବ କୋଣରେ ୧୫୦ ମିଟର ଦୀର୍ଘ ଏକ ଆୟତ୍ତାକାର ସ୍ଥାନ ରହିଥିବାରୁ ଏହାକୁ ହେଲିକପ୍ଟର ଉଡ଼ାଣ ପାଇଁ ବ୍ୟବହାର କରାଯାଇପାରେ ବୋଲି ଅନୁମାନ କରାଯାଉଛି। ସାଟେଲାଇଟ୍ ଚିତ୍ର ଅନୁଧ୍ୟାନରୁ ଯାହା ଜଣାପଡ଼ୁଛି, ହ୍ରଦ ଆଡ଼କୁ ଯାଇଥିା ଗଡ଼ାଣିଆ ନଦୀଶଯ୍ୟାରେ ଗତ ଏପ୍ରିଲ ଆରମ୍ଭରୁ ଏହି ନର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ନିର୍ମାଣକୁ ପ୍ରଶାସନିକ ଏବଂ ଅପରେଶନାଲ ଜୋନ୍ ଏଭଳି ଦୁଇଭାଗରେ ବିଭକ୍ତ କରାଯାଇଥିବା ଜଣାଯାଇଛି। ସେଠାରେ ଏକ ମହଲା ଏବଂ ଦୁଇ ମହଲା ବିଲ୍ଡିଂ ସାଙ୍ଗକୁ ଛୋଟ ଘରଗୁଡ଼ିକ ରହିଛି। ଦୁଇଟି ବୃହତ୍ ବିଲ୍ଡିଂକୁ ପ୍ରଶାସନିକ ଏବଂ ଷ୍ଟୋରେଜ୍ ପାଇଁ ବ୍ୟବହାର କରାଯାଇପାରେ। ଘରଗୁଡ଼ିକୁ ଏଭଳି ଲେ’ଆଉଟ୍ ଓ ଡିଜାଇନରେ ନିର୍ମାଣ କରାଯାଉଛି, ଯେପରିକି ଦୀର୍ଘମିଆଦୀ ଆକ୍ରମଣର କ୍ଷୟକ୍ଷତି କମ୍ ହେବ। ଉଚ୍ଚ ଶୃଙ୍ଗଗୁଡ଼ିକ ପଛ ପାର୍ଶ୍ୱରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ସାମରିକ ଉପଯୋଗ ପାଇଁ ବ୍ୟହହୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ପାଖ ଅଞ୍ଚଳରୁ ଉକ୍ତ ସ୍ଥାନକୁ ଦେଖିହେବ ନାହିଁ। ଏହାକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ, ଏହା ଏକ ଆଡ୍ହକ୍ ଫରଓ୍ବାଡ୍ ବେସ୍ ଭାବେ କାର୍ଯ୍ୟ କରିବ ଏବଂ ଚାଇନା ସେନାର ପ୍ରତିଆକ୍ରମଣ ସମୟକୁ ହ୍ରାସ କରିବ ବୋଲି ସାମରିକ ସୂତ୍ର ଅନୁମାନ କରିଛି।
The post ସାମ୍ନାକୁ ଆସିଲା ଚାଇନାର ଅସଲ ଚେହେରା: ଭାରତ ବିରୋଧରେ କରୁଛି ଭିତିରିଆ ଷଡଯନ୍ତ୍ର appeared first on Dharitri Odia News.