ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ର ହବ କୁହାଯାଉଥିବା କନ୍ଧମାଳଜିଲ୍ଲା ବାଲିଗୁଡାରୁ ମଧ୍ୟପ୍ରଦେଶ ଗଂଜେଇ ଚାଲାଣ ବେଳେ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ଏକ ମହିନ୍ଦ୍ରା ଗାଡିକୁ ଜବତ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ଏକ ମହିନ୍ଦ୍ରା କାର୍‌କୁ ପିଛା କରି ଲଣ୍ଡାଗାଁ ଛକରେ ଧରିଥିଲେ । ଯାଞ୍ଚ କରିବା ସମୟରେ କାର ଭିତରୁ ୫୦କେଜି ଗଞ୍ଜେଇ […] The post ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ appeared first on Odisha.News.

ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ର ହବ କୁହାଯାଉଥିବା କନ୍ଧମାଳଜିଲ୍ଲା ବାଲିଗୁଡାରୁ ମଧ୍ୟପ୍ରଦେଶ ଗଂଜେଇ ଚାଲାଣ ବେଳେ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ଏକ ମହିନ୍ଦ୍ରା ଗାଡିକୁ ଜବତ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ଏକ ମହିନ୍ଦ୍ରା କାର୍‌କୁ ପିଛା କରି ଲଣ୍ଡାଗାଁ ଛକରେ ଧରିଥିଲେ । ଯାଞ୍ଚ କରିବା ସମୟରେ କାର ଭିତରୁ ୫୦କେଜି ଗଞ୍ଜେଇ ଜବତ କରିବା ସହିତ ଗାଡ଼ି ଭିତରେ ବସିଥ‌ିବା ୩ ଜଣଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ରାଜେଶ ସୋନି(୩୨) ଘର ଛତିଶଗଡ଼ ରାଜ୍ୟ ର ବିଳାସପୁର, ରବି ରାଜ ସିଂ (୨୪) ଘର ମଧ୍ୟପ୍ରଦେଶ ରାଜ୍ୟର ସନ୍ତା ଜିଲାର ମାଧା ଗ୍ରାମ ଓ ସନ୍ଦୀପ ସିଂ ବେଘାଲ ମଧ୍ୟପ୍ରଦେଶ ଗ୍ରାମର ସନ୍ତା ଜିଲ୍ଲାର ଶୁକ୍ଲ ବର୍ଘାଧ୍ ଗ୍ରାମ ବୋଲି ଜଣାପଡ଼ିଛି । ଏମାନଙ୍କୁ ବାଲିଗୁଡା ଅବକାରୀ ବିଭାଗରେ ବିଭାଗ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୁମିତ୍ରା ଦଳେଇ ସୂଚନା ଦେଇଛନ୍ତି । କନ୍ଧମାଳ ଅବକାରୀ ବିଭାଗ ଏସପି ଝସକେତନ ବାରିଆ ଙ୍କ ନିର୍ଦେଶରେ ବାଲିଗୁଡା ଅବକାରୀ ବିଭାଗ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏଏସଆଇ ଜିମୂତା ବେହେରଦଳେଇ, ଏଏସଆଇ ରାଧାକୃଷ୍ଣ ସାହୁ, ଏଏସଆଇ ପ୍ରଦୀପ କୁମାର ମଳିକ ଏବଂ କନେଷ୍ଟବଳ ଜ୍ଞାନ ପ୍ରସାଦ ସାହୁ ଓ ସଂଜୀବ ଭୁକ୍ତା ପ୍ରମୁଖ ସାମିଲ ଥିଲେ ।

The post ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ appeared first on Odisha.News.