ପ୍ରବଳ ବର୍ଷାରେ ଚାଲିଗଲା ୪ ଜୀବନ, ପ୍ରବଳ ବର୍ଷା ନେଇ ଆଇଏମଡିର ରେଡ୍ ଆଲର୍ଟ
ନୂଆଦିଲ୍ଲୀ ୦୨/୦୫: ବର୍ଷାରେ ବେହାଲ ଦିଲ୍ଲୀ । ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ବାଧାପ୍ରାପ୍ତ ହୋଇଛି । କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି । ତଳିଆ ଅଂଚଳରେ ଏବେ ପାଣି ଜମି ରହିଛି । ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ବିମାନବନ୍ଦରର ମେଟାଲ ଷ୍ଟ୍ରକ୍ଟ ଭାଙ୍ଗିରୁଜି ଯାଇଛି । ଏହାରି ଭିତରେ ନଜର ଆସିଛି ଦୁଃଖଦ ଖବର । ଦିଲ୍ଲୀର ଜାଫରପୁର କଲାନ ଅଞ୍ଚଳରେ ପ୍ରବଳ ପବନ ମଧ୍ୟରେ ଘଟିଛି ଅଘଟଣ । ନିର୍ମାଣଧୀନ କୋଠା ଘର ଉପରେ ଗଛ ପଡି ୪ ଜଣଙ୍କ ମୃତ୍ୟୁ ହୋଇଛି । କାରଣ ଗଛ ପଡିବାରୁ କୋଠରୀଟି ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ତଳେ ଚାପି ହୋଇ କୋଠରୀରେ ଉପସ୍ଥିତ ଜଣେ ମହିଳା ଓ ୩ ଶିଶୁଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଭଗ୍ନାବଶେଷ ତଳୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଆଉ ଜଣେ ଆହତ ହୋଇଛନ୍ତି, ତାଙ୍କର ଚିକିତ୍ସା ଚାଲିଛି। ସୂଚନା ଥାଉକି, ଗୋଟିଏ ପଟେ ବର୍ଷା ଯୋଗୁଁ ଖରା ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାପ ପାଣିପାଗ ପାଇଁ ୪୦ଟି ବିମାନର ଗତିପଥ ବଦଳାଯାଇଛି । ସେହିପରି ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ପ୍ରବଳ ବର୍ଷା ପବନ ନେଇ ଭା
ନୂଆଦିଲ୍ଲୀ ୦୨/୦୫: ବର୍ଷାରେ ବେହାଲ ଦିଲ୍ଲୀ । ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ବାଧାପ୍ରାପ୍ତ ହୋଇଛି । କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି । ତଳିଆ ଅଂଚଳରେ ଏବେ ପାଣି ଜମି ରହିଛି । ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ବିମାନବନ୍ଦରର ମେଟାଲ ଷ୍ଟ୍ରକ୍ଟ ଭାଙ୍ଗିରୁଜି ଯାଇଛି । ଏହାରି ଭିତରେ ନଜର ଆସିଛି ଦୁଃଖଦ ଖବର ।
ଦିଲ୍ଲୀର ଜାଫରପୁର କଲାନ ଅଞ୍ଚଳରେ ପ୍ରବଳ ପବନ ମଧ୍ୟରେ ଘଟିଛି ଅଘଟଣ । ନିର୍ମାଣଧୀନ କୋଠା ଘର ଉପରେ ଗଛ ପଡି ୪ ଜଣଙ୍କ ମୃତ୍ୟୁ ହୋଇଛି । କାରଣ ଗଛ ପଡିବାରୁ କୋଠରୀଟି ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ତଳେ ଚାପି ହୋଇ କୋଠରୀରେ ଉପସ୍ଥିତ ଜଣେ ମହିଳା ଓ ୩ ଶିଶୁଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଭଗ୍ନାବଶେଷ ତଳୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଆଉ ଜଣେ ଆହତ ହୋଇଛନ୍ତି, ତାଙ୍କର ଚିକିତ୍ସା ଚାଲିଛି।
ସୂଚନା ଥାଉକି, ଗୋଟିଏ ପଟେ ବର୍ଷା ଯୋଗୁଁ ଖରା ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାପ ପାଣିପାଗ ପାଇଁ ୪୦ଟି ବିମାନର ଗତିପଥ ବଦଳାଯାଇଛି । ସେହିପରି ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ପ୍ରବଳ ବର୍ଷା ପବନ ନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ।