ପ୍ରବାସୀ ଭାରତୀୟ ଦିବସ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେବ ପ୍ରତିଯୋଗିତା

ଭୁବନେଶ୍ବର: ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ନିର୍ଦେଶ ଦିଆଯାଇଛି। ‘ପ୍ରବାସୀ ଭାରତୀୟଙ୍କ ସଫଳତା ଏବଂ ବିକାଶଶୀଳ ଭାରତରେ ସେମାନଙ୍କ ଅବଦାନ’ ବିଷୟବସ୍ତୁକୁ ନେଇ ପ୍ରତିଯୋଗିତା ଆୟୋଜନ କରାଯିବ। ଏନେଇ ଏସ୍‌ଓପି ଜାରି ହୋଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ […]

ପ୍ରବାସୀ ଭାରତୀୟ ଦିବସ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେବ ପ୍ରତିଯୋଗିତା

ଭୁବନେଶ୍ବର: ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ନିର୍ଦେଶ ଦିଆଯାଇଛି।

‘ପ୍ରବାସୀ ଭାରତୀୟଙ୍କ ସଫଳତା ଏବଂ ବିକାଶଶୀଳ ଭାରତରେ ସେମାନଙ୍କ ଅବଦାନ’ ବିଷୟବସ୍ତୁକୁ ନେଇ ପ୍ରତିଯୋଗିତା ଆୟୋଜନ କରାଯିବ। ଏନେଇ ଏସ୍‌ଓପି ଜାରି ହୋଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଛି। ସୂଚନା ଅନୁଯାୟୀ, ସମସ୍ତ ପ୍ରତିଯୋଗିତା ତଥା କାର୍ଯ୍ୟକ୍ରମ ଜାନୁଆରୀ ୮ ତାରିଖ ପୂର୍ବରୁ ଶେଷ ହେବ।

ବିଭିନ୍ନ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଜିଲା ଏବଂ ବ୍ଲକସ୍ତରରେ ଜିଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଜିଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଜିଲା/ବ୍ଲକସ୍ତରରେ କମିଟି ଗଠନ ହେବ। ଏହାସହ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଉଦ୍‌ଯାପନ ସମାରୋହର ଲାଇଭ୍‌ ଷ୍ଟ୍ରିମିଂ ବିଦ୍ୟାଳୟସ୍ତରରେ ହେବ।