ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା ପ୍ରସ୍ତୁତି, ଜାରି ହେଲା ହେଲ୍ପ୍‌ଲାଇନ୍ ନମ୍ବର

ଭୁବନେଶ୍ବର: ୮ତାରିଖରୁ ରାଜଧାନୀରେ ଆରମ୍ଭ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ୪୫ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଯୋଗଦେବେ । ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ୪୫ ଦେଶରୁ ପାଖାପାଖି ୧୫ଶହ ପ୍ରବାସୀ ଭାରତୀୟ ପଞ୍ଜିକରଣ କଲେଣି । ସେପଟେ ପ୍ରବାସୀ ଭାରତୀୟଙ୍କୁ ରାଜକୀୟ ଆତିଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି । ପ୍ରବାସୀମାନେ ଯେପରି ରହଣୀ ମଧ୍ୟରେ ସଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ ବିଷୟରେ ଅଧିକ ଜାଣିପାରିବେ, ବୁଲି ଦେଖିପାରିବେ ସେଥିପାଇଁ ରାଜ୍ୟ ସରକାର ପକ୍ଷରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଟୁର୍ ପ୍ୟାକେଜ୍ ମଧ୍ୟ କରାଯାଇଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ପ୍ରସ୍ତୁତି ଜୋରସୋର୍ରେ ଚାଲିଥିବା ବେଳେ ସଜେଇ ହେଉଛି ସାରା ସହର । ହେଲେ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଇ-ମେଲ୍ ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ମୋଡ଼ରେ ରହିଛି କମିଶନରେଟ୍ ପୋଲିସ ।  ଭୁବନେଶ୍ବରରେ ମୁତୟନ ହେବେ ୪୦ ପ୍ଲାଟୁନ୍ ଫୋର୍ସ । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ ୬୫୦ଜଣ ବରିଷ୍ଠ ପୋଲିସ ଅଫିସର । ସେହିଭଳି ସୁରକ୍ଷା ଦାୟିତ୍ବରେ ରହିବେ ସେଣ୍ଟ୍ରାଲ ଆର୍ମ ଫୋର୍ସ । ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ ପ୍ରସ୍ତୁତ୍ ହୋଇଛି ବ୍ଲୁ-ପ୍ରିଣ୍ଟ । ପ୍ରବ

ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା ପ୍ରସ୍ତୁତି, ଜାରି ହେଲା ହେଲ୍ପ୍‌ଲାଇନ୍ ନମ୍ବର

ଭୁବନେଶ୍ବର: ୮ତାରିଖରୁ ରାଜଧାନୀରେ ଆରମ୍ଭ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ୪୫ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଯୋଗଦେବେ । ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ୪୫ ଦେଶରୁ ପାଖାପାଖି ୧୫ଶହ ପ୍ରବାସୀ ଭାରତୀୟ ପଞ୍ଜିକରଣ କଲେଣି । 

ସେପଟେ ପ୍ରବାସୀ ଭାରତୀୟଙ୍କୁ ରାଜକୀୟ ଆତିଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି । ପ୍ରବାସୀମାନେ ଯେପରି ରହଣୀ ମଧ୍ୟରେ ସଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ ବିଷୟରେ ଅଧିକ ଜାଣିପାରିବେ, ବୁଲି ଦେଖିପାରିବେ ସେଥିପାଇଁ ରାଜ୍ୟ ସରକାର ପକ୍ଷରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଟୁର୍ ପ୍ୟାକେଜ୍ ମଧ୍ୟ କରାଯାଇଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ପ୍ରସ୍ତୁତି ଜୋରସୋର୍ରେ ଚାଲିଥିବା ବେଳେ ସଜେଇ ହେଉଛି ସାରା ସହର । 

ହେଲେ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଇ-ମେଲ୍ ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ମୋଡ଼ରେ ରହିଛି କମିଶନରେଟ୍ ପୋଲିସ ।  ଭୁବନେଶ୍ବରରେ ମୁତୟନ ହେବେ ୪୦ ପ୍ଲାଟୁନ୍ ଫୋର୍ସ । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ ୬୫୦ଜଣ ବରିଷ୍ଠ ପୋଲିସ ଅଫିସର । ସେହିଭଳି ସୁରକ୍ଷା ଦାୟିତ୍ବରେ ରହିବେ ସେଣ୍ଟ୍ରାଲ ଆର୍ମ ଫୋର୍ସ । ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ ପ୍ରସ୍ତୁତ୍ ହୋଇଛି ବ୍ଲୁ-ପ୍ରିଣ୍ଟ । ପ୍ରବାସୀ ଭାରତୀୟଙ୍କ ପାଇଁ ହେଲ୍ପ୍ ଲାଇନ୍ ନମ୍ବର ୧୯୬୫ ଜାରି କରିଛି ପୋଲିସ । ପ୍ରବାସୀ ଭାରତୀୟଙ୍କ ସେବାରେ ୭ଶହ ପ୍ରବାସୀ ମିତ୍ର କାମ କରିବେ ବୋଲି କହିଛନ୍ତି ପୋଲିସ କମିଶନର ।