ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: କେହି ପଡ଼ିବେନି ବାଦ୍‌, ଏମାନେ ହେବେ ସୁଭଦ୍ରା ଭାଗ୍ୟବତୀ, ମିଳିବ…

ଭୁବନେଶ୍ୱର,୧୨।୨: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ବୟାନ ଦେଇ କହିଛନ୍ତି, ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେ ନାହିିଁ। ଶେଷ ହିତାଧିକାରୀଙ୍କୁ ଲିଷ୍ଟରେ ସାମିଲ କରାଯିବ। ଖୁବଶୀଘ୍ର ସେମାନଙ୍କୁ ବି ସୁଭଦ୍ରା ଟଙ୍କା ପ୍ରଦାନ […] The post ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: କେହି ପଡ଼ିବେନି ବାଦ୍‌, ଏମାନେ ହେବେ ସୁଭଦ୍ରା ଭାଗ୍ୟବତୀ, ମିଳିବ… appeared first on Dharitri Odia News.

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: କେହି ପଡ଼ିବେନି ବାଦ୍‌, ଏମାନେ ହେବେ ସୁଭଦ୍ରା ଭାଗ୍ୟବତୀ, ମିଳିବ…

ଭୁବନେଶ୍ୱର,୧୨।୨: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ବୟାନ ଦେଇ କହିଛନ୍ତି, ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେ ନାହିିଁ। ଶେଷ ହିତାଧିକାରୀଙ୍କୁ ଲିଷ୍ଟରେ ସାମିଲ କରାଯିବ। ଖୁବଶୀଘ୍ର ସେମାନଙ୍କୁ ବି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ଆଉ ଭାଗ୍ୟବାନ ୨ ଲକ୍ଷ ମହିଳା ହେବେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ହିତାଧିକାରୀ ।

ଫେବୃଆରୀ ୮ ତାରିଖରେ ପ୍ରାୟ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ ୯୮ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି। ଏବେ ବି ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ସୁଭଦ୍ରା ପୋଟାଲରେ E-KYC କରି ନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି ବୋଲି ରାଜ୍ୟ ସରକାର କହିଛନ୍ତି। ତେବେ E-KYC କରିଦେଲେ ମାର୍ଚ୍ଚ ୮ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ।

The post ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: କେହି ପଡ଼ିବେନି ବାଦ୍‌, ଏମାନେ ହେବେ ସୁଭଦ୍ରା ଭାଗ୍ୟବତୀ, ମିଳିବ… appeared first on Dharitri Odia News.