ପ୍ରଭୁ ରାମଙ୍କୁ ଦେଖି ଭାବବିହ୍ୱଳ ହେଲେ ସୁପରଷ୍ଟାର ରଜନୀକାନ୍ତ, କହିଲେ ମୁଁ ଅଯୋଧ୍ୟା…

ଅଯୋଧ୍ୟା: ୫୦୦ ବର୍ଷର ଅପେକ୍ଷା ପରେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛନ୍ତି ପ୍ରଭୁ ରାମ । ଭବ୍ୟ... The post ପ୍ରଭୁ ରାମଙ୍କୁ ଦେଖି ଭାବବିହ୍ୱଳ ହେଲେ ସୁପରଷ୍ଟାର ରଜନୀକାନ୍ତ, କହିଲେ ମୁଁ ଅଯୋଧ୍ୟା… appeared first on .

ପ୍ରଭୁ ରାମଙ୍କୁ ଦେଖି ଭାବବିହ୍ୱଳ ହେଲେ ସୁପରଷ୍ଟାର ରଜନୀକାନ୍ତ, କହିଲେ ମୁଁ ଅଯୋଧ୍ୟା…

ଅଯୋଧ୍ୟା: ୫୦୦ ବର୍ଷର ଅପେକ୍ଷା ପରେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛନ୍ତି ପ୍ରଭୁ ରାମ । ଭବ୍ୟ ମନ୍ଦିରରେ ଶୋଭା ପାଉଛନ୍ତି ରାମ ଲଲ୍ଲା। ୧୧ ହଜାର ଅତିଥିଙ୍କ ଗହଣରେ ସମାପନ ହୋଇଥିଲା ଏହି ଉତ୍ସବ । ଏହି ଅବସରରେ ବଲିଉଡ ଏବଂ ସାଉଥ୍ ସିନେମାର ବହୁ ଭେଟେରାନ ଅଭିନେତା ମାନେ ସାମିଲ ହୋଇଥିଲେ।

ଅମିତାଭ ବଚ୍ଚନ, କଙ୍ଗନା ରଣାୱତ, ଆଲିଆ ଭଟ୍ଟ, ବିକି କୌଶଲ, ରାମଚରଣ, ଚିରଞ୍ଜୀବୀଙ୍କ ସମେତ ଅନେକ ତାରକା ଅଯୋଧ୍ୟାରେ ପହଞ୍ଚିଥିଲେ। ଏମାନଙ୍କ ବ୍ୟତୀତ ୭୩ ବର୍ଷୀୟ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ପହଞ୍ଚିଥିଲେ । ସ୍ୱଚକ୍ଷୁରେ ଭଗବାନଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲେ ରଜନୀକାନ୍ତ ।

ଏହି ଅବସରରେ ସେ କହିଥିଲେ ଯେ, ଏହି ଉତ୍ସବ ଖୁବ୍ ସୁନ୍ଦର ଥିଲା । ଏହା ଏକ ଐତିହାସିକ ଘଟଣା ଏବଂ ମୁଁ ଏହି ଅବସରରେ ଏଠାରେ ଉପସ୍ଥିତ ରହି ବହୁତ ଭାଗ୍ୟବାନ ମନେକରୁଛି । ମୁଁ ପ୍ରତିବର୍ଷ ଏଠାକୁ ଆସିବି…

The post ପ୍ରଭୁ ରାମଙ୍କୁ ଦେଖି ଭାବବିହ୍ୱଳ ହେଲେ ସୁପରଷ୍ଟାର ରଜନୀକାନ୍ତ, କହିଲେ ମୁଁ ଅଯୋଧ୍ୟା… appeared first on .