ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ , ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀଙ୍କୁ ଭାଜପା  ଟିକେଟ ମିଳିଥିବା ବେଳେ ବିଜେଡିରୁ ଆସି ଭାଜପାରେ ମିଶିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। […] The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା appeared first on Dharitri Odia News.

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ , ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀଙ୍କୁ ଭାଜପା  ଟିକେଟ ମିଳିଥିବା ବେଳେ ବିଜେଡିରୁ ଆସି ଭାଜପାରେ ମିଶିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ବଡ଼ପୋଖରୀଆରେ ଜନ୍ମିତ ପ୍ରଶାନ୍ତ ଛାତ୍ରନେତାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଜିଲା ପରିଷଦ ଚେୟାରମ୍ୟାନ, ଜିଲା ଯୋଜନା କମିଟି ଅଧ୍ୟକ୍ଷ, ୨୦୧୪ରେ ବେଗୁନିଆ ଆସନରୁ ବିଜେଡିରୁ ବିପୁଳ ଭୋଟ୍‌ରେ ବିଜୟ ହୋଇ ବିଧାୟକ ହୋଇଥିଲେ। ୨୦୧୯ରୁ ଚିଲିକା ବିଧାୟକ ଅଛନ୍ତି। ବିଭିନ୍ନ ସମୟରେ ଆଚାର ବ୍ୟବହାର ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରଶାନ୍ତ। ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ପଲଟନ ପଡ଼ିଆରେ ଲୋକ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନରେ ଅଛନ୍ତି। ଦଳ ତାଙ୍କୁ ନିଲମ୍ବନ କରିଥିଲା। ଦଳକୁ ଫେରିବା ପାଇଁ ସେ ଆଶା ବାନ୍ଧିଥିଲେ। ଦଳକୁ ଫେରିବା ବାଟ ବନ୍ଦ ହେବା ପରେ ସେ ଭାଜପାରେ ଯୋଗଦାନ ପାଇଁ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ଭାଜପାରେ ଯୋଗଦେଇଥିଲେ।

The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା appeared first on Dharitri Odia News.