ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ, ASOଙ୍କୁ ଆକ୍ରମଣ ପ୍ରସଙ୍ଗରେ ଘେରିଲେ ବିରୋଧୀ

ଭୁବନେଶ୍ୱର ୨୩/୦୭:ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣ ଘଟଣାର ପ୍ରତିବାଦ । ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି । ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କଲେ ବିରୋଧୀ । ଫଳରେ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ । ଆଜି ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିବ ବୋଲି ଆଶା କରାଯାଉଥିଲା । ସୋମବାର ଏଏସଓଙ୍କୁ ମାଡ଼ ମରା ଘଟଣା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ। ଏପରିକି ରାଜ୍ୟପାଳଙ୍କ ଭାଷଣକୁ ମଧ୍ୟ ବର୍ଜନ କରିଥିଲେ। ଏହାରି ଭିତରେ ଦୃଷ୍ଟି ଆକର୍ଷଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଠାତ୍ ନିଜ ଆସନରେ ଛିଡ଼ା ହୋଇଯାଇଥିଲେ ନବୀନ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଆଉ ତାଙ୍କ ସମର୍ଥନ ଜଣାଇଥିଲେ ବିଜେଡି ଓ କଂଗ୍ରେସ। ଆଜି ମଧ୍ୟ ପୁଣି ସେସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛି ଉଭୟ ବିଜେଡି ଓ କଂଗ୍ରେସ।

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ, ASOଙ୍କୁ ଆକ୍ରମଣ ପ୍ରସଙ୍ଗରେ ଘେରିଲେ ବିରୋଧୀ

ଭୁବନେଶ୍ୱର ୨୩/୦୭:ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣ ଘଟଣାର ପ୍ରତିବାଦ । ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି । ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କଲେ ବିରୋଧୀ । ଫଳରେ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ। 

ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ । ଆଜି ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିବ ବୋଲି ଆଶା କରାଯାଉଥିଲା । ସୋମବାର ଏଏସଓଙ୍କୁ ମାଡ଼ ମରା ଘଟଣା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ। ଏପରିକି ରାଜ୍ୟପାଳଙ୍କ ଭାଷଣକୁ ମଧ୍ୟ ବର୍ଜନ କରିଥିଲେ। 

ଏହାରି ଭିତରେ ଦୃଷ୍ଟି ଆକର୍ଷଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଠାତ୍ ନିଜ ଆସନରେ ଛିଡ଼ା ହୋଇଯାଇଥିଲେ ନବୀନ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଆଉ ତାଙ୍କ ସମର୍ଥନ ଜଣାଇଥିଲେ ବିଜେଡି ଓ କଂଗ୍ରେସ। ଆଜି ମଧ୍ୟ ପୁଣି ସେସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛି ଉଭୟ ବିଜେଡି ଓ କଂଗ୍ରେସ।