ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ପୋଡିୟମ ଉପରେ ଚଢିଲେ ତାରା ଓ ଅଧୀରାଜ

ଭୁବନେଶ୍ବର: ଦୁଇ ଦିନର ବିରତି ପରେ ବିଧାନସଭା ବିଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୁଣି ଆରମ୍ଭ ହୋଇଛି। ଆଜି ଗୃହରେ... The post ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ପୋଡିୟମ ଉପରେ ଚଢିଲେ ତାରା ଓ ଅଧୀରାଜ appeared first on .

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ପୋଡିୟମ ଉପରେ ଚଢିଲେ ତାରା ଓ ଅଧୀରାଜ

ଭୁବନେଶ୍ବର: ଦୁଇ ଦିନର ବିରତି ପରେ ବିଧାନସଭା ବିଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୁଣି ଆରମ୍ଭ ହୋଇଛି। ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳର ନେତା। ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଥିବା ବେଳେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇ ଯାଇଥିଲା । ଜାତିଭିତ୍ତିକ ଜନଗଣନାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳର ନେତାମାନେ । ଜନଗଣନା ପାଇଁ ଦାବି ଉଠାଇଥିଲେ ବିଜେଡି ଓ କଂଗ୍ରେସ । ପ୍ରଶ୍ନୋତ୍ତର ବେଳେ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ପ୍ରତିବାଦ ଚାଲିଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ । ପୋଡିୟମ ଉପରେ ଚଢି ବାଚସ୍ପତିଙ୍କ ଟେବୁଲ ପିଟି ପିଟି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି ଓ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ ପ୍ରତିବାଦ କରିଥିଲେ । ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ପରେ  ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।

The post ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ପୋଡିୟମ ଉପରେ ଚଢିଲେ ତାରା ଓ ଅଧୀରାଜ appeared first on .