ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ କଂଗ୍ରେସ ମନ୍ତ୍ରୀ
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ହିମାଚଳ ପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ମୁଁ ଏଠାରେ ଉପସ୍ଥିତ ରହି ନିଜକୁ ଭାଗ୍ୟବାନ ମନେ କରୁଛି। ଆଜି ଦେଶ ତଥା ବିଶ୍ୱ ପାଇଁ ଏକ ଐତିହାସିକ ଦିନ। ମୁଁ ଗର୍ବିତ ଅନୁଭବ କରୁଛି। ଭଗବାନ ରାମଙ୍କ ନିକଟରେ ପ୍ରାର୍ଥନା ଯେ ଆସନ୍ତା ବର୍ଷ ହିମାଚଳ ପ୍ରଦେଶର ଲୋକଙ୍କ ପାଇଁ ବିକାଶ ଆଣିବ ଏବଂ ଆମ ରାଜ୍ୟ ବିକାଶ […] The post ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ କଂଗ୍ରେସ ମନ୍ତ୍ରୀ appeared first on Dharitri Odia News.
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ହିମାଚଳ ପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ମୁଁ ଏଠାରେ ଉପସ୍ଥିତ ରହି ନିଜକୁ ଭାଗ୍ୟବାନ ମନେ କରୁଛି। ଆଜି ଦେଶ ତଥା ବିଶ୍ୱ ପାଇଁ ଏକ ଐତିହାସିକ ଦିନ। ମୁଁ ଗର୍ବିତ ଅନୁଭବ କରୁଛି। ଭଗବାନ ରାମଙ୍କ ନିକଟରେ ପ୍ରାର୍ଥନା ଯେ ଆସନ୍ତା ବର୍ଷ ହିମାଚଳ ପ୍ରଦେଶର ଲୋକଙ୍କ ପାଇଁ ବିକାଶ ଆଣିବ ଏବଂ ଆମ ରାଜ୍ୟ ବିକାଶ ପଥରେ ଆଗକୁ ବଢିବ।
ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ଦଳ ସୀମା ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚି ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ଅଂଶଗ୍ରହଣ କରିଛନ୍ତି। ରାମ ମନ୍ଦିରର ଉଦ୍ଘାଟନୀ ସମାରୋହ ପାଇଁ ନିମନ୍ତ୍ରଣ ଗ୍ରହଣ କରି ବିକ୍ରମଦିତ୍ୟ ସିଂ ଏହାକୁ ଆଜୀବନ ଏକ ସୁଯୋଗ ବୋଲି କହିଥିଲେ।
ଉତ୍ତରପ୍ରଦେଶ ସରକାର ବିକ୍ରମଦିତ୍ୟ ସିଂଙ୍କୁ ‘ରାଜ୍ୟ ଅତିଥି’ ଘୋଷିତ କରିଥିଲେ। କଂଗ୍ରେସ ହାଇକମାଣ୍ଡ ପ୍ରାଣପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେବାକୁ ମନା କରିବା ପରେ ବିକ୍ରମଦିତ୍ୟ ସିଂଙ୍କୁ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ପଡିଥିଲା।
The post ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ କଂଗ୍ରେସ ମନ୍ତ୍ରୀ appeared first on Dharitri Odia News.