ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସହ ଦେଶର ଅର୍ଥବ୍ୟବସ୍ଥାରେ ମଧ୍ୟ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ରାମ ମନ୍ଦିର ଯୋଗୁଁ ଅଯୋଧ୍ୟାରେ ହୋଇଛି ପର୍ଯ୍ୟଟନର ବିସ୍ତାର। ତେଣୁ ଆଗାମୀ ସମୟରେ ପର୍ଯ୍ୟଟନ ସହ ଜଡ଼ିତ ଅର୍ଥବ୍ୟବସ୍ଥା ଦ୍ରୁତ ଭାବରେ ବିସ୍ତାର ହେବା ନେଇ ବଡ଼ ସମ୍ଭାବନା ମଧ୍ୟ ରହିଛି । ତେବେ ଏହାରି ମଧ୍ୟରେ ଏକ ଭଲ ଖବର ସାମ୍‌ନାକୁ ଆସିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ଅନୁଯାୟୀ, ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ପ୍ରାୟ ୧.୨୫ କୋଟି ଟଙ୍କାର ବଡ଼ କାରବାର ହୋଇଛି। ଏଥିରେ କେବଳ ଦିଲ୍ଲୀରେ ପ୍ରାୟ ୨୫ ହଜାର କୋଟି ତଥା ଉତ୍ତର ପ୍ରଦେଶରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଦ୍ବାରା ବ୍ୟବସାୟ ହୋଇଛି। ଆହୁରି ପଢ଼ନ୍ତୁ: ପ୍ରଭୂ ଶ୍ରୀ ରାମଙ୍କ ଅଳଙ୍କାରରେ ବ୍ୟବହାର ହୋଇଛି ୧୫ କେଜି ସୁନା, ୧୮ ହଜାର ହୀରା ଓ ପନ୍ନା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭି ସି ଭରତିଆଙ୍କ ଏବଂ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି, ଦେଶରେ କୋଟି କୋଟି ସଂଖ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିମା, ମାଳା, ବିନ୍ଦି, କଡ଼ା, ରାମ ଧ୍ବଜା, ରାମ ଟୋପୀ, ଭଗବାନ ରାମଙ୍କ ପେଣ୍ଟିଂ, ରାମ ଦରବାର ଚିତ୍ର,  ଭଗବାନ ରାମଙ୍କ ଚିତ୍ର ଆଦିର ଜବରଦସ୍ତ ବିକ୍ରି ହୋଇଛି । ଦେଶ ସାରା ପଣ୍ଡିତ ଏବଂ ବ୍ରାହ୍ମଣଙ୍କ ବଡ଼ ଆକାରରେ ଆୟ ହୋଇଛି । କୋଟି କୋଟି କେଜିର ମିଠା ଏବଂ ଡ

ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସହ ଦେଶର ଅର୍ଥବ୍ୟବସ୍ଥାରେ ମଧ୍ୟ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ରାମ ମନ୍ଦିର ଯୋଗୁଁ ଅଯୋଧ୍ୟାରେ ହୋଇଛି ପର୍ଯ୍ୟଟନର ବିସ୍ତାର। ତେଣୁ ଆଗାମୀ ସମୟରେ ପର୍ଯ୍ୟଟନ ସହ ଜଡ଼ିତ ଅର୍ଥବ୍ୟବସ୍ଥା ଦ୍ରୁତ ଭାବରେ ବିସ୍ତାର ହେବା ନେଇ ବଡ଼ ସମ୍ଭାବନା ମଧ୍ୟ ରହିଛି ।

ତେବେ ଏହାରି ମଧ୍ୟରେ ଏକ ଭଲ ଖବର ସାମ୍‌ନାକୁ ଆସିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ଅନୁଯାୟୀ, ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ପ୍ରାୟ ୧.୨୫ କୋଟି ଟଙ୍କାର ବଡ଼ କାରବାର ହୋଇଛି। ଏଥିରେ କେବଳ ଦିଲ୍ଲୀରେ ପ୍ରାୟ ୨୫ ହଜାର କୋଟି ତଥା ଉତ୍ତର ପ୍ରଦେଶରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଦ୍ବାରା ବ୍ୟବସାୟ ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରଭୂ ଶ୍ରୀ ରାମଙ୍କ ଅଳଙ୍କାରରେ ବ୍ୟବହାର ହୋଇଛି ୧୫ କେଜି ସୁନା, ୧୮ ହଜାର ହୀରା ଓ ପନ୍ନା

ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭି ସି ଭରତିଆଙ୍କ ଏବଂ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି, ଦେଶରେ କୋଟି କୋଟି ସଂଖ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିମା, ମାଳା, ବିନ୍ଦି, କଡ଼ା, ରାମ ଧ୍ବଜା, ରାମ ଟୋପୀ, ଭଗବାନ ରାମଙ୍କ ପେଣ୍ଟିଂ, ରାମ ଦରବାର ଚିତ୍ର,  ଭଗବାନ ରାମଙ୍କ ଚିତ୍ର ଆଦିର ଜବରଦସ୍ତ ବିକ୍ରି ହୋଇଛି । ଦେଶ ସାରା ପଣ୍ଡିତ ଏବଂ ବ୍ରାହ୍ମଣଙ୍କ ବଡ଼ ଆକାରରେ ଆୟ ହୋଇଛି । କୋଟି କୋଟି କେଜିର ମିଠା ଏବଂ ଡ୍ରାଇଫ୍ରୁଟ୍ସ ମଧ୍ୟ ପ୍ରସାଦ ଭାବରେ ବିକ୍ରି ହୋଇଛି ।

ଦେଶରେ କୋଟି କୋଟି  ଟଙ୍କାର ଦୀପ, ପିତଳ ଏବଂ ଅନ୍ୟ ବସ୍ତୁରେ ତିଆରି ଦୀପ ବିକ୍ରି ହୋଇଛି। ଆଗାମୀ ସମୟରେ ଲୋକେ ଶ୍ରୀ ରାମ ମନ୍ଦିର ଉପହାର ଭାବରେ ଦେବେ ଏହାର ମଧ୍ୟ ବଡ଼ ସମ୍ଭାବନା ରହିଛି। ବିବାହ ଉତ୍ସବରେ ଶ୍ରୀରାମ  ମନ୍ଦିର ଉପହାର ଭାବରେ ଦେବାର ଆରମ୍ଭ ହୋଇଛି। ତେଣୁ ଆଗାମୀ ସମୟରେ ଆହୁରି ଏହା ଅର୍ଥବ୍ୟବସ୍ଥାରେ ବଡ଼ ପ୍ରଭାବ ପକାଇବ।

ଆହୁରି ପଢ଼ନ୍ତୁ: ପଦ୍ମଶ୍ରୀ ବୀରେନ୍ ବସାକିଙ୍କ କମାଲ୍, ଅଯୋଧ୍ୟା ଯିବ ତାଙ୍କ ହାତ ତିଆରି ରାମାୟଣ ଶାଢୀ

ସେ ଆହୁରି କହିଛନ୍ତି, ଦେଶରେ ଏହା ପ୍ରଥମ ଥର ଯେତେବେଳେ ଆସ୍ଥା ଏବଂ ଭକ୍ତି କାରଣରୁ ଏତେ ବଡ଼ ଆକାରରେ ବ୍ୟବସାୟ ହୋଇଛି। ବଡ଼ କଥା ହେଉଛି ଏଥିରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଲଘୁ ଉଦ୍ୟୋଗୀ ମଧ୍ୟ ଉପକୃତ ହୋଇଛନ୍ତି। ସଂଘ ଅନୁଯାୟୀ ଶ୍ରୀ ରାମ ମନ୍ଦିର କାରଣରୁ ଦେଶରେ ନୂଆ ବ୍ୟବସାୟୀ ଅନେକ ଅବସର ମିଳିଛି। ଆଗକୁ ମଧ୍ୟ ବଡ଼ ଆକାର​ରେ​‌ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ।

The post ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ appeared first on Prameya News7.