ପ୍ରାଣ ପ୍ରତିଷ୍ଠା ସମାରୋହରେ ଆସିଥିବା ଅତିଥିଙ୍କୁ ମିଳିଲା ଏହି ସବୁ ଉପହାର

ଅଯୋଧ୍ୟା , ୨୨।୧: ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ସମାରୋହ ମଧ୍ୟରେ ରାମଲାଲାଙ୍କ ନୂତନ ପ୍ରତିମାର ପ୍ରାଣ ପ୍ରତିଷ୍ଠା ହୋଇଛି। ଏହି ରୀତିନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଭିନେତା ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ବିକି କୌଶଲ, କ୍ୟାଟ୍ରିନା କୈଫ, ଅରୁଣ ଗୋବିଲ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ରବି ଶଙ୍କର ପ୍ରସାଦ ଏବଂ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ […] The post ପ୍ରାଣ ପ୍ରତିଷ୍ଠା ସମାରୋହରେ ଆସିଥିବା ଅତିଥିଙ୍କୁ ମିଳିଲା ଏହି ସବୁ ଉପହାର appeared first on Dharitri Odia News.

ପ୍ରାଣ ପ୍ରତିଷ୍ଠା ସମାରୋହରେ ଆସିଥିବା ଅତିଥିଙ୍କୁ ମିଳିଲା ଏହି ସବୁ ଉପହାର

ଅଯୋଧ୍ୟା , ୨୨।୧: ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ସମାରୋହ ମଧ୍ୟରେ ରାମଲାଲାଙ୍କ ନୂତନ ପ୍ରତିମାର ପ୍ରାଣ ପ୍ରତିଷ୍ଠା ହୋଇଛି। ଏହି ରୀତିନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଭିନେତା ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ବିକି କୌଶଲ, କ୍ୟାଟ୍ରିନା କୈଫ, ଅରୁଣ ଗୋବିଲ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ରବି ଶଙ୍କର ପ୍ରସାଦ ଏବଂ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ଅନ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପୂର୍ବରୁ କହିଥିଲା ଯେ, ମେଗା ସମାରୋହ ପାଇଁ ୭ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

ଏଠାରେ ଶୀଘ୍ର ଆସିଥିବା ଅତିଥିମାନଙ୍କ ମଧ୍ୟରେ ଅଭିନେତା ଅନୁପମ ଖେର, ମନୋଜ ଯୋଶୀ, ଗାୟକ କୌଳାଶ ଖେର, ଜୁବିନ ନୌଟିଆଲ, ଗୀତିକାର ପ୍ରସୁନ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ। ରବିବାର ହେମା ମାଳିନୀ, କଙ୍ଗନା ରଣାଓ୍ବତ, ଶ୍ରୀ ଶ୍ରୀ ରବି ଶଙ୍କର, ମୋରାରି ବାପୁ, ରଜନୀକାନ୍ତ, ପୱନ କଲ୍ୟାଣ, ମଧୁର ଭଣ୍ଡାରକର, ସୁବାଷ ଘଇ, ଶେଫାଳୀ ଶାହା ଏବଂ ସୋନୁ ନିଗମ ଅଯୋଧ୍ୟାରେ ପହଞ୍ଚିଥିଲେ। ମନ୍ଦିର ପରିସରର ପୁଷ୍ପମାଲ୍ୟ ସାଜସଜ୍ଜା ସହିତ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଅତିଥିମାନଙ୍କୁ ଏକ ସ୍ବତନ୍ତ୍ର ଉପହାର ଦିଆଯାଇଛି। ଯେଉଁଥିରେ ଅଯୋଧ୍ୟା ଉପରେ ଏକ ପୁସ୍ତକ, ଏକ ଧାତୁର ଦୀପ, ଏକ ତୁଳସୀ ମାଳା, ଏବଂ ପ୍ରଭୁ ରାମଙ୍କ ନାମ ଥିବା ଏକ ସ୍କାର୍ଫ ରହିଛି।

The post ପ୍ରାଣ ପ୍ରତିଷ୍ଠା ସମାରୋହରେ ଆସିଥିବା ଅତିଥିଙ୍କୁ ମିଳିଲା ଏହି ସବୁ ଉପହାର appeared first on Dharitri Odia News.