ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ମହିଳା
ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦୁଆଘାଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଗ୍ରାମର ମହିଳା ଅଭିଭାବକମାନେ ତାଲା ପକାଇଛନ୍ତି। ଅଭିଭାବକଙ୍କ କହିବାନୁସାରେ ଶନିବାର ଜଣେ ଶିକ୍ଷକ ଛୁଟିରେ ଥିବାବେଳେ ଆଉ ଜଣେ ଶିକ୍ଷକ ୧୨ଟାରେ ବିଦ୍ୟାଳୟକୁ ଆସିଥିଲେ। ତେଣୁ ପିଲାମାନେ ବିଦ୍ୟାଳୟ ଭିତରେ ନ ରହି ଏପଟେ ସେପଟେ ବୁଲୁଥିଲେ। ସେହିପରି ସୋମବାର ମଧ୍ୟ ଶିକ୍ଷକ ଦୁଇ ଜଣ ଡେରିରେ ଆସିବାରୁ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ବିକ୍ଷୋଭ କରିବା ସହ ଶିକ୍ଷକଙ୍କୁ ବିଦ୍ୟାଳୟରେ ପଶିବାକୁ […]

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦୁଆଘାଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଗ୍ରାମର ମହିଳା ଅଭିଭାବକମାନେ ତାଲା ପକାଇଛନ୍ତି। ଅଭିଭାବକଙ୍କ କହିବାନୁସାରେ ଶନିବାର ଜଣେ ଶିକ୍ଷକ ଛୁଟିରେ ଥିବାବେଳେ ଆଉ ଜଣେ ଶିକ୍ଷକ ୧୨ଟାରେ ବିଦ୍ୟାଳୟକୁ ଆସିଥିଲେ। ତେଣୁ ପିଲାମାନେ ବିଦ୍ୟାଳୟ ଭିତରେ ନ ରହି ଏପଟେ ସେପଟେ ବୁଲୁଥିଲେ। ସେହିପରି ସୋମବାର ମଧ୍ୟ ଶିକ୍ଷକ ଦୁଇ ଜଣ ଡେରିରେ ଆସିବାରୁ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ବିକ୍ଷୋଭ କରିବା ସହ ଶିକ୍ଷକଙ୍କୁ ବିଦ୍ୟାଳୟରେ ପଶିବାକୁ ଦେଇନଥିଲେ। ମହିଳାମାନେ ବିଦ୍ୟାଳୟକୁ ଜଣେ ଶିକ୍ଷକ ମଦ ପିଇ ଆସୁଥିବା ମଧ୍ୟ ଅଭିଯୋଗ କରିଥିଲେ। ତାଲା ମରାଯିବା ଫଳରେ ଛାତ୍ରଛାତ୍ରୀ ଗଛମୂଳରେ ବସିଥିବାର ଦେଖିବାକୁ ମିଲିଥିଲା । ଅଭିଭାବକମାନେ ଦାବି କରିଛନ୍ତି ଯେ ବିଦ୍ୟାଳୟକୁ ଭଲ ଶିକ୍ଷକ ନ ଦେଲେ ତାଙ୍କ ପିଲାଙ୍କୁ ଗ୍ରାମର ଅନ୍ୟ ବିଦ୍ୟାଳୟକୁ ନେଇଯିବେ।