ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ
ନୟାଗଡ଼,୫ା୪(ଲୋକନାଥ ମିଶ୍ର):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରୁନି। ଟିକେଟ୍ ଲବିରେ ବିଜେଡି ଓ କଂଗ୍ରେସ ନେତା ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଟିକେଟ୍ ପାଇ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ବିଜେଡି ଟିକେଟ୍ ଦେବା ପରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ। କଂଗ୍ରେସ ଦଳରେ ନେତାଙ୍କ ଅଭାବ ଥିବାରୁ ଭାଜପା ଓ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଦଳ ଶେଷ ପର୍ଯ୍ୟାୟରେ […] The post ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ appeared first on Dharitri Odia News.
ନୟାଗଡ଼,୫ା୪(ଲୋକନାଥ ମିଶ୍ର):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରୁନି। ଟିକେଟ୍ ଲବିରେ ବିଜେଡି ଓ କଂଗ୍ରେସ ନେତା ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଟିକେଟ୍ ପାଇ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ବିଜେଡି ଟିକେଟ୍ ଦେବା ପରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ। କଂଗ୍ରେସ ଦଳରେ ନେତାଙ୍କ ଅଭାବ ଥିବାରୁ ଭାଜପା ଓ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଦଳ ଶେଷ ପର୍ଯ୍ୟାୟରେ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡିରେ ଟିକେଟ୍ ଦୌଡରେ ଅନେକ ପ୍ରାର୍ଥୀ ରହିଥିଲେ ହେଁ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଖଣ୍ଡପଡ଼ା ବ୍ଲକ୍ ଉପାଧ୍ୟକ୍ଷ ଶିଶିର ସାହୁ, ନାରୀନେତ୍ରୀ ଇରାନୀ ରାୟଙ୍କ ନଁା ଚର୍ଚ୍ଚାକୁ ଆସୁଛି। ନୂଆ ମୁହଁ ମଧ୍ୟ ବିଜେଡି ଦେଇପାରେ ବୋଲି ଅନୁରୂପ ଆଲୋଚନା ଚାଲିଛି।
୨୦୧୯ ନିର୍ବାଚନରେ ଦୁଷ୍ମନ୍ତ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ହୋଇ ୧୮ ହଜାର ୬୦୮ ଭୋଟ ପାଇଥିଲେ। ୨୦୨୪ ନିର୍ବାଚନରେ ଭାଜପାରୁ ଦୁଷ୍ମନ୍ତ ପ୍ରାର୍ଥୀ ହେବା ପରେ ଭୋଟରଙ୍କୁ ଆପଣେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଦୁଷ୍ମନ୍ତ ଶାସକ ବିଜେଡିର ବିଫଳତା ଓ ଅନ୍ତଃକନ୍ଦଳକୁ ନେଇ ଭୋଟରକୁ ଭେଟୁଛନ୍ତି। ପୁଣି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ଭୋଟରଙ୍କୁ ବଖାଣି ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଜେଡିର ଅସନ୍ତୋଷ କର୍ମୀ ଓ ନେତାଙ୍କୁ ନିଜ ପକ୍ଷକୁ ଆଣି ବିଜୟ ହେବାର ସ୍ବପ୍ନ ଦେଖୁଛନ୍ତି। ତେବେ ଖଣ୍ଡପଡ଼ା ଭୋଟର ଦକ୍ଷ ପ୍ରାର୍ଥୀ ଖୋଜୁଛନ୍ତି। ଯିଏକି ସେମାନଙ୍କ ଦୁଃଖସୁଖର ସାଥି ହୋଇ ନିର୍ବାଚନ ମଣ୍ଡଳୀରେ ବିକାଶର ରଥକୁ ଆଗକୁ ନେବ। ରାଜନୈତିକ ମାନଚିତ୍ରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କୋଣଠେସା ହୋଇ ରହିଥିବାରୁ ଅନେକ ଭୋଟର ଉଦ୍ବେଗ ପ୍ରକାଶ କରିଛନ୍ତି। ୨୦୧୯ ନିର୍ବାଚନରେ ଶାସକ ବିଜେଡିର ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ୧ଲକ୍ଷ ୩୮ ହଜାର ଭୋଟ ପାଇ ବିଧାୟକ ହୋଇଥିଲେ। ଏଠାରେ ଦୁଷ୍ମନ୍ତ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ହୋଇ ୨ୟ ସ୍ଥାନରେ ରହି ୧୮ ହଜାର ୬୦୮ ଭୋଟ ପାଇଥିଲେ। ସେହିପରି ଭାଜପାର ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୪ ହଜାର ୧୪, ନୋଟାକୁ ୧ହଜାର ୨୦, କଂଗ୍ରେସର ବସନ୍ତ କୁମାର ମହାରଣା ୮୮୫ ଭୋଟ ପାଇଥିଲେ।
The post ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ appeared first on Dharitri Odia News.