ଭାଜପା ଖେଳକୁ ବିଗାଡିବ N ଫ୍ୟାକ୍ଟର, ଶେଷ ସମୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନୀତିଶ-ନାଇଡୁ

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପରେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହେଉଛି କିଏ ସରକାର ଗଠନ କରିବେ। ଭାଜପାକୁ ସଂମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ, ଯେଉଁଥିପାଇଁ ସରକାର ଗଠନ ପାଇଁ ସହଯୋଗୀମାନଙ୍କର ଆବଶ୍ୟକତା ପଡ଼ିବ। ବିଶେଷକରି JDU ଏବଂ TDP ପରି ଦଳଗୁଡିକର ସମର୍ଥନ ଏଠାରେ ବଡ଼ ଭୂମିକା ନିଭାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ଦଳଗୁଡିକ ପ୍ରତି ନଜର ରଖିଛି। କଂଗ୍ରେସ ଆଶା କରୁଛି ଯେ, ଏହି ଦଳଗୁଡିକ ଭାଜପା […] The post ଭାଜପା ଖେଳକୁ ବିଗାଡିବ N ଫ୍ୟାକ୍ଟର, ଶେଷ ସମୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନୀତିଶ-ନାଇଡୁ appeared first on Dharitri Odia News.

ଭାଜପା ଖେଳକୁ ବିଗାଡିବ N ଫ୍ୟାକ୍ଟର, ଶେଷ ସମୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନୀତିଶ-ନାଇଡୁ

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପରେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହେଉଛି କିଏ ସରକାର ଗଠନ କରିବେ। ଭାଜପାକୁ ସଂମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ, ଯେଉଁଥିପାଇଁ ସରକାର ଗଠନ ପାଇଁ ସହଯୋଗୀମାନଙ୍କର ଆବଶ୍ୟକତା ପଡ଼ିବ। ବିଶେଷକରି JDU ଏବଂ TDP ପରି ଦଳଗୁଡିକର ସମର୍ଥନ ଏଠାରେ ବଡ଼ ଭୂମିକା ନିଭାଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ଦଳଗୁଡିକ ପ୍ରତି ନଜର ରଖିଛି। କଂଗ୍ରେସ ଆଶା କରୁଛି ଯେ, ଏହି ଦଳଗୁଡିକ ଭାଜପା ଛାଡ଼ି ଇଣ୍ଡିଆ ମେଣ୍ଟରେ ଯୋଗଦେଲେ ସରକାର ଗଠନରେ ସାହାଯ୍ୟ ହେବ। ଯଦି ଏହି ଦୁଇ ନେତା ଏନଡିଏଠାରୁ ଅଲଗା ହୁଅନ୍ତି, ତେବେ ସରକାର ଗଠନ କରିବା ଭାଜପା ପାଇଁ କଷ୍ଟସାଧ୍ୟ ହେବ। ତେଣୁ ଭାଜପା ନେତୃତ୍ୱଙ୍କ ମଧ୍ୟରେ ଏବେ ଖେଳ ବିଗାଡିବ ଏହି N ଫ୍ୟାକ୍ଟର। ଉଭୟ ନେତାଙ୍କ ନାମରେ ‘N’ ଅକ୍ଷରର ଉପସ୍ଥିତି ଯୋଗୁଁ ସୋସିଆଲ ମିଡିଆରେ ‘N ଫ୍ୟାକ୍ଟର’ ବିଷୟରେ ମଧ୍ୟ ଆଲୋଚନା ହେଉଛି।

ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ। କିନ୍ତୁ ଯେତେବେଳେ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଦାବି ପୂରଣ ହେଲା ନାହିଁ, ସେତେବେଳେ ସେ ଭାଜପା ଛାଡ଼ି ବିରୋଧୀ ଶିବିରରେ ଯୋଗ ଦେଇଥିଲେ। ୨୦୧୯ରେ, ଟିଡିପି କଂଗ୍ରେସ ସହିତ ମିଶି ନିର୍ବାଚନ ଲଢ଼ିଥିଲା କିନ୍ତୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ନାଇଡୁ ପୁଣିଥରେ ଭାଜପା ସହ ମେଣ୍ଟ ସରକାର ଗଠନ କରିଥିଲେ ଏବଂ ଏହା ଉଭୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ତାଙ୍କୁ ଉପକୃତ କରିଛି। ଏହି ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁ କିଙ୍ଗମେକର ଭାବେ ଉଭା ହୋଇଛନ୍ତି ଏବଂ ଭାଜପା ତାଙ୍କୁ ନେଇ ସରକାର ଗଠନ କରିବ ବୋଲି ଆଶା ବାନ୍ଧିଛି।

ସେହିପରି ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ନୀତିଶ କୁମାର ଭାଜପା ନେତୃତ୍ୱାଧୀନ ଏନଡିଏ ସହିତ ଥିଲେ, କିନ୍ତୁ ନରେନ୍ଦ୍ର ମୋଦିଙ୍କ ନାମ ଆଗକୁ ଆସିବା ପରେ ସେ ୨୦୧୪ରେ ଏନଡିଏ ସହ ସମ୍ପର୍କ ଭାଙ୍ଗିଥିଲେ। ବିରୋଧୀ ମେଣ୍ଟ ଗଠନ ପାଇଁ ଶ୍ରେୟ ମଧ୍ୟ ତାଙ୍କ ନିକଟକୁ ଯାଉଛି। ତେବେ ଲୋକ ସଭା ନିର୍ବାଚନର କିଛି ମାସ ପୂର୍ବରୁ ସେ ପୁଣିଥରେ ଭାଜପାରେ ଯୋଗ ଦେଇଥିଲେ। ବର୍ତ୍ତମାନ କଂଗ୍ରେସ ନୀତିଶ କୁମାରଙ୍କୁ ମଧ୍ୟ ସମାନ କାରଣ ଆଧାରରେ ଏକାଠି ହେବାକୁ ନିବେଦନ କରୁଛି। ତେବେ ଏବେ ଦେଖିବା ବାକି ରହିଲା ଶେଷବେଳକୁ କ’ଣ ଓଲଟପାଲଟ ହେଉଛି ନା ଏନଡିଏ ସରକାର ଗଠନ କରୁଛି।

The post ଭାଜପା ଖେଳକୁ ବିଗାଡିବ N ଫ୍ୟାକ୍ଟର, ଶେଷ ସମୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନୀତିଶ-ନାଇଡୁ appeared first on Dharitri Odia News.