ପ୍ରାର୍ଥୀଙ୍କୁ ଛାଡ଼ିନାହିଁ ମେଣ୍ଟଭୟ: ପ୍ରଚାର ଛାଡ଼ି ରାଜଧାନୀରେ ଆଶାୟୀ
କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାରେ ବିଜେଡି ଓ ଭାଜପା ଦଳର ଆଶାୟୀ ପ୍ରାର୍ଥୀଙ୍କ ମେଣ୍ଟଭୟ ଛାଡ଼ିନାହିଁ। ମେଣ୍ଟ ହେଲେ କେଉଁ ସିଟ୍ କେଉଁ ଦଳ ଭାଗରେ ପଡ଼ିବ ସେ ଭୟକୁ ନେଇ ବଡ଼ ବଡ଼ ନେତା ଚିନ୍ତାରେ ରହିଥିବା ବେଳେ ମେଣ୍ଟ ନ ହେଲେ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ତେବେ ମେଣ୍ଟକୁ ନେଇ ପରିସ୍ଥିତି ଯେଉଁ ସ୍ତରକୁ ଯାଇଛି ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ନ […] The post ପ୍ରାର୍ଥୀଙ୍କୁ ଛାଡ଼ିନାହିଁ ମେଣ୍ଟଭୟ: ପ୍ରଚାର ଛାଡ଼ି ରାଜଧାନୀରେ ଆଶାୟୀ appeared first on Dharitri Odia News.
କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାରେ ବିଜେଡି ଓ ଭାଜପା ଦଳର ଆଶାୟୀ ପ୍ରାର୍ଥୀଙ୍କ ମେଣ୍ଟଭୟ ଛାଡ଼ିନାହିଁ। ମେଣ୍ଟ ହେଲେ କେଉଁ ସିଟ୍ କେଉଁ ଦଳ ଭାଗରେ ପଡ଼ିବ ସେ ଭୟକୁ ନେଇ ବଡ଼ ବଡ଼ ନେତା ଚିନ୍ତାରେ ରହିଥିବା ବେଳେ ମେଣ୍ଟ ନ ହେଲେ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ତେବେ ମେଣ୍ଟକୁ ନେଇ ପରିସ୍ଥିତି ଯେଉଁ ସ୍ତରକୁ ଯାଇଛି ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ନ ହେଲେ ମଧ୍ୟ ପରେ ମେଣ୍ଟ ହେବ ଏହାକୁ ନେଇ ଭୋଟରମାନେ ଏକ ଭିନ୍ନ ଚିନ୍ତା କରିସାରିଛନ୍ତି।
ଆଶା ତ ବୈତରଣୀ। ଏଣୁ ନିର୍ବାଚନରେ ଲଢ଼ିବା ଓ ଟିକେଟ ପାଇବା ଆଶା ବହୁତ ରହିଛି। କିନ୍ତୁ ଏଭଳି ମେଣ୍ଟ ଆମର ଚିନ୍ତା ବଢ଼ାଇଦେଇଛି ବୋଲି କେତେକ ଦଳୀୟ ଆଶାୟୀ ପ୍ରାର୍ଥୀ ନାମ ନ ଜଣାଇ ଖୋଲାଖୋଲି କହୁଛନ୍ତି। ଫଳରେ ମେଣ୍ଟକୁ ନେଇ ଉଭୟ ଦଳରେ ହଲଚଲ ଦେଖାଦେଇଥିବା ବେଳେ କେତେକ ଆଶାୟୀ ପ୍ରାର୍ଥୀ ପ୍ରଚାର ପ୍ରସାର ସଭା ବନ୍ଦ କରି ରାଜଧାନୀ ଧାଇଁ ନିଜର ସିଟ୍କୁ ପକ୍କା କରିବାକୁ ଜୋର ଲଗାଇ ଦେଇଛନ୍ତି। କେତେକେ ଦେବଦେବୀ ଓ ବାବାଙ୍କ ଶରଣାପନ୍ନ ହୋଇ ସାରିଲେଣି। କେନ୍ଦୁଝର ଲୋକ ସଭା ଓ ୬ ବିଧାନସଭା ସିଟ୍ରୁ ସଦର ନିର୍ବାଚନମଣ୍ଡଳୀ ବ୍ୟତୀତ ଅନ୍ୟ ସବୁରେ ବିଜେଡିର ପ୍ରଭାବ ରହିଛି। ବିଜେଡି ସଦର ନିର୍ବାଚନମଣ୍ଡଳୀକୁ ଫେରାଇ ଆଣିବା ସହ ଜିଲାର ସମସ୍ତ ସିଟ୍ ହାତେଇବା ପାଇଁ ଋଣ କୌଶଳ ଆରମ୍ଭ କରିଆସୁଥିବା ବେଳେ ମେଣ୍ଟ ସମ୍ଭାବନା ସେମାନଙ୍କୁ ଶିଥିଳ କରିଦେଇଛି। ମେଣ୍ଟ ଅନିଶ୍ଚିତତା ଥିଲେ ହେଁ ଏହାକୁ ନେଇ ଆଶାୟୀଙ୍କ ବ୍ୟତୀତ କର୍ମୀମାନେ କେଉଁଠି ଏହାକୁ ନେଇ ବିରୋଧ ତ କେଉଁଠି କୋଳାକୋଳି ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ନେତାଙ୍କୁ ଚିନ୍ତାରେ ପକାଇଛି।
ଉଭୟ ଦଳର ନେତା ମେଣ୍ଟ ନେଇ ଖୋଲାଖୋଲି ନ କହୁଥିଲେ ହେଁ ହେବା ସମ୍ଭାବନା ଅଧିକ ବୋଲି କହୁଛନ୍ତି। ତେବେ ଏହି ଗୋଳମାଳିଆରୁ କଂଗ୍ରେସ ଦଳ ଫାଇଦା ଉଠାଇବାକୁ ଜୋର ଲଗାଇଦେଇଛି। ଦକ୍ଷତାସମ୍ପନ୍ନ ପ୍ରାର୍ଥୀ ହେଲେ କଂଗ୍ରେସ ପାଇଁ କେତେକ ସିଟ୍ ସୁବିଧାଜନକ ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରୁଛନ୍ତି। ଅଧିକ ଚିନ୍ତା ବଢ଼ାଇଛି ଖଣିଖାଦାନ ଓ ଶିଳ୍ପ ସମୃଦ୍ଧ ଚମ୍ପୁଆ ନିର୍ବାଚନମଣ୍ଡଳୀକୁ ନେଇ। ଧନଶାଳୀ ନିର୍ବାଚନମଣ୍ଡଳୀକୁ ହାତେଇବା ପାଇଁ ସବୁ ଦଳ ଉଦ୍ୟମ କରିଆସୁଥିବା ବେଳେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଉପସ୍ଥିତି ଭିନ୍ନ ବାର୍ତ୍ତା ଦେଉଛି। ଖଣି ବ୍ୟବସାୟର ସୁରକ୍ଷା ପାଇଁ ରାଜନୀତିକୁ ଓହ୍ଲାଇଥିବା ସମସ୍ତ ଦଳର ନେତା ଏହି ସିଟ୍ରୁ ଟିକେଟ ପାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ବାରମ୍ବାର ହାରିଥିବା ବିଜେଡି ଓ ଭାଜପା ନେତା ଟିକେଟ ପାଇବା ପାଇଁ ଜୋର ଲଗାଇ ଦେଇଛନ୍ତି। କାରଣ ମେଣ୍ଟ ହେଲେ ସୁବିଧାରେ ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ଆଶା ରଖିଛନ୍ତି।
ଏଭଳି ଗୋଳିଆ ପାଣିରୁ କିଏ ଫାଇଦା ଉଠାଉଛି ତାହା ନିର୍ବାଚନ ପରେ ଜଣାପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
The post ପ୍ରାର୍ଥୀଙ୍କୁ ଛାଡ଼ିନାହିଁ ମେଣ୍ଟଭୟ: ପ୍ରଚାର ଛାଡ଼ି ରାଜଧାନୀରେ ଆଶାୟୀ appeared first on Dharitri Odia News.