ପ୍ରିନ୍ସିପାଲଙ୍କ ବଦଳିକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ମାଡ଼ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ହଳଦିଆ ଡିଗ୍ରୀ କଲେଜରେ ଅଭାବନୀୟ ଘଟଣା । କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ ଅଭିଯୋଗ। ଅଧ୍ୟକ୍ଷଙ୍କ ନାଁ ଉମାକାନ୍ତ ପାତ୍ର। ପରିଚାଳନା କମିଟି ସଭାପତି ଓ ଜଣେ ଅଧ୍ୟାପକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପ୍ରିନ୍ସିପାଲଙ୍କ ବଦଳିକୁ ନେଇ ମାଡ଼ ମାରିଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଏତଲା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କଲେଜରେ ପରିଚାଳନା କମିଟି ସଭାପତି ଏବଂ ଅନ୍ୟ କେତେଜଣ କଲେଜ ଭିତରକୁ ପଶି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରକୁ ପଶି […]

ପ୍ରିନ୍ସିପାଲଙ୍କ ବଦଳିକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ମାଡ଼ ଅଭିଯୋଗ
Untitled 1 3

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ହଳଦିଆ ଡିଗ୍ରୀ କଲେଜରେ ଅଭାବନୀୟ ଘଟଣା । କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ ଅଭିଯୋଗ। ଅଧ୍ୟକ୍ଷଙ୍କ ନାଁ ଉମାକାନ୍ତ ପାତ୍ର। ପରିଚାଳନା କମିଟି ସଭାପତି ଓ ଜଣେ ଅଧ୍ୟାପକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପ୍ରିନ୍ସିପାଲଙ୍କ ବଦଳିକୁ ନେଇ ମାଡ଼ ମାରିଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କଲେଜରେ ପରିଚାଳନା କମିଟି ସଭାପତି ଏବଂ ଅନ୍ୟ କେତେଜଣ କଲେଜ ଭିତରକୁ ପଶି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରକୁ ପଶି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଆକ୍ରମଣରେ ଅଧ୍ୟକ୍ଷ ଉମାକାନ୍ତ ପାତ୍ର ଆହତ ହୋଇଛନ୍ତି। ଆକ୍ରମଣ କରିବାର ଫୁଟେଜ ସିସିଟିଭିରେ କଏଦ ହୋଇଛି। ବର୍ତ୍ତମାନ ଆକ୍ରମଣ କାରଣ ନେଇ ତଦନ୍ତ ଚାଲିଛି।