ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଅଭିଯୁକ୍ତ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏବେ ଯୁବତୀ ଜଣକ ୮ମାସର ଗର୍ଭବତୀ ଥିବା ବେଳେ ଏ ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଘଟଣା […] The post ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ… appeared first on Dharitri Odia News.

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଅଭିଯୁକ୍ତ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏବେ ଯୁବତୀ ଜଣକ ୮ମାସର ଗର୍ଭବତୀ ଥିବା ବେଳେ ଏ ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ମୁତାବକ, ଯୁବତୀ ଜଣକ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସରେ ପଢୁଥିବା ବେଳେ ପାଟଣା ବ୍ଲକ୍‌ ସରସକୋଲା ଗ୍ରାମର ରାଜେଶ ପଇଦାଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠଥିଲା। ପରେ ରାଜେଶ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ୮ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ଜାଣି ଯୁବକଙ୍କ ସହ ବିବାହ କରାଇବାକୁ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ମାତ୍ର ଯୁବକ ଜଣକ ଯୁବତୀଙ୍କ ପରିବାର ନୀଚଜାତିର କହି ବିବାହ କରିବାକୁ ମନା କରିଦେଇଥିଲେ। ପୀଡ଼ିତାଙ୍କ ବାପା ଗତ ୧୯ ତାରିଖରେ ଏ ନେଇ ପାଟଣା ଥାନାରେ ଏତଲା ଦେଇଥିଲେ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୨୩ ତାରିଖରେ ପରିବାର ଲୋକେ ଯୁବତୀଙ୍କୁ ଧରି କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ଦାଗୁଡୁଙ୍କୁ ଭେଟିଥିଲେ। ରବିବାର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ସହ ଅଲଟ୍ରା ସାଉଣ୍ଡ୍‌ କରିଛି। ପୋଲିସ ଅଭିଯୁକ୍ତଙ୍କୁ ଖୋଜୁ ନ ଥିବା ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ସହାୟତା କରୁ ନ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି, ଥାନାରେ ଏକ ମାମଲା(ନଂ.୫୩/୨୫) ରୁଜୁ ହୋଇଛି। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ହାଇଦ୍ରାବାଦ ଚାଲିଯାଇଥିବା ଜଣାପଡ଼ିଛି। ପୀଡ଼ିତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପୋଲିସ ପ୍ରସ୍ତୁତ ଅଛି। ଏକ ଟିମ୍‌ ଏହା ଉପରେ କାର୍ଯ୍ୟ କରୁଛି ବୋଲି ମହାକୁଡ଼ କହିଛନ୍ତି।

The post ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ… appeared first on Dharitri Odia News.