ଭଦ୍ରକରେ ୧୨ ଘଣ୍ଟିଆ ଭାରତ ବନ୍ଦ
ଭଦ୍ରକ,୧୬ା୨(ସନାତନ ରାଉତ): କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଦେଶ ବ୍ୟାପୀ ହରତାଳ, ଧର୍ମଘଟ ଓ ଭାରତ ବନ୍ଦ କରାଯାଇଛି। ଭଦ୍ରକ ସହର ବନ୍ତ ଛକଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ ଭଦ୍ରକ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ କରାଯାଇଛି। କର୍ପୋରେଟ ଟ୍ୟାକ୍ସ ବୃଦ୍ଧି, ରେଳଯାତ୍ରାରେ ବରିଷ୍ଠ ନାଗରିକ ମହିଳା ଓ ଦିବ୍ୟାଙ୍ଗମାନଙ୍କୁ […] The post ଭଦ୍ରକରେ ୧୨ ଘଣ୍ଟିଆ ଭାରତ ବନ୍ଦ appeared first on Dharitri Odia News.
ଭଦ୍ରକ,୧୬ା୨(ସନାତନ ରାଉତ): କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଦେଶ ବ୍ୟାପୀ ହରତାଳ, ଧର୍ମଘଟ ଓ ଭାରତ ବନ୍ଦ କରାଯାଇଛି। ଭଦ୍ରକ ସହର ବନ୍ତ ଛକଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ ଭଦ୍ରକ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ କରାଯାଇଛି। କର୍ପୋରେଟ ଟ୍ୟାକ୍ସ ବୃଦ୍ଧି, ରେଳଯାତ୍ରାରେ ବରିଷ୍ଠ ନାଗରିକ ମହିଳା ଓ ଦିବ୍ୟାଙ୍ଗମାନଙ୍କୁ ପୂର୍ବ ପରି ରିହାତି, ଖାଦ୍ୟ ନିରାପତ୍ତାରେ ଗ୍ୟାରେଣ୍ଟି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରି ବନ୍ଦ ଆଦି ବିଭିନ୍ନ ଦାବି ନେଇ ଭାରତ ବନ୍ଦ କରାଯାଇଛି। ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ଗିରିଧାରୀ ନାଥଙ୍କ ନେତୃତ୍ୱରେ ଧର୍ମଘଟ ଚାଲିଛି।
The post ଭଦ୍ରକରେ ୧୨ ଘଣ୍ଟିଆ ଭାରତ ବନ୍ଦ appeared first on Dharitri Odia News.