ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍ ପକାଇ ମାରି ଦେବାକୁ ଉଦ୍ୟମ କଲେ ଝିଅ
ତୁମୁଡିବନ୍ଧ,୨୧ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜଙ୍କୁ ଏସିଡ୍ ମାଡ଼ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୋହନଙ୍କ ଝିଅ ଓ ତାଙ୍କ ପ୍ରେମିକ ମିଶି ଏଭଳି କାଣ୍ଡ ଘଟାଇଛନ୍ତି। ଗୋଟିଏ ପଟେ ପ୍ରେମରେ ବାଧା, ଅନ୍ୟପଟେ ଗୁଣିଗାରେଡ଼ି ସନ୍ଦେହ ଯୋଗୁ ସେମାନେ ମୋହନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପୋଲିସ ଅଭିଯୁକ୍ତା ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ […] The post ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍ ପକାଇ ମାରି ଦେବାକୁ ଉଦ୍ୟମ କଲେ ଝିଅ appeared first on Dharitri Odia News.
ତୁମୁଡିବନ୍ଧ,୨୧ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜଙ୍କୁ ଏସିଡ୍ ମାଡ଼ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୋହନଙ୍କ ଝିଅ ଓ ତାଙ୍କ ପ୍ରେମିକ ମିଶି ଏଭଳି କାଣ୍ଡ ଘଟାଇଛନ୍ତି। ଗୋଟିଏ ପଟେ ପ୍ରେମରେ ବାଧା, ଅନ୍ୟପଟେ ଗୁଣିଗାରେଡ଼ି ସନ୍ଦେହ ଯୋଗୁ ସେମାନେ ମୋହନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପୋଲିସ ଅଭିଯୁକ୍ତା ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ ସେହି ଗ୍ରାମର ବିଜୟ ମାଝୀଙ୍କୁ ରବିବାର ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଏସିଡ୍ ମାଡ଼ରେ ଗୁରୁତର ମୋହନ ଓ ତାଙ୍କ ପୁଅ ଅନୁଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।
ସୂଚନା ଅନୁଯାୟୀ, ପୁଷ୍ପାଞ୍ଜଳିଙ୍କ ମା’ଙ୍କ ମୃତ୍ୟୁ ପରେ ମୋହନ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ଘରେ ଅଶାନ୍ତି ଲାଗି ରହିବାରୁ ପୁଷ୍ପାଞ୍ଜଳି ଓ ତାଙ୍କ ଭାଇ ଗାଁରେ ଏକ ଅଲଗା ଘରେ ରହୁଥିଲେ। ଇତିମଧ୍ୟରେ ବିଜୟଙ୍କ ସହ ପୁଷ୍ପାଞ୍ଜଳି ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାରୁ ମୋହନ ଏହାକୁ ଗ୍ରହଣ କରି ପାରୁ ନ ଥିଲେ। ତେଣୁ ବାପାଝିଅଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ଅପରପକ୍ଷରେ ଅସୁସ୍ଥତାରୁ ଦେଢ଼ମାସ ପୂର୍ବେ ବିଜୟଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ତେବେ ମୋହନ ଗୁଣିଗାରେଡି କରି ମା’ଙ୍କୁ ମାରିଦେଇଥିବା ବିଜୟଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ପୁଷ୍ପାଞ୍ଜଳିଙ୍କ ସହ ମିଶି ମୋହନଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ସେମାନେ ଏସିଡ୍ ପିଙ୍ଗି ମୋହନଙ୍କୁ ଜୀବନରେ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ଏସିଡ୍ କେଉଁଠୁ ଆସିବ, ଆଉ କିପରି ଫିଙ୍ଗାଯିବ ତାହା ମଧ୍ୟ ଯୋଜନା ହୋଇଥିଲା । ବିଜୟ କୋଲକତାରୁ ଏସିଡ୍ ଆଣି ପୁଷ୍ପାଞ୍ଜଳିଙ୍କୁ ଦେଇଥିଲେ। ପୁଷ୍ପାଞ୍ଜଳି ସୁଯୋଗ ଦେଖି ଗତ ଶୁକ୍ରବାର ରାତି ପ୍ରାୟ ୨ଟାରେ ବାପା ତାଙ୍କ ପାଖରେ ଶୋଇଥିବା ସାବତ ଭାଇ ଅନୁଜଙ୍କ ଉପରେ ପୂର୍ବ ଯୋଜନା ପ୍ରକାରେ ଏସିଡ୍ ଫିଙ୍ଗି ଦୌଡ଼ି ପଳାଇ ଯାଇଥିଲେ। ଏସିଡ୍ ଆକ୍ରମଣ ନେଇ ମୋହନଙ୍କ ଦ୍ୱିତୀୟ ସ୍ତ୍ରୀ ରୁକ୍ମଣୀ ପନ୍ଦର ଦେଇଥିବା ଏତଲା ଆଧାରରେ ତୁମୁଡିବନ୍ଧ ପୋଲିସ ୧୩୪/୨୪ ନମ୍ବରରେ ମାମଲା ରୁଜୁ କରିଥିଲା।
ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ କନ୍ଧମାଳ ଡିଏସ୍ପି କମଳ କୁମାର ପଣ୍ଡା, ଅତିରିକ୍ତ ଏସ୍ପି ବଳଭଦ୍ର ଦୀପ ଓ ତୁମୁଡିବନ୍ଧ ଭାରପ୍ରାପ୍ତ ଥାନାଧିକାରୀ ଆଶୁତୋଷ ଜେନା ତଦନ୍ତ ଆରମ୍ଭ କରିଥିଲେ। ସେମାନେ ଶନିବାର ସନ୍ଦେହରେ ବିଜୟଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରିବା ପରେ ସେ ଗୋଟିଏ ପରେ ଗୋଟିଏ ଘଟଣା କହିଥିଲେ। ରବିବାର ପୁଷ୍ପାଞ୍ଜଳିଙ୍କୁ ଥାନାକୁ ଆଣି ଜେରା କରାଯିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ବୌଦ୍ଧରୁ ୬ ଜଣିଆ ସାଇଣ୍ଟିଫିକ ଟିମ୍ ତୁମୁଡିବନ୍ଧ ଥାନାକୁ ଆସି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଘର ନିକଟରେ ମାଟିତଳେ ପୋତା ଯାଇଥିବା ବଳକା ଏସିଡ୍ ବୋତଲ , ମୋହନ ଶୋଇଥିବା ଖଟରେ ଏସିଡ୍ ମାଡ଼ରେ ପୋଡିଯାଇ ପଡି ରହିଥିବା ଚଦର ଓ କମ୍ବଳଗୁଡିକୁ ଜବତ କରାଯାଇ ତଦନ୍ତ ଜାରି ରହିଛି।
The post ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍ ପକାଇ ମାରି ଦେବାକୁ ଉଦ୍ୟମ କଲେ ଝିଅ appeared first on Dharitri Odia News.