ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର

ଭୁବନେଶ୍ୱର,୨।୧: ଆନ୍ଧ୍ରପ୍ରଦେଶରେ ଗଣବଳାତ୍କାର ଶିକାର ହେଲେ ଓଡ଼ିଶାର ୧୭ ବର୍ଷୀୟ ନାବାଳିକା। ବଏଫ୍ରେଣ୍ଡ ସହିତ ବିଶାଖାପାଟଣାର ଆର.କେ ବିଚ୍ ବୁଲିବାକୁ ଯାଇଥିଲା ବେଳେ ଏଭଳି ଛାତି ଥରା ଘଟଣାର ସାମ୍ନା କରିଛନ୍ତି ନାବାଳିକା। ପୋଲିସ ସୂଚନା ମୁତାବକ ନାବାଳିକାଙ୍କୁ ୧୩ ଜଣ ବଳାତ୍କାର କରିଛନ୍ତି। ଖବର ଅନୁଯାୟୀ ବୁଲାବୁଲି କରିବା ପରେ ହୋଟେଲରେ ରହିବା ସମୟରେ ପ୍ରଥମେ ବଏଫ୍ରେଣ୍ଡ ତାଙ୍କ ସହିତ ଖରାପ ବ୍ୟବହାର କରି ଶାରୀରିକ ସମ୍ପର୍କ ରଖିଥିଲେ ଏହାପରେ ବଏଫ୍ରେଣ୍ଡର ସାଙ୍ଗ ମଧ୍ୟ ତାଙ୍କୁ […] The post ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର appeared first on Dharitri Odia News.

ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର

ଭୁବନେଶ୍ୱର,୨।୧: ଆନ୍ଧ୍ରପ୍ରଦେଶରେ ଗଣବଳାତ୍କାର ଶିକାର ହେଲେ ଓଡ଼ିଶାର ୧୭ ବର୍ଷୀୟ ନାବାଳିକା। ବଏଫ୍ରେଣ୍ଡ ସହିତ ବିଶାଖାପାଟଣାର ଆର.କେ ବିଚ୍ ବୁଲିବାକୁ ଯାଇଥିଲା ବେଳେ ଏଭଳି ଛାତି ଥରା ଘଟଣାର ସାମ୍ନା କରିଛନ୍ତି ନାବାଳିକା। ପୋଲିସ ସୂଚନା ମୁତାବକ ନାବାଳିକାଙ୍କୁ ୧୩ ଜଣ ବଳାତ୍କାର କରିଛନ୍ତି।

ଖବର ଅନୁଯାୟୀ ବୁଲାବୁଲି କରିବା ପରେ ହୋଟେଲରେ ରହିବା ସମୟରେ ପ୍ରଥମେ ବଏଫ୍ରେଣ୍ଡ ତାଙ୍କ ସହିତ ଖରାପ ବ୍ୟବହାର କରି ଶାରୀରିକ ସମ୍ପର୍କ ରଖିଥିଲେ ଏହାପରେ ବଏଫ୍ରେଣ୍ଡର ସାଙ୍ଗ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ। ଏହିଘଟଣା ପରେ ନାବାଳିକା ଆତ୍ମଲଜ୍ୟାରେ ଜୀବନ ହାରିବାକୁ ଆର.କେ ବିଚ୍ ଆଡକୁ ଦଉଡିଥିଲେ।

ଏହି ସମୟରେ ବିଚ୍ ପାଖରେ ଥିବା ଜଣେ ଫଟୋଗ୍ରାଫର ତାଙ୍କୁ ଏକୁଟିଆ ଦେଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହାପରେ ନାବାଳିକାଙ୍କୁ ନେଇ ସେ ହୋଟେଲକୁ ଯାଇଥିଲେ, ଯେଉଁଠାରେ ଅନ୍ୟ ଫଟୋଗ୍ରାଫରଙ୍କ ସହିତ ମିଶି ନାବାଳିକାଙ୍କୁ ଦୁଇଦିନ ଧରି ଏକାଧିକବାର ବଳାତ୍କାର କରିଥିଲେ। ତେବେ କୌଣସି ପ୍ରକାର ନାବାଳିକା ଜଣକ ସେଠାରୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ।

ରିପୋର୍ଟ ମୁତାବକ ଡିସେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଏହି ଘଟଣା ଘଟିଥିଲା। ତେବେ ଡିସେମ୍ବର ୧୮ ତାରିଖରେ ନାବାଳିକାଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ପରେ ପୋଲିସ ନାବାଳିକାଙ୍କୁ ବିଶାଖାପାଟଣାର ପାଖ ଗାଁରୁ ଉଦ୍ଧାର କରିଥିଲା। ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରି ତାଙ୍କ ସହିତ ବଳାତ୍କାର ହୋଇଥିବା ଜାଣିବାକୁ ପାଇଥିଲା। ନାବାଳିକା ଜଣକ ଓଡ଼ିଶା କଳାହାଣ୍ଡି ଜିଲାର ବୋଲି ଜଣାପଡିଛି।

ପୀଡିତାଙ୍କ ବାପା କହିବା ଅନୁଯାୟୀ ‘ଝିଅ ଜଣେ ସରକାରୀ ଚାକିରିଆଙ୍କ ଘରେ ମେଡ ଭାବେ କାମ କରେ । ତେବେ ଘର ମାଲିକ ଛୁଟି କାଟିବାକୁ ବାହାରକୁ ଯାଇଥିଲା ବେଳେ ସେ ସେଠାରେ ତାଙ୍କର ପେଟ୍ ର ଦେଖାଶୁଣା କରୁଥିଲେ। ହେଲେ ଝିଅ ନିଖୋଜ ହେବା ପରେ ସେ ଯାଇ ଥାନାରେ ପହଞ୍ଚିଥିଲେ।’

ପୋଲିସ ପୁରା ଘଟଣା ଜାଣିବା ପରେ ପୋଲିସ ପୋକ୍ସୋ ଆକ୍ଟ ଲଗାଇ ଘଟଣାର ଅଧିକ ତଦନ୍ତ କରି ବର୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଦୁଇ ଜଣକୁ ଝାଡ଼ଖଣ୍ଡରେ ଖୋଜୁଛି। ନାବାଳିକା ଜଣକ ମାତ୍ର ୯ ମାସ ହେବ ନିଜ ପରିବାର ସହ କଳାହାଣ୍ଡିରୁ ବିଶାଖାପଟନମ ଆସିଥିଲେ ।

The post ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର appeared first on Dharitri Odia News.