ପ୍ରେମିକଙ୍କ ହାତ ଧରିଲେ ଆମିରଙ୍କ ଝିଅ ଇରା
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ର ପରଫେକ୍ସନିଷ୍ଟ ଆମିର ଖାନ୍ଙ୍କ ଝିଅ ଇରା। ପ୍ରେମିକ ନୂପୁର ଶିଖରେଙ୍କ ହାତ ଧରିଛନ୍ତି ସେ। ଧୁମ୍ଧାମ୍ରେ ନୁହେଁ ବରଂ ବେଶ୍ ସାଧାରଣ ଢ଼ଙ୍ଗରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଦୁହେଁ ପରିବାର ଏବଂ ବନ୍ଧୁଙ୍କ ଗହଣରେ ନିଜର ବିବାହ ପଞ୍ଜିକରଣ କରିଥିଲେ। ସୋସିଆଲ ମିଡିଆରେ ଇରାଙ୍କ ଖାସ୍ ମୂହୁର୍ତ୍ତର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଇରା ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ ନୂପୁର ଜିମ୍ ପୋଷାକ ପିନ୍ଧିଛନ୍ତି। ଏହି […] The post ପ୍ରେମିକଙ୍କ ହାତ ଧରିଲେ ଆମିରଙ୍କ ଝିଅ ଇରା appeared first on Dharitri Odia News.
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ର ପରଫେକ୍ସନିଷ୍ଟ ଆମିର ଖାନ୍ଙ୍କ ଝିଅ ଇରା। ପ୍ରେମିକ ନୂପୁର ଶିଖରେଙ୍କ ହାତ ଧରିଛନ୍ତି ସେ। ଧୁମ୍ଧାମ୍ରେ ନୁହେଁ ବରଂ ବେଶ୍ ସାଧାରଣ ଢ଼ଙ୍ଗରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଦୁହେଁ ପରିବାର ଏବଂ ବନ୍ଧୁଙ୍କ ଗହଣରେ ନିଜର ବିବାହ ପଞ୍ଜିକରଣ କରିଥିଲେ।
ସୋସିଆଲ ମିଡିଆରେ ଇରାଙ୍କ ଖାସ୍ ମୂହୁର୍ତ୍ତର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଇରା ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ ନୂପୁର ଜିମ୍ ପୋଷାକ ପିନ୍ଧିଛନ୍ତି। ଏହି ବିବାହ ସମୟରେ ଆମିରଙ୍କ ସହ ପୂର୍ବପତ୍ନୀ ରିନା ଦତ୍ତା ଉପସ୍ଥିତ ରହି ନବବିବାହିତ ଯୋଡ଼ିକୁ ଆଶୀର୍ବାଦ ଦେଇଛନ୍ତି। ଏହାଛଡ଼ା ଆମିରଙ୍କ ଅନ୍ୟତମ ପୂର୍ବପତ୍ନୀ କିରଣ ରାଓ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖାଯାଇଛି।
The post ପ୍ରେମିକଙ୍କ ହାତ ଧରିଲେ ଆମିରଙ୍କ ଝିଅ ଇରା appeared first on Dharitri Odia News.