ପ୍ରୋତ୍ସାହନ ରାଶି ମିଳିବା ଦାବିରେ ଓ୍ବାର୍ଡସଭ୍ୟଙ୍କର ଭୋଟ୍‌ ବର୍ଜନ ଧମକ

ନିରାକାରପୁର,୧୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଚଳିତମାସ ଗତ ୧୨ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବଢ଼ାଇଛନ୍ତି। ହେଲେ ଓ୍ବାର୍ଡ ସଭ୍ୟ ଓ ସଭ୍ୟା୍‌ମାନଙ୍କର ଭତ୍ତା ୨୪୦ଟଙ୍କାରୁ ଏବେ ୪୮୦କୁ ବୃଦ୍ଧି କରିଛନ୍ତି। ହେଲେ ପାରିତୋଷିକ ରାଶି ପ୍ରତି ଗୁରୁତ୍ୱ ଦେଲେ ନାହିଁ। ତେଣୁ ଏହି ପାରିତୋଷିକ ରାଶିକୁ ୪ହଜାର ଟଙ୍କା ପ୍ରାପ୍ୟ ଦାବି କରି ଶନିବାର ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟା/ସଭ୍ୟ ପଞ୍ଚାୟତ କାର୍ଯ୍ୟାଳୟ […] The post ପ୍ରୋତ୍ସାହନ ରାଶି ମିଳିବା ଦାବିରେ ଓ୍ବାର୍ଡସଭ୍ୟଙ୍କର ଭୋଟ୍‌ ବର୍ଜନ ଧମକ appeared first on Dharitri Odia News.

ପ୍ରୋତ୍ସାହନ ରାଶି ମିଳିବା ଦାବିରେ ଓ୍ବାର୍ଡସଭ୍ୟଙ୍କର ଭୋଟ୍‌ ବର୍ଜନ ଧମକ

ନିରାକାରପୁର,୧୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଚଳିତମାସ ଗତ ୧୨ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବଢ଼ାଇଛନ୍ତି। ହେଲେ ଓ୍ବାର୍ଡ ସଭ୍ୟ ଓ ସଭ୍ୟା୍‌ମାନଙ୍କର ଭତ୍ତା ୨୪୦ଟଙ୍କାରୁ ଏବେ ୪୮୦କୁ ବୃଦ୍ଧି କରିଛନ୍ତି। ହେଲେ ପାରିତୋଷିକ ରାଶି ପ୍ରତି ଗୁରୁତ୍ୱ ଦେଲେ ନାହିଁ। ତେଣୁ ଏହି ପାରିତୋଷିକ ରାଶିକୁ ୪ହଜାର ଟଙ୍କା ପ୍ରାପ୍ୟ ଦାବି କରି ଶନିବାର ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟା/ସଭ୍ୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ଉଦେଶ୍ୟରେ ସ୍ଥାନୀୟ ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ପୂରଣ ନ ହେଲେ ଆସନ୍ତା ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ ସହ ପଞ୍ଚାୟତର କୌଣସି ବୈଠକରେ ସହଯୋଗ କରିବେ ନାହିଁ ବୋଲି ଓ୍ବାର୍ଡସଭ୍ୟ ଭାସ୍କର ସାମଲ, ମାନିଆ ପ୍ରଧାନ ଓ୍ବାର୍ଡସଭ୍ୟା ଅଞ୍ଜଳି ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।

The post ପ୍ରୋତ୍ସାହନ ରାଶି ମିଳିବା ଦାବିରେ ଓ୍ବାର୍ଡସଭ୍ୟଙ୍କର ଭୋଟ୍‌ ବର୍ଜନ ଧମକ appeared first on Dharitri Odia News.