ପ୍ରୋଫାଇଲ ଫଟୋ ଅପଡେଟ କଲେ ରୋହିତ ଶର୍ମା

ବିଶ୍ୱକପ ଜିତିବାର ୮ ଦିନ ପରେ ରୋହିତଙ୍କ ପ୍ରୋଫାଇଲ ଫଟୋ ବଦଳିଛି।

ପ୍ରୋଫାଇଲ ଫଟୋ ଅପଡେଟ କଲେ ରୋହିତ ଶର୍ମା

ଭାରତର ବିଶ୍ୱକପ ବିଜେତା ଦଳର ଅଧିନାୟକ ରୋହିତ ଶର୍ମା ଆଜି ତାଙ୍କ ଏକ୍ସ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ବାର୍ବଡସରେ ଭାରତୀୟ ଟିମ ଟି-୨୦ ବିଶ୍ୱକପ ଫାଇନାଲର ଜିତିଥିଲା। ଏହା ସହ ଜଡ଼ିତ ଗୋଟିଏ ଫଟୋ ରୋହିତ ତାଙ୍କ ପ୍ରୋଫାଇଲ ଫଟୋ ଭାବେ ରଖିଛନ୍ତି।

ଫାଇନାଲ ଜିତିବା ପରେ ରୋହିତ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହାପରେ ବାର୍ବଡସର କେନ୍ସିଂଟନ ଓଭାଲ ଗ୍ରାଉଣ୍ଡରେ ତ୍ରିରଙ୍ଗା ପୋତି ଥିଲେ। ଉକ୍ତ ଫଟୋକୁ ରୋହିତ ତାଙ୍କ ପ୍ରୋଫାଇଲ ଭାବେ ବ୍ୟବହାର କରିଛନ୍ତି। ବିଶ୍ୱକପ ଜିତିବାର ୮ ଦିନ ପରେ ରୋହିତଙ୍କ ପ୍ରୋଫାଇଲ ଫଟୋ ବଦଳିଛି।

ବାର୍ବଡସରେ ମ୍ୟାଚ ଜିତିବା ପରେ ବିସିସିଆଇ ସମ୍ପାଦକ ଜୟ ଶାହ ଓ ଟିମ ଇଣ୍ଡିଆର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରୋହିତ ବାର୍ବଡସ ଆକାଶରେ ଉଡ଼ୁଥିବା ତ୍ରିରଙ୍ଗା ତଳେ ଛିଡ଼ା ହୋଇ ଫଟୋ ଉଠାଇଥିଲେ। ଏହାବାଦ ୧୧ ବର୍ଷ ପରେ ଭାରତ ପାଇଁ କୌଣସି ଆଇସିସି ଟ୍ରଫି ଜିତିଥିବା ରୋହିତ ଶର୍ମା ବାର୍ବଡସ ପିଚ୍‌ରୁ ମାଟି ଉଠାଇ ଖାଇଥିଲେ।

ବିଜୟକୁ ଅଧିକ ସ୍ମରଣୀୟ ଓ ଏହି ବିଜୟ ଭାରତ ପାଇଁ କେତେ ଗୁରୁତ୍ୱବହନ କରେ, ସେକଥା ଦର୍ଶାଇବା ପାଇଁ ସେ ଏପରି କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଷ୍ଟେଜ୍‌ରୁ ବିଶ୍ୱକପ ଆଣିବା ସମୟରେ ରୋହିତ ଶର୍ମା WWE ଷ୍ଟାର ରିକ ଫ୍ଲେୟାରଙ୍କ ଭଳି ରହି ରହି ଯାଇଥିଲେ।