ପ୍ରୟାଗରାଜରେ ପ୍ରବଳ ଗହଳି, ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି

ନୂଆଦିଲ୍ଲୀ ୧୦/୦୨: ପ୍ରୟାଗରାଜରେ ପ୍ରବଳ ଗହଳି । ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯିବା ପାଇଁ ସବୁ ରାସ୍ତାରେ ଭାରି ଜାମ । ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି । ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି । ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡ଼ି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ । ପ୍ରୟାଗରାଜର ଆଖପାଖ ଜିଲ୍ଲା ଯେପରିକି ବନାରସ, କାନପୁର, ଫତେପୁର, କଟନି, ସତନା ଏବଂ ରେୱାର ଷ୍ଟେସନଗୁଡ଼ିକ ପୂର୍ଣ୍ଣ । ଯାତ୍ରୀମାନଙ୍କୁ ଷ୍ଟେସନରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ମିଳୁନାହିଁ। ଏହା ବ୍ୟତୀତ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି, ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସେକେଣ୍ଡ ଏସି, ଥାର୍ଡ ଏସି ମଧ୍ୟ ସାଧାରଣ କୋଚରେ ପରିଣତ ହୋଇଛି।ସେପଟେ ଭିଡ଼କୁ ଦେଖି ବନ୍ଦ ହୋଇଛି ପ୍ରୟାଗରାଜ ସଙ୍ଗମ ଷ୍ଟେସନ୍। ରବିବାରଠାରୁ ତତ୍କାଳ ଷ୍ଟେସନକୁ ଯାତ୍ରୀଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଏନେଇ ସୂଚନା ଦେଇଛି ନର୍ଥ ସେଣ୍ଟ୍ରାଲ୍ ରେଲୱେ। ମହାକୁମ୍ଭକୁ ପ୍ରତିଦିନ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଦିନେ ପରେ ରହିଛି ମାଘ ପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି

ପ୍ରୟାଗରାଜରେ ପ୍ରବଳ ଗହଳି, ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି

ନୂଆଦିଲ୍ଲୀ ୧୦/୦୨: ପ୍ରୟାଗରାଜରେ ପ୍ରବଳ ଗହଳି । ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯିବା ପାଇଁ ସବୁ ରାସ୍ତାରେ ଭାରି ଜାମ । ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି । ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି । ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡ଼ି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ । 

ପ୍ରୟାଗରାଜର ଆଖପାଖ ଜିଲ୍ଲା ଯେପରିକି ବନାରସ, କାନପୁର, ଫତେପୁର, କଟନି, ସତନା ଏବଂ ରେୱାର ଷ୍ଟେସନଗୁଡ଼ିକ ପୂର୍ଣ୍ଣ । ଯାତ୍ରୀମାନଙ୍କୁ ଷ୍ଟେସନରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ମିଳୁନାହିଁ। ଏହା ବ୍ୟତୀତ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି, ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସେକେଣ୍ଡ ଏସି, ଥାର୍ଡ ଏସି ମଧ୍ୟ ସାଧାରଣ କୋଚରେ ପରିଣତ ହୋଇଛି।

ସେପଟେ ଭିଡ଼କୁ ଦେଖି ବନ୍ଦ ହୋଇଛି ପ୍ରୟାଗରାଜ ସଙ୍ଗମ ଷ୍ଟେସନ୍। ରବିବାରଠାରୁ ତତ୍କାଳ ଷ୍ଟେସନକୁ ଯାତ୍ରୀଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଏନେଇ ସୂଚନା ଦେଇଛି ନର୍ଥ ସେଣ୍ଟ୍ରାଲ୍ ରେଲୱେ। ମହାକୁମ୍ଭକୁ ପ୍ରତିଦିନ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଦିନେ ପରେ ରହିଛି ମାଘ ପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।


ଯେଉଁମାନେ ମହାକୁମ୍ଭରେ ଯାତ୍ରା କରିୁଛନ୍ତି ସେମାନେ ପାଇଁ ଟ୍ରେନର ଯାତ୍ରୀ ବଗିରେ ସିଟ୍ ପାଉନାହାଁନ୍ତି, ସେମାନେ ଲଗେଜ୍ ବଗିରେ ଏଣ୍ଟ୍ରି କରୁଛନ୍ତି । ଯାହାଦ୍ୱାରା ରେଳ ଅଧିକାରୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାନପୁର ରେଳ ଷ୍ଟେସନରେ ମହିଳା ଏବଂ ପିଲାମାନେ ଟ୍ରେନ ଭିତରକୁ ଯିବା ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି । ତାଙ୍କୁ ତଳେ ବସିବାକୁ ବାଧ୍ୟ କରାଯାଇଥିଲା । 

ଟ୍ରେନରେ ଚଢିବା ପାଇଁ ସଂଘର୍ଷ କରୁଥିବା ଲୋକମାନେ ଆଜି ତକଙ୍କୁ କହିଥିଲେ ଯେ ରାସ୍ତା ଜାମ୍ ଥିଲା, ତେଣୁ ଆମେ ଟ୍ରେନକୁ ବାଛିଲୁ। ଆମ ପାଖରେ ସଡ଼କରେ ଯାତ୍ରା କରିବା ପାଇଁ ଯଥେଷ୍ଟ ଟଙ୍କା ନାହିଁ। କିନ୍ତୁ ଆମେ ସ୍ୱତନ୍ତ୍ର ଟ୍ରେନ୍‌ର ସୁବିଧା ପାଇଲୁ ନାହିଁ ଏବଂ ଏଠାରେ ପରିସ୍ଥିତି ଆହୁରି ଖରାପ।  

also read...

ଆସ୍ଥାର ବୁଡ ପକାଇବେ ମହାମହିମ, ବଡ଼େ ହନୁମାନ ମନ୍ଦିରରେ କରିବେ ପୂଜାର୍ଚ୍ଚନା