ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ ଟ୍ରକଟି ହଠାତ୍‌ ବ୍ରେକ୍‌ ମାରିବାରୁ ପଛରେ ଥିବା ଅନ୍ୟ ଏକ ଟ୍ରକଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ଟ୍ରକର ଆଗପଟ ଭାଙ୍ଗି ଚୁର୍‌ମାର ହୋଇଯିବା ସହ ପଛପଟ ଟ୍ରକରେ ନିଆଁ ଲାଗି ଯାଇଥିଲା। ଅନ୍ୟପକ୍ଷେ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ […] The post ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର appeared first on Dharitri Odia News.

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ ଟ୍ରକଟି ହଠାତ୍‌ ବ୍ରେକ୍‌ ମାରିବାରୁ ପଛରେ ଥିବା ଅନ୍ୟ ଏକ ଟ୍ରକଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ଟ୍ରକର ଆଗପଟ ଭାଙ୍ଗି ଚୁର୍‌ମାର ହୋଇଯିବା ସହ ପଛପଟ ଟ୍ରକରେ ନିଆଁ ଲାଗି ଯାଇଥିଲା। ଅନ୍ୟପକ୍ଷେ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ। ହେଲେ ଡ୍ରାଇଭର ଷ୍ଟିୟରିଙ୍ଗ ଏବଂ ସିଟରେ ଚାପି ହୋଇଯାଇଥିବାରୁ ତାଙ୍କୁ ବାହାରକୁ ଆଣିବା ସମ୍ଭବ ହୋଇ ନ ଥିଲା। ଏଭଳି ସ୍ଥିତିରେ ଟ୍ରକ୍‌ ଡ୍ରାଇଭର ଜୀବନ୍ତ ଜଳି ଯାଇଥିଲେ।

ଖବର ପାଇ ସିନାପାଲି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଡ୍ରାଇଭରଙ୍କୁ ବଞ୍ଚାଇ ପାରି ନ ଥିଲେ। ଉଭୟ ଟ୍ରକ୍‌ ରାଜସ୍ଥାନର ବୋଲି ଜଣାପଡ଼ିଛି। ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

The post ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର appeared first on Dharitri Odia News.