ପ୍ୟାଟ୍ କମିନ୍ସଙ୍କ ଘରକୁ ଆସିଲେ କୁନି ଅତିଥି, ପତ୍ନୀ ଦେଲେ ଶିଶୁକନ୍ୟାକୁ ଜନ୍ମ
ଅଷ୍ଟ୍ରେଲିଆ ଟେଷ୍ଟ ଏବଂ ଦିନିକିଆ ଟିମର ଅଧିନାୟକ ପ୍ୟାଟ୍ କମିନ୍ସ ଘରକୁ କୁନି ଅତିଥି ଆସିଛନ୍ତି । ପ୍ୟାଟଙ୍କ ପତ୍ନୀ ବେକି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଦମ୍ପତି । ପ୍ୟାଟଙ୍କ ପତ୍ନୀ ଝିଅ ସହିତ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଫଟୋ ସେୟାର କରି ଲେଖିଛନ୍ତି, ସେ ଆସିଯାଇଛି । ଆମର ସୁନ୍ଦର ପିଲା, ଏଡି । ଆମେ କେତେ ଖୁସି, ତାହା […] The post ପ୍ୟାଟ୍ କମିନ୍ସଙ୍କ ଘରକୁ ଆସିଲେ କୁନି ଅତିଥି, ପତ୍ନୀ ଦେଲେ ଶିଶୁକନ୍ୟାକୁ ଜନ୍ମ appeared first on KNews Odisha.

ଅଷ୍ଟ୍ରେଲିଆ ଟେଷ୍ଟ ଏବଂ ଦିନିକିଆ ଟିମର ଅଧିନାୟକ ପ୍ୟାଟ୍ କମିନ୍ସ ଘରକୁ କୁନି ଅତିଥି ଆସିଛନ୍ତି । ପ୍ୟାଟଙ୍କ ପତ୍ନୀ ବେକି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଦମ୍ପତି । ପ୍ୟାଟଙ୍କ ପତ୍ନୀ ଝିଅ ସହିତ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସେ ଫଟୋ ସେୟାର କରି ଲେଖିଛନ୍ତି, ସେ ଆସିଯାଇଛି । ଆମର ସୁନ୍ଦର ପିଲା, ଏଡି । ଆମେ କେତେ ଖୁସି, ତାହା ଶବ୍ଦରେ ସୁଦ୍ଧା କହିପାରିବୁ ନାହିଁ ।
ଅଷ୍ଟ୍ରେଲିଆ ଟିମ୍ ଏବେ ଶ୍ରୀଲଙ୍କା ଗସ୍ତରେ ରହିଛି । ହେଲେ ପ୍ୟାଟ୍ କମିନ୍ସ ପାଟରନିଟ୍ ଲିଭରେ ରହିଛନ୍ତି । କ୍ରିକେଟ ସହିତ ନିଜ ପରିବାରକୁ ପ୍ରାଥମିକତା ଦେଇଛନ୍ତି । ପ୍ୟାଟ୍ କମିନ୍ସ ପ୍ରଥମ ପିଲା ଜନ୍ମ ସମୟରେ ପତ୍ନୀଙ୍କ ସହିତ ନଥିଲେ । ତେଣୁ ଏଥର ନିଜ ପତ୍ନୀଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
କମିନ୍ସ ଅକ୍ଟୋବରରେ କହିଥିଲେ, ଗତଥର ପୁଅ ଜନ୍ମ ସମୟରେ ନଥିଲି । ହେଲେ ଏଥର ଘରେ ପିଲାଙ୍କ ସହିତ ରହିବାକୁ ଚାହୁଁଛି । ଆମେ କ୍ରିକେଟ ଖେଳୁଛୁ, ଏହା ଅର୍ଥ ଆମ ପରିବାରକୁ ଦେବୁନି ବିଲକୁଲ ନୁହେଁ ।
ତେବେ କେବଳ କମିନ୍ସ ନୁହେଁ ଟ୍ରେଭିସ ହେଡ୍ ଏବଂ ମିଚେଲ ମାର୍ଶ ମଧ୍ୟ ପାକିସ୍ତାନ ବିପକ୍ଷ ସିରିଜରୁ ପାଟରନିଟ୍ ଲିଭରେ ରହିଛନ୍ତି ।
ପୂର୍ବରୁ ରୋହିତ ଶର୍ମା ମଧ୍ୟ ପୁଅ ଜନ୍ମ ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିନଥିଲେ । ବିରାଟ କୋହଲି ମଧ୍ୟ ୨୦୨୪ରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ଅକାୟ ଜନ୍ମ ପାଇଁ ଖେଳିନଥିଲେ ।
Also Read : ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଅଫିସିଆଲ ଗୀତ ରିଲିଜ, ଆତିଫ ଗାଇଲେ ଗୀତ
The post ପ୍ୟାଟ୍ କମିନ୍ସଙ୍କ ଘରକୁ ଆସିଲେ କୁନି ଅତିଥି, ପତ୍ନୀ ଦେଲେ ଶିଶୁକନ୍ୟାକୁ ଜନ୍ମ appeared first on KNews Odisha.