ପ୍ୟାଟ୍ କମିନ୍ସଙ୍କ ପରେ ବାଦ ପଡିଲେ ମିଚେଲ ଷ୍ଟାର୍କ, ସ୍ମିଥ୍ ହେଲେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ

ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଚୂଡ଼ାନ୍ତ କରିଛି ଅଷ୍ଟ୍ରେଲିଆ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଣଙ୍କ ପରେ ଜଣେ ପ୍ଲେୟର ପଡୁଛନ୍ତି ଟିମ୍‌ରୁ ବାଦ । ପ୍ୟାଟ୍ କମିନ୍ସଙ୍କ ପରେ ଏବେ ଅଷ୍ଟ୍ରେଲିଆ ଟିମ୍‌ରୁ ବାହାର ହୋଇଛନ୍ତି ମିଚେଲ ଷ୍ଟାର୍କ । ଷ୍ଟାର୍କଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ଟିମ୍‌ ହେବ ଡବଲ ଝଟକା । ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ଷ୍ଟିଭ୍ ସ୍ମିଥଙ୍କୁ ଅଧିନାୟକ କରିଛି । ବାମହାତୀ ପେସର ମିଚେଲ ଷ୍ଟାର୍କଙ୍କୁ ବାଦ ପଡିବା ପରେ ନିଶ୍ଚିତ ଯେ ଚାମ୍ପିଅନ୍‌ ଟ୍ରଫିରେ ଅଷ୍ଟ୍ରେଲିଆକୁ ତିକଡି ସେବା ମିଳିବନି । ତିକଡିର ଅର୍ଥ ହେଉଛି ଷ୍ଟାର୍କ, କମିନ୍ସ ଏବଂ ହେଜେଲଉଡ୍ । ଏବେ ପ୍ରଶ୍ନ ଆସୁଛି ୩ ବୋଲରଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିୟ ପେସ୍ ଆଟାକ୍‌ର ଦାୟିତ୍ୱ କିଏ ନେବ ? ଏବେ ଏହାର ଦାୟିତ୍ୱ ନାଥନ ଏଲିସ୍, ସ୍ପେନ୍ସର ଜନସନ, ସେନ୍‌ ଆବୋଟ୍‌,  ବେନ୍ ଦ୍ବାରସ୍ବିଇସ୍‌ଙ୍କ କାନ୍ଧରେ ରହିବ।ଚାମ୍ପିଅନ୍ସ ଟ୍ରଫି ପାଇଁ କେବଳ ଅଷ୍ଟ୍ରେଲିଆ ଟିମ୍‌ରେ ନୁହେଁ ବରଂ ଅଧିନାୟକତ୍ୱରେ ମଧ୍ୟ ହୋଇଛି ପରିବର୍ତ୍ତନ । ପ୍ୟାଟ୍ କମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା କାରଣରୁ ଷ୍ଟିଭ୍ ସ୍ମିଥଙ୍କୁ ମିଳିଛି ବଡ଼ ଦାୟିତ୍ୱ । ସ୍ମିଥ ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକତ୍ୱ ପଦ ସମ୍ଭାଳି ସାରିଛନ୍ତି । ସେ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଟିମ୍ର ଅଧିନାୟକ ଅଛନ୍ତି।ଏବେ

ପ୍ୟାଟ୍ କମିନ୍ସଙ୍କ ପରେ ବାଦ ପଡିଲେ ମିଚେଲ ଷ୍ଟାର୍କ, ସ୍ମିଥ୍ ହେଲେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ

ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଚୂଡ଼ାନ୍ତ କରିଛି ଅଷ୍ଟ୍ରେଲିଆ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଣଙ୍କ ପରେ ଜଣେ ପ୍ଲେୟର ପଡୁଛନ୍ତି ଟିମ୍‌ରୁ ବାଦ । ପ୍ୟାଟ୍ କମିନ୍ସଙ୍କ ପରେ ଏବେ ଅଷ୍ଟ୍ରେଲିଆ ଟିମ୍‌ରୁ ବାହାର ହୋଇଛନ୍ତି ମିଚେଲ ଷ୍ଟାର୍କ । ଷ୍ଟାର୍କଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ଟିମ୍‌ ହେବ ଡବଲ ଝଟକା । ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ଷ୍ଟିଭ୍ ସ୍ମିଥଙ୍କୁ ଅଧିନାୟକ କରିଛି । 

ବାମହାତୀ ପେସର ମିଚେଲ ଷ୍ଟାର୍କଙ୍କୁ ବାଦ ପଡିବା ପରେ ନିଶ୍ଚିତ ଯେ ଚାମ୍ପିଅନ୍‌ ଟ୍ରଫିରେ ଅଷ୍ଟ୍ରେଲିଆକୁ ତିକଡି ସେବା ମିଳିବନି । ତିକଡିର ଅର୍ଥ ହେଉଛି ଷ୍ଟାର୍କ, କମିନ୍ସ ଏବଂ ହେଜେଲଉଡ୍ । ଏବେ ପ୍ରଶ୍ନ ଆସୁଛି ୩ ବୋଲରଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିୟ ପେସ୍ ଆଟାକ୍‌ର ଦାୟିତ୍ୱ କିଏ ନେବ ? ଏବେ ଏହାର ଦାୟିତ୍ୱ ନାଥନ ଏଲିସ୍, ସ୍ପେନ୍ସର ଜନସନ, ସେନ୍‌ ଆବୋଟ୍‌,  ବେନ୍ ଦ୍ବାରସ୍ବିଇସ୍‌ଙ୍କ କାନ୍ଧରେ ରହିବ।

ଚାମ୍ପିଅନ୍ସ ଟ୍ରଫି ପାଇଁ କେବଳ ଅଷ୍ଟ୍ରେଲିଆ ଟିମ୍‌ରେ ନୁହେଁ ବରଂ ଅଧିନାୟକତ୍ୱରେ ମଧ୍ୟ ହୋଇଛି ପରିବର୍ତ୍ତନ । ପ୍ୟାଟ୍ କମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା କାରଣରୁ ଷ୍ଟିଭ୍ ସ୍ମିଥଙ୍କୁ ମିଳିଛି ବଡ଼ ଦାୟିତ୍ୱ । ସ୍ମିଥ ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକତ୍ୱ ପଦ ସମ୍ଭାଳି ସାରିଛନ୍ତି । ସେ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଟିମ୍ର ଅଧିନାୟକ ଅଛନ୍ତି।

ଏବେ ପ୍ରଶ୍ନ ହେଉଛି କମିନ୍ସ, ଷ୍ଟାର୍କ, ହାଜେଲଉଡଙ୍କ ବିନା ଅଷ୍ଟ୍ରେଲିଆ ଟିମ୍‌ର ରୂପ କେମିତି ହେବ? ଷ୍ଟିଭ୍ ସ୍ମିଥଙ୍କ ଅଧିନାୟକତ୍ୱରେ ଟିମ୍‌ ଚାମ୍ପିଅନ୍ସ ଟ୍ରଫିରେ ଚମକ ଦେଖାଇ ପାରିବ ତ ? ତେବେ ଏସବୁର ଉତ୍ତର କେବଳ ସମୟ ହିଁ ଦେବ…