ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ବିସିସିଆଇର ବଡ଼ ନିଷ୍ପତ୍ତି, ଭାରତୀୟ ଆଥଲେଟ୍‌ଙ୍କୁ ଦେବ ୮.୫ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତୀୟ ଆଥଲେଟଙ୍କ ସାହାଯ୍ୟ ପାଇଁ ୮.୫ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ। ବିସିସିଆଇ ଏହି ରାଶି ଭାରତୀୟ ଅଲିମ୍ପିକ ସଂଘକୁ ପ୍ରଦାନ କରିବ। ଜୟ ଶାହ ରବିବାର ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି।ପ୍ୟାରିସ ଅଲିମ୍ପିକ୍ସରେ ଭାରତର ୧୧୭ ଜଣିଆ ଦଳ ଅଂଶଗ୍ରହଣ କରୁଛି।ଏଥିରେ ୭୦ ପୁରୁଷ ଓ ୪୭ ମହିଳା ଆଥଲେଟ୍ ସାମିଲ। ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ପ୍ରଥମ ମୁକାବିଲା ଜୁଲାଇ ୨୫ରେ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବଡ଼ ପଦକ୍ଷେପ ନେଇ ଖେଳାଳିଙ୍କ ପାଇଁ ୮.୫ କୋଟି ଟଙ୍କା ପ୍ରଦାନ କରିବ। ଏକ୍ସରେ ପୋଷ୍ଟ କରି ଜୟ ଶାହ ଲେଖିଛନ୍ତି, ମୋତେ ଏହା ଘୋଷଣା କରି ନିଜକୁ ଗର୍ବିତ ଅନୁଭବ କରୁଛି ଯେ ବିସିସିଆଇ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ଵ କରୁଥିବା ଆଥଲେଟଙ୍କୁ ଅକୁଣ୍ଠ ସମର୍ଥନ ଯୋଗାଇବ। ଏହି ଅଭିଯାନରେ ବିସିସିଆଇ ଆଇଓଏକୁ ୮.୫ କୋଟି ଟଙ୍କା ପ୍ରଦାନ କରିବ।Also read: ପ୍ୟାରିସ ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କୁ ମିଳିଲା ବଡ଼ ଦାୟିତ୍ଵ, ମେରିକମଙ୍କ ସ୍ଥାନ ନେଲେ ଗଗନ ନାରଙ୍ଗଭାରତ ପକ୍ଷରୁ ପ୍ୟାରିସ ଅଲିମ୍ପିକ୍ସରେ ତାରକା ବ୍ୟାଡମିଣ୍

ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ବିସିସିଆଇର ବଡ଼ ନିଷ୍ପତ୍ତି, ଭାରତୀୟ ଆଥଲେଟ୍‌ଙ୍କୁ ଦେବ ୮.୫ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତୀୟ ଆଥଲେଟଙ୍କ ସାହାଯ୍ୟ ପାଇଁ ୮.୫ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ। ବିସିସିଆଇ ଏହି ରାଶି ଭାରତୀୟ ଅଲିମ୍ପିକ ସଂଘକୁ ପ୍ରଦାନ କରିବ। ଜୟ ଶାହ ରବିବାର ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି।

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ୧୧୭ ଜଣିଆ ଦଳ ଅଂଶଗ୍ରହଣ କରୁଛି।ଏଥିରେ ୭୦ ପୁରୁଷ ଓ ୪୭ ମହିଳା ଆଥଲେଟ୍ ସାମିଲ। ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ପ୍ରଥମ ମୁକାବିଲା ଜୁଲାଇ ୨୫ରେ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବଡ଼ ପଦକ୍ଷେପ ନେଇ ଖେଳାଳିଙ୍କ ପାଇଁ ୮.୫ କୋଟି ଟଙ୍କା ପ୍ରଦାନ କରିବ। ଏକ୍ସରେ ପୋଷ୍ଟ କରି ଜୟ ଶାହ ଲେଖିଛନ୍ତି, ମୋତେ ଏହା ଘୋଷଣା କରି ନିଜକୁ ଗର୍ବିତ ଅନୁଭବ କରୁଛି ଯେ ବିସିସିଆଇ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ଵ କରୁଥିବା ଆଥଲେଟଙ୍କୁ ଅକୁଣ୍ଠ ସମର୍ଥନ ଯୋଗାଇବ। ଏହି ଅଭିଯାନରେ ବିସିସିଆଇ ଆଇଓଏକୁ ୮.୫ କୋଟି ଟଙ୍କା ପ୍ରଦାନ କରିବ।

Also read: ପ୍ୟାରିସ ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କୁ ମିଳିଲା ବଡ଼ ଦାୟିତ୍ଵ, ମେରିକମଙ୍କ ସ୍ଥାନ ନେଲେ ଗଗନ ନାରଙ୍ଗ

ଭାରତ ପକ୍ଷରୁ ପ୍ୟାରିସ ଅଲିମ୍ପିକ୍ସରେ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଏଚଏସ ପ୍ରଣୟ, ଲକ୍ଷ୍ୟ ସେନ ଓ ଅଶ୍ଵିନ ପୋନପ୍ପା ଦଳର ନେତୃତ୍ଵ ନେବେ। ସୁଟିଂରେ ସନ୍ଦୀପ ସିଂ, ଅର୍ଜୁନ ଚୀମା, ଟେନିସରେ ସୁମିତ ନାଗଲ, ରୋହନ ବୋପାନ୍ନା ଓ ଏନ ଶ୍ରୀରାମ ବାଲାଜୀ ଦେଶ ପକ୍ଷରୁ ଯୋଗ ଦେବେ। ଭାରତୀୟ ଆଥଲେଟ ହକି, ଟେବୁଲ ଟେନିସ, ସୁଟିଂ  ଓ ବକ୍ସିଂ ସମେତ ବହୁ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। 




ବକ୍ସିଂରେ ଅମିତ ପଙ୍ଘାଲ, ନିକହଲ ଜରିନ, ପ୍ରୀତି ପଓ୍ଵାଁର ଓ ଲଭଲିନା ବୋରଗୋହେନ ନିଜର ଦମ ଦେଖାଇବେ। ଗୋଲ୍ଫରେ ଗଗନଜିତ ଭୁଲ୍ଲର, ଶୁଭଙ୍କର ଶର୍ମା, ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର ଭାରତ ପକ୍ଷରୁ ସାମିଲ ହେବେ। ରେସଲିଂରେ ଭିନେଶ ଫୋଗାଟ, ଅମନ ସେହରାବତ, ଅନ୍ତିମା ପଙ୍ଘାଲ ଓ ଅଂଶୁ ମଲ୍ଲିକ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିବେ।