ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ସବୁଠୁ ଅଧିକ ପଦକ ସହ ସମାପ୍ତ କଲା ଅଭିଯାନ

ପ୍ୟାରିସ୍: ଭାରତ ପାଇଁ ପାରା ଅଲିମ୍ପିକ୍ସ ୨୦୨୪ ଦମଦାର ରହିଛି। ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତ ସବୁଠୁ ଅଧିକ ପଦକ ଜିତି ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଭାରତ ମୋଟ୍ ୨୯ ପଦକ ଜିତିଛି। ଏଥିରେ ୭ ସ୍ଵର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ସାମିଲ। ଏହା ପୂର୍ବରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ୧୯ ପଦକ ଜିତିଥିଲା। ଭାରତ ପାରା ଅଲିମ୍ପିକ୍ସର ଗତ ଦୁଇଟି ସଂସ୍କରଣରେ ମୋଟ୍ ୪୮ ପଦକ ଜିତି ସାରିଛି। ଏହା ପୂର୍ବରୁ ୧୧ମ ସଂସ୍କରଣରେ ଭାରତ କେବଳ ୧୨ ପଦକ ଜିତିଥିଲା। ସ୍ପଷ୍ଟ ଭାବେ ଏହା ଦେଖିବାକୁ ମିଳିଛି ଯେ, ଗତ ଦୁଇଟି ସଂସ୍କରଣରେ ବହୁତ ସୁଧାର ଓ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ୟାରିସ୍ ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ୫୪ ଭାରତୀୟ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ଏହା ସେହି ସମୟରେ ସବୁଠୁ ବଡ଼ ଦଳ ଥିଲା। ପୁଣି ପ୍ୟାରିସ ପାରାଲମ୍ପିକରେ ଭାରତର ଏହା ସବୁଠୁ ବଡ଼ ଦଳ ଥିଲା। ପ୍ୟାରିସ୍‌ରେ ମୋଟ୍ ୮୪ ପାରା ଭାରତୀୟ ଆଥଲେଟିକ୍ସ ଯୋଗ ଦେଇଛନ୍ତି। ଆଉ ଦଳ ଇତିହାସ ରଚି ସବୁଠୁ ଅଧିକ ପଦକ ଜିତିବାରେ ରେକର୍ଡ କରିଛି। ଟୋକିଓ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତ କେବଳ ୪ ପଦକ ଜିତିଥିଲା। ଏବେ ପ୍ୟାରିସ୍‌ରେ ଭାରତ ୭ ସ୍ଵର୍ଣ୍ଣପଦକ ଜିତି ଇତିହାସ ରଚିଛି। ଗତକାଲି ଭାରତ ଗୋଟିଏ ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲା। 

ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ସବୁଠୁ ଅଧିକ ପଦକ ସହ ସମାପ୍ତ କଲା ଅଭିଯାନ

ପ୍ୟାରିସ୍: ଭାରତ ପାଇଁ ପାରା ଅଲିମ୍ପିକ୍ସ ୨୦୨୪ ଦମଦାର ରହିଛି। ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତ ସବୁଠୁ ଅଧିକ ପଦକ ଜିତି ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଭାରତ ମୋଟ୍ ୨୯ ପଦକ ଜିତିଛି। ଏଥିରେ ୭ ସ୍ଵର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ସାମିଲ। ଏହା ପୂର୍ବରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ୧୯ ପଦକ ଜିତିଥିଲା। 

ଭାରତ ପାରା ଅଲିମ୍ପିକ୍ସର ଗତ ଦୁଇଟି ସଂସ୍କରଣରେ ମୋଟ୍ ୪୮ ପଦକ ଜିତି ସାରିଛି। ଏହା ପୂର୍ବରୁ ୧୧ମ ସଂସ୍କରଣରେ ଭାରତ କେବଳ ୧୨ ପଦକ ଜିତିଥିଲା। ସ୍ପଷ୍ଟ ଭାବେ ଏହା ଦେଖିବାକୁ ମିଳିଛି ଯେ, ଗତ ଦୁଇଟି ସଂସ୍କରଣରେ ବହୁତ ସୁଧାର ଓ ପରିବର୍ତ୍ତନ ଦେଖିବାକୁ ମିଳିଛି। 

ପ୍ୟାରିସ୍ ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ୫୪ ଭାରତୀୟ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ଏହା ସେହି ସମୟରେ ସବୁଠୁ ବଡ଼ ଦଳ ଥିଲା। ପୁଣି ପ୍ୟାରିସ ପାରାଲମ୍ପିକରେ ଭାରତର ଏହା ସବୁଠୁ ବଡ଼ ଦଳ ଥିଲା। ପ୍ୟାରିସ୍‌ରେ ମୋଟ୍ ୮୪ ପାରା ଭାରତୀୟ ଆଥଲେଟିକ୍ସ ଯୋଗ ଦେଇଛନ୍ତି। ଆଉ ଦଳ ଇତିହାସ ରଚି ସବୁଠୁ ଅଧିକ ପଦକ ଜିତିବାରେ ରେକର୍ଡ କରିଛି। 

ଟୋକିଓ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତ କେବଳ ୪ ପଦକ ଜିତିଥିଲା। ଏବେ ପ୍ୟାରିସ୍‌ରେ ଭାରତ ୭ ସ୍ଵର୍ଣ୍ଣପଦକ ଜିତି ଇତିହାସ ରଚିଛି। ଗତକାଲି ଭାରତ ଗୋଟିଏ ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲା।