ସଲମାନ୍ ଖାନ୍‌ଙ୍କ ‘ସିକନ୍ଦର’ରେ ନଜର ଆସିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଆସନ୍ତା ବର୍ଷ ଇଦ୍ ଅବସରରେ ଦେବେ ପିଲ୍ମ ଭେଟି। ଅର୍ଥାତ ଆସନ୍ତାବର୍ଷ ଫିଲ୍ମ ସିକନ୍ଦର ରିଲିଜ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି। ଏଆର୍ ମୁରୁଗାଦାସ୍ ଏବଂ ସାଜିଦ୍ ନାଦିଆଡୱାଲା ଏହି ଫିଲ୍ମକୁ ଏକାଠି କରୁଛନ୍ତି।  କିଛି ଦିନ ହେବ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଖୋଜା ଚାଲିଛି। କିନ୍ତୁ ଏବେ ନିର୍ମାତାଙ୍କୁ ଫିଲ୍ମ ପାଇଁ ହିରୋଇନ ମିଳି ଯାଇଛି। ଚଳିତ ବର୍ଷ ଇଦ୍‌ରେ ରିଲିଜ୍ ହୋଇନି କୌଣସି ଫିଲ୍ମ।  କିନ୍ତୁ ଆସନ୍ତା ବର୍ଷ ଇଦ୍‌ରେ  ଭାଇଜାନ୍ କରିବାକୁ ଯାଉଛନ୍ତି ଏକ ବଡ଼ ଧମାକା। ସଲମାନ ୨୦୨୫ ଇଦ୍‌ରେ ଆର୍ ମୁରୁଗାଦାସଙ୍କ ସହ କିଛି ନୂଆ ଦର୍ଶକଙ୍କୁ ପାଇଁ ଆଣୁଛନ୍ତି।  ଫିଲ୍ମ ‘ସିକନ୍ଦର’ରେ ସାଜିଦ ନାଦିଆଡୱାଲାଙ୍କ ସହ ଆର୍ ମୁରୁଗାଦାସ୍ ଏକାଠି କାମ କରୁଛନ୍ତି। ଏବେ  ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କୁ ନେଇ ନୂଆ ନାଁ ଆସିଛି ସାମ୍ନାକୁ। ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ରଶ୍ମିକା ମନ୍ଦନା। ରିପୋର୍ଟ ଅନୁଯାୟୀ, ସଲମାନଙ୍କ ଫିଲ୍ମରେ ରଶ୍ମିକା ନଜର ଆସିବେ। ପ୍ରଥମ ଥର ପାଇଁ ସୁପରଷ୍ଟାର ସଲମାନ ଖାନଙ୍କ ସହ କାମ କରିବାକୁ ରଶ୍ମିକା ମନ୍ଦନା ସମ୍ପୂର୍ଣ୍ଣ ପ୍ରସ୍ତୁତ । ରିପୋର୍ଟ ଅନୁଯାୟୀ, ଫିଲ୍ମର କାହାଣୀ ଅନୁଯାୟୀ ସାଜିଦ ନାଦିଆଡୱାଲା ଯେଉଁ ପ୍ରକାରର ଅଭିନେତ୍ରୀ ଖୋଜୁଥିଲେ, ସେଥିପାଇଁ ପୂରା ଫିଟ୍ ରଶ୍ମିକା। ସେ ଏହି କାହାଣୀକୁ ରଶ୍ମିକାଙ୍କ ନିକଟରେ  ବର୍ଣ୍ଣନ

ସଲମାନ୍ ଖାନ୍‌ଙ୍କ ‘ସିକନ୍ଦର’ରେ ନଜର ଆସିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଆସନ୍ତା ବର୍ଷ ଇଦ୍ ଅବସରରେ ଦେବେ ପିଲ୍ମ ଭେଟି। ଅର୍ଥାତ ଆସନ୍ତାବର୍ଷ ଫିଲ୍ମ ସିକନ୍ଦର ରିଲିଜ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି। ଏଆର୍ ମୁରୁଗାଦାସ୍ ଏବଂ ସାଜିଦ୍ ନାଦିଆଡୱାଲା ଏହି ଫିଲ୍ମକୁ ଏକାଠି କରୁଛନ୍ତି।  କିଛି ଦିନ ହେବ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଖୋଜା ଚାଲିଛି। କିନ୍ତୁ ଏବେ ନିର୍ମାତାଙ୍କୁ ଫିଲ୍ମ ପାଇଁ ହିରୋଇନ ମିଳି ଯାଇଛି। 

ଚଳିତ ବର୍ଷ ଇଦ୍‌ରେ ରିଲିଜ୍ ହୋଇନି କୌଣସି ଫିଲ୍ମ।  କିନ୍ତୁ ଆସନ୍ତା ବର୍ଷ ଇଦ୍‌ରେ  ଭାଇଜାନ୍ କରିବାକୁ ଯାଉଛନ୍ତି ଏକ ବଡ଼ ଧମାକା। ସଲମାନ ୨୦୨୫ ଇଦ୍‌ରେ ଆର୍ ମୁରୁଗାଦାସଙ୍କ ସହ କିଛି ନୂଆ ଦର୍ଶକଙ୍କୁ ପାଇଁ ଆଣୁଛନ୍ତି।  ଫିଲ୍ମ ‘ସିକନ୍ଦର’ରେ ସାଜିଦ ନାଦିଆଡୱାଲାଙ୍କ ସହ ଆର୍ ମୁରୁଗାଦାସ୍ ଏକାଠି କାମ କରୁଛନ୍ତି। ଏବେ  ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କୁ ନେଇ ନୂଆ ନାଁ ଆସିଛି ସାମ୍ନାକୁ। ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ରଶ୍ମିକା ମନ୍ଦନା। ରିପୋର୍ଟ ଅନୁଯାୟୀ, ସଲମାନଙ୍କ ଫିଲ୍ମରେ ରଶ୍ମିକା ନଜର ଆସିବେ। ପ୍ରଥମ ଥର ପାଇଁ ସୁପରଷ୍ଟାର ସଲମାନ ଖାନଙ୍କ ସହ କାମ କରିବାକୁ ରଶ୍ମିକା ମନ୍ଦନା ସମ୍ପୂର୍ଣ୍ଣ ପ୍ରସ୍ତୁତ । 


ରିପୋର୍ଟ ଅନୁଯାୟୀ, ଫିଲ୍ମର କାହାଣୀ ଅନୁଯାୟୀ ସାଜିଦ ନାଦିଆଡୱାଲା ଯେଉଁ ପ୍ରକାରର ଅଭିନେତ୍ରୀ ଖୋଜୁଥିଲେ, ସେଥିପାଇଁ ପୂରା ଫିଟ୍ ରଶ୍ମିକା। ସେ ଏହି କାହାଣୀକୁ ରଶ୍ମିକାଙ୍କ ନିକଟରେ  ବର୍ଣ୍ଣନା କରିବା ପରେ ସେ ତୁରନ୍ତ କରିବାକୁ ରାଜି ହୋଇଯାଇଥିଲେ। ଏଥିସହିତ ଫିଲ୍ମ ବିଷୟରେ କୁହାଯାଉଛି ଯେ ଏହା କେବଳ ଆକ୍ସନ୍ ଫିଲ୍ମ ନୁହେଁ। ଏହାର କାହାଣୀ ବହୁତ ଶକ୍ତିଶାଳୀ । ଯେଉଁଥିରେ ଡ୍ରାମା ଓ ଇମୋସନ ରହିବ। 

ଆହୁରି ପଢ଼ନ୍ତୁ: ଅନେକ ବର୍ଷରୁ କରିନାହାନ୍ତି ଫିଲ୍ମ, କିନ୍ତୁ ମେଣ୍ଟେନ୍‌ କରୁଛନ୍ତି ଲଗଜୁରୀ ଲାଇଫ୍‌ଷ୍ଟାଇଲ୍‌, କେମିତି ଉଠୁଛି ଗୋବିନ୍ଦାଙ୍କ ଖର୍ଚ୍ଚ ?

୨୦୧୪ ଚଳଚ୍ଚିତ୍ର ‘କିକ୍’ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣି ଏକ ଫିଲ୍ମରେ ଏକାଠି କାମ କରୁଛନ୍ତି। ତେବେ ରଶ୍ମିକାଙ୍କ ପୂର୍ବ ଚଳଚ୍ଚିତ୍ର ଆନିମଲ ବକ୍ସ ଅଫିସରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଏହାସହ ତାଙ୍କର ଆଗାମୀ ଫିଲ୍ମ ‘ପୁଷ୍ପା-୨’ ଉପରେ ସମସ୍ତଙ୍କ ନଜର ରହିଛି।