ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାରତର ରେକର୍ଡ ପଦକ, ହାଇ ଜମ୍ପରେ ପ୍ରବୀଣଙ୍କ ସ୍ୱର୍ଣ୍ଣିମ ପ୍ରଦର୍ଶନ
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଚମକପଦ ପ୍ରଦର୍ଶନ ଜାରି ରହିଛି । ଭାରତର ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପ T64 ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ୨.୦୮ ମିଟରକୁ ସଫଳତା ସହ ଡେଇଁ ଲଗାତାର ଦ୍ୱିତୀୟ ପାରାଅଲିମ୍ପିକ୍ସ ପଦକ ଜିତିଛନ୍ତି । ଟୋକିଓ ପାରାଅଲିମ୍ପିକ୍ସରେ ପ୍ରବୀଣ ୨୦.୭ ମିଟର ସହ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ଜିତିଥିଲେ । ପ୍ୟାରିସ୍ ପାରିଅଲିମ୍ପିକ୍ସରେ ନିଜର ପୁରୁଣା ରେକର୍ଡକୁ ଭାଙ୍ଗିବା ସହ ଏଥର ପଦକର ରଙ୍ଗ ବି ବଦଳାଇ ସ୍ୱର୍ଣ୍ଣ ପାଇଛନ୍ତି ।ମାରିୟପ୍ପନ ଥଙ୍ଗାଭେଲୁଙ୍କ ପରେ ୨୧ ବର୍ଷୀୟ ପ୍ରବୀଣ ପାରାଅଲିମ୍ପିକ୍ସ ହାଇ ଜମ୍ପ ପ୍ରତିଯୋଗିତାର ସ୍ୱର୍ଣ୍ଣ ଜିତିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ଆମେରିକାର ଡେରେକ କୋଚିଡେଣ୍ଟ ୨.୦୬ ମିଟର ଜମ୍ପ ସହ ରୌପ୍ୟ ଏବଂ ଉଜବେକିସ୍ତାନର ଟେମୁବେକ୍ ଗିଆଜୋଭ୍ କାଂସ୍ୟ ଜିତିଛନ୍ତି ।ଏହି ସଫଳତା ସହ ପ୍ରବୀଣ ଚଳିତ ପାରାଅଲିମ୍ପିକ୍ସରେ ହାଇ ଜମ୍ପରେ ପଦକ ଜିତିବାରେ ତୃତୀୟ ଭାରତୀୟ ହୋଇଛନ୍ତି । ତାଙ୍କ ପୂର୍ବରୁ ଶରଦ କୁମାର (ରୌପ୍ୟ) ଏବଂ ମରିୟାପ୍ପନ ଥଙ୍ଗାଭେଲୁ (ସ୍ୱର୍ଣ୍ଣ) ପଦକ ଜିତିଥିଲେ । ଏହାସହ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି । ଏଥିରେ ୬ ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୧୧ କାଂସ୍ୟ ରହିଛି ।
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଚମକପଦ ପ୍ରଦର୍ଶନ ଜାରି ରହିଛି । ଭାରତର ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପ T64 ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ୨.୦୮ ମିଟରକୁ ସଫଳତା ସହ ଡେଇଁ ଲଗାତାର ଦ୍ୱିତୀୟ ପାରାଅଲିମ୍ପିକ୍ସ ପଦକ ଜିତିଛନ୍ତି । ଟୋକିଓ ପାରାଅଲିମ୍ପିକ୍ସରେ ପ୍ରବୀଣ ୨୦.୭ ମିଟର ସହ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ଜିତିଥିଲେ । ପ୍ୟାରିସ୍ ପାରିଅଲିମ୍ପିକ୍ସରେ ନିଜର ପୁରୁଣା ରେକର୍ଡକୁ ଭାଙ୍ଗିବା ସହ ଏଥର ପଦକର ରଙ୍ଗ ବି ବଦଳାଇ ସ୍ୱର୍ଣ୍ଣ ପାଇଛନ୍ତି ।
ମାରିୟପ୍ପନ ଥଙ୍ଗାଭେଲୁଙ୍କ ପରେ ୨୧ ବର୍ଷୀୟ ପ୍ରବୀଣ ପାରାଅଲିମ୍ପିକ୍ସ ହାଇ ଜମ୍ପ ପ୍ରତିଯୋଗିତାର ସ୍ୱର୍ଣ୍ଣ ଜିତିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ଆମେରିକାର ଡେରେକ କୋଚିଡେଣ୍ଟ ୨.୦୬ ମିଟର ଜମ୍ପ ସହ ରୌପ୍ୟ ଏବଂ ଉଜବେକିସ୍ତାନର ଟେମୁବେକ୍ ଗିଆଜୋଭ୍ କାଂସ୍ୟ ଜିତିଛନ୍ତି ।
ଏହି ସଫଳତା ସହ ପ୍ରବୀଣ ଚଳିତ ପାରାଅଲିମ୍ପିକ୍ସରେ ହାଇ ଜମ୍ପରେ ପଦକ ଜିତିବାରେ ତୃତୀୟ ଭାରତୀୟ ହୋଇଛନ୍ତି । ତାଙ୍କ ପୂର୍ବରୁ ଶରଦ କୁମାର (ରୌପ୍ୟ) ଏବଂ ମରିୟାପ୍ପନ ଥଙ୍ଗାଭେଲୁ (ସ୍ୱର୍ଣ୍ଣ) ପଦକ ଜିତିଥିଲେ । ଏହାସହ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି । ଏଥିରେ ୬ ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୧୧ କାଂସ୍ୟ ରହିଛି ।