ଫଡନାଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କୋଲ୍ଡ ଓ୍ବାର!
ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରିପାରନ୍ତି, କିନ୍ତୁ ବାସ୍ତବରେ ସେପରି ଦେଖାଯାଉ ନାହିଁ। ସମ୍ପ୍ରତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟର ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ତାଙ୍କ ଅନୁପସ୍ଥିତି ଅନେକ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ଘଟଣାହେଉଛି ଥାଣେ ଜିଲାର ବଦଲାପୁରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଐତିହାସିକ ଆଗ୍ରା ଦୁର୍ଗରେ ମରାଠା ରାଜାଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ଆମ୍ବେଗାଓଁ ବୁଡ୍ରୁକରେ ଶିବସୃଷ୍ଟି […] The post ଫଡନାଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କୋଲ୍ଡ ଓ୍ବାର! appeared first on Dharitri Odia News.
ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରିପାରନ୍ତି, କିନ୍ତୁ ବାସ୍ତବରେ ସେପରି ଦେଖାଯାଉ ନାହିଁ। ସମ୍ପ୍ରତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟର ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ତାଙ୍କ ଅନୁପସ୍ଥିତି ଅନେକ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି।
ଘଟଣାହେଉଛି ଥାଣେ ଜିଲାର ବଦଲାପୁରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଐତିହାସିକ ଆଗ୍ରା ଦୁର୍ଗରେ ମରାଠା ରାଜାଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ଆମ୍ବେଗାଓଁ ବୁଡ୍ରୁକରେ ଶିବସୃଷ୍ଟି ଥିମ ପାର୍କର ଦ୍ୱିତୀୟ ପର୍ଯ୍ୟାୟ ଉଦଘାଟନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉପସ୍ଥିତ ନଥିଲେ। ଏହି ତିନୋଟି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଦେବେନ୍ଦ୍ର ଫଡନାଭିସଙ୍କୁ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ସାମ୍ପ୍ରତିକ ସମୟରେ, ମହାରାଷ୍ଟ୍ରର ଗୃହ ବିଭାଗ ଶାସକ ମେଣ୍ଟରେ ସାମିଲ ୨୦ ଜଣ ଶିବସେନା ବିଧାୟକଙ୍କ ସୁରକ୍ଷା ହ୍ରାସ କରିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସହିତ ଜଡିତ ବୋଲି ଦେଖାଯାଉଥିଲା।
ଯେଉଁ ବିଧାୟକମାନଙ୍କର ସୁରକ୍ଷା ହ୍ରାସ କରାଯାଇଥିଲା, ସେମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ବିଧାୟକ ଶିବସେନାର। ଶିବସେନାର ୨୦ ଜଣ ବିଧାୟକ ଏବଂ ଭାଜପା ଏବଂ ଏନସିପି (ଅଜିତ ପାୱାର)ଙ୍କ ଦଳର କେତେଜଣି ବିଧାୟକଙ୍କ ସୁରକ୍ଷା ହ୍ରାସ କରାଯାଇଛି।
ତଥାପି, ମହାୟୁତି ମେଣ୍ଟରେ ଶୀତଳ ଯୁଦ୍ଧର କଳ୍ପନାଜଳ୍ପନା ଜୋର ଧରିବା ପରେ, ବୁଧବାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଏକ ବୟାନ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ତାଙ୍କ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ମଧ୍ୟରେ ମତଭେଦ ଥିବା ଗୁଜବକୁ ଖାରଜ କରି ସେମାନଙ୍କ ସମ୍ପର୍କକୁ ‘ଥଣ୍ଡା ଥଣ୍ଡା, କୁଲ କୁଲ’ ବୋଲି ବର୍ଣ୍ଣନା କରିଛନ୍ତି।
The post ଫଡନାଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କୋଲ୍ଡ ଓ୍ବାର! appeared first on Dharitri Odia News.