ଫଡନାଭିସଙ୍କ ଶପଥ ଉତ୍ସବ ବେଳେ ସୁନା ଚେନ, ମୋବାଇଲ ଲୁଟ: ତଦନ୍ତ ଆରମ୍ଭ କଲା ପୁଲିସ୍‌

ଭିଡ଼ର ଫାଇଦା ଉଠାଇ ଲୁଟେରାମାନେ ସୁନା ଚେନ, ମୋବାଇଲ ଫୋନ ଓ କିଛି ପର୍ସ ଚୋରି ହୋଇଯାଇଛି। ମୋଟ ୧୨.୪ ଲକ୍ଷ ଟଙ୍କା ଚୋରି ହୋଇଥିବା ଖବର ସାମ୍ନାକୁ ଆସିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଫଡନାଭିସଙ୍କ ଶପଥ ଉତ୍ସବ ବେଳେ ସୁନା ଚେନ, ମୋବାଇଲ ଲୁଟ: ତଦନ୍ତ ଆରମ୍ଭ କଲା ପୁଲିସ୍‌

ଡିସେମ୍ବର ୫ ତାରିଖରେ ମହାରାଷ୍ଟ୍ରର ଆଜାଦ ମୈଦାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିଲେ। ତାଙ୍କ ସହ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ପାଠ ଉତ୍ସବ ବେଳେ ମୈଦାନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ରହିଥିଲେ।

ବର୍ଣ୍ଣାଡ୍ୟ ପରିବେଶ ମଧ୍ୟରେ ଶପଥ ପାଠ ଉତ୍ସବ ଆୟୋଜନ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ହଜାର ହଜାର ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ହେଲେ ଶପଥ ପାଠ ଉତ୍ସବ ବେଳେ ବ୍ୟାପକ ଲୁଟପାଟ ହୋଇଛି।

ଭିଡ଼ର ଫାଇଦା ଉଠାଇ ଲୁଟେରାମାନେ ସୁନା ଚେନ, ମୋବାଇଲ ଫୋନ ଓ କିଛି ପର୍ସ ଚୋରି ହୋଇଯାଇଛି। ମୋଟ ୧୨.୪ ଲକ୍ଷ ଟଙ୍କା ଚୋରି ହୋଇଥିବା ଖବର ସାମ୍ନାକୁ ଆସିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଶପଥ ପାଠ ଉତ୍ସବରେ ମୁମ୍ବାଇ ପୁଲିସ୍‌ ୪ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରିଥିଲା। ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଥିଲା। ତଥାପି ଭିଡ଼ର ଫାଇଦା ଉଠାଇ ଗେଟ ନମ୍ବର ୨ ଦେଇ ଲୁଟେରାମାନେ ପ୍ରବେଶ କରିଛନ୍ତି।

ପୁଲିସ୍‌ ଏବେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରେ ଲାଗିଛି। ସିସିଟିଭି ଫୁଟେଜ ଆଧାରାରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।