ଫାଇନାଲ ପୂର୍ବରୁ ହୃଦୟ ଜିତିଲେ ଦ୍ରାବିଡ, ବିଶ୍ୱକପ୍‌ ଜିତିବାକୁ ନେଇ କହିଲେ…

ନୂଆଦିଲ୍ଲୀ,୨୮।୬: ଭାରତୀୟ ଟିମ୍‌ ଶନିବାର ଆଇସିସି ଟି୨୦ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳିବ। ଶନିବାର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ କୋଚ୍‌ ଭାବେ ଭାରତୀୟ ଟିମ୍‌ ସହ ରାହୁଲ ଦ୍ରାବିଡଙ୍କ ଏହା ଅନ୍ତିମ ମ୍ୟାଚ୍‌ ହେବ। ଗତ ନଭେମ୍ବରରୁ ବିସିସିଆଇ ସହ ଚୁକ୍ତି ତାଙ୍କର ସମାପ୍ତ ହୋଇଛି। ହେଲେ ବୋର୍ଡର ଅନୁରୋଧ ଯୋଗୁ ଟି୨୦ ବିଶ୍ୱକପ୍‌ ଯାଏ ସେ ଏହି ଦାୟିତ୍ୱ ତୁଲାଉଛନ୍ତି। ଗୋଟିଏ ପଟେ ଟି୨୦ ବିଶ୍ୱକପ୍‌ ଲାଗି ସୋସିଆଲ ମିଡିଆରେ ‘ଡୁ […] The post ଫାଇନାଲ ପୂର୍ବରୁ ହୃଦୟ ଜିତିଲେ ଦ୍ରାବିଡ, ବିଶ୍ୱକପ୍‌ ଜିତିବାକୁ ନେଇ କହିଲେ… appeared first on Dharitri Odia News.

ଫାଇନାଲ ପୂର୍ବରୁ ହୃଦୟ ଜିତିଲେ ଦ୍ରାବିଡ, ବିଶ୍ୱକପ୍‌ ଜିତିବାକୁ ନେଇ କହିଲେ…

ନୂଆଦିଲ୍ଲୀ,୨୮।୬: ଭାରତୀୟ ଟିମ୍‌ ଶନିବାର ଆଇସିସି ଟି୨୦ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳିବ। ଶନିବାର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ କୋଚ୍‌ ଭାବେ ଭାରତୀୟ ଟିମ୍‌ ସହ ରାହୁଲ ଦ୍ରାବିଡଙ୍କ ଏହା ଅନ୍ତିମ ମ୍ୟାଚ୍‌ ହେବ। ଗତ ନଭେମ୍ବରରୁ ବିସିସିଆଇ ସହ ଚୁକ୍ତି ତାଙ୍କର ସମାପ୍ତ ହୋଇଛି। ହେଲେ ବୋର୍ଡର ଅନୁରୋଧ ଯୋଗୁ ଟି୨୦ ବିଶ୍ୱକପ୍‌ ଯାଏ ସେ ଏହି ଦାୟିତ୍ୱ ତୁଲାଉଛନ୍ତି।

ଗୋଟିଏ ପଟେ ଟି୨୦ ବିଶ୍ୱକପ୍‌ ଲାଗି ସୋସିଆଲ ମିଡିଆରେ ‘ଡୁ ଇଟ୍‌ ଫର୍‌ ଦ୍ରାବିଡ଼’ ଅଭିଯାନ ଚାଲୁ ରହିଥିବା ବେଳେ ସେ ଏହାକୁ ଗ୍ରହଣ କରିନାହାନ୍ତି। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟକୁ କୌଣସି ବ୍ୟକ୍ତି ଲାଗି ନୁହେଁ ବରଂ ଦଳ ପାଇଁ ଜିତିବାକୁ ସେ ଚାହୁଁଥିବା ପ୍ରକାଶ କରିଛନ୍ତି। କାରଣ ଏହା ବ୍ୟକ୍ତିଗତ ଗୌରବର ବିଷୟ ନୁହେଁ ବରଂ ଦଳ ପାଇଁ ଉପଲବ୍ଧି ହେବ। ଯଦି ଭାରତ ବିଶ୍ୱ ଚାମ୍ପିୟନ ହୁଏ ତେବେ ଦଳର ପ୍ରୟାସ ଏବଂ ରୋହିତ ଶର୍ମାଙ୍କ ପ୍ରେରଣାଦାୟୀ ଅଧିନାୟକତ୍ୱ ଯୋଗୁ ହେବ ବୋଲି ସେ କହିଛନ୍ତି।

ଷ୍ଟାର ଷ୍ଟୋଟ୍ସକୁ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ସ୍ପଷ୍ଟ କରି ସାକ୍ଷାତକାର ଦେଇ ଦ୍ରାବିଡ଼ କହିଛନ୍ତି, ମୁଁ କେବଳ ଭଲ ଖେଳିବାକୁ ଚାହେଁ। ହେଲେ ଦଳ କୌଣସି ବ୍ୟକ୍ତି ପାଇଁ ଟୁର୍ନାମେଣ୍ଟ ଜିତୁ ବୋଲି ଚାହେଁନା। କାରଣ ମୁଁ ଏ ବିଷୟରେ କଥା ହେବାକୁ ଚାହେଁନା ନା ଚର୍ଚ୍ଚା କରିବାକୁ ଚାହେଁ ବୋଲି ସେ କହିଛନ୍ତି।

The post ଫାଇନାଲ ପୂର୍ବରୁ ହୃଦୟ ଜିତିଲେ ଦ୍ରାବିଡ, ବିଶ୍ୱକପ୍‌ ଜିତିବାକୁ ନେଇ କହିଲେ… appeared first on Dharitri Odia News.