ସଂସଦ ଭବନ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ ଘଟଣା; ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ସାମ୍ନାରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଜିତେନ୍ଦ୍ର । ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଆରଏମଏଲ ହସ୍ପିଟାଲ କର୍ତ୍ତୃପକ୍ଷ ।ସୂଚନାଥାଉକି, ଛପୋରୌଲି କସ୍ମେର ପଟ୍ଟୀ ଧାନ୍ଧନର ବାସିନ୍ଦା ହେଉଛନ୍ତି ଜିତେନ୍ଦ୍ର । ବଡ଼ ଭାଇ ରବୀନ୍ଦ୍ର ସାନ ଭାଇର ମୃତ୍ୟୁ ପରେ ପୋଲିସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଜିତେନ୍ଦ୍ର ବାରମ୍ବାର ପୋଲିସ ସାମ୍ନାରେ ତାଙ୍କ ଅଭିଯୋଗ ରଖିଛନ୍ତି । ହେଲେ ପୋଲିସ ତାଙ୍କୁ ଅଣଦେଖା କରିଥିଲା । ଏହା ପରେ ସେ ଅନୁସୂଚିତ ଜନଜାତି ଆୟୋଗ ନିକଟରେ ଅଭିଯୋଗ ରଖିଥିଲେ । ତଥାପି ତାଙ୍କ ଅଭିଯୋଗର କୌଣସି ଶୁଣାଣି ହୋଇନଥିଲା । ପରେ ମଙ୍ଗଳବାର ଦିନ ଜିତେନ୍ଦ୍ର ନୂଆ ସଂସଦ ଭବନ ସାମ୍ନାରେ ଚରମ ନିଷ୍ପତ୍ତି ନେଇଥିଲେ । ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶରୀର ଅଧିକାଂଶ ଅଂଶ ପୋଡ଼ିଯାଇଥିବାରୁ ଗୁରୁବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସଂସଦ ଭବନ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ ଘଟଣା; ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ସାମ୍ନାରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଜିତେନ୍ଦ୍ର । ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଆରଏମଏଲ ହସ୍ପିଟାଲ କର୍ତ୍ତୃପକ୍ଷ ।

ସୂଚନାଥାଉକି, ଛପୋରୌଲି କସ୍ମେର ପଟ୍ଟୀ ଧାନ୍ଧନର ବାସିନ୍ଦା ହେଉଛନ୍ତି ଜିତେନ୍ଦ୍ର । ବଡ଼ ଭାଇ ରବୀନ୍ଦ୍ର ସାନ ଭାଇର ମୃତ୍ୟୁ ପରେ ପୋଲିସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଜିତେନ୍ଦ୍ର ବାରମ୍ବାର ପୋଲିସ ସାମ୍ନାରେ ତାଙ୍କ ଅଭିଯୋଗ ରଖିଛନ୍ତି । ହେଲେ ପୋଲିସ ତାଙ୍କୁ ଅଣଦେଖା କରିଥିଲା । ଏହା ପରେ ସେ ଅନୁସୂଚିତ ଜନଜାତି ଆୟୋଗ ନିକଟରେ ଅଭିଯୋଗ ରଖିଥିଲେ । ତଥାପି ତାଙ୍କ ଅଭିଯୋଗର କୌଣସି ଶୁଣାଣି ହୋଇନଥିଲା । ପରେ ମଙ୍ଗଳବାର ଦିନ ଜିତେନ୍ଦ୍ର ନୂଆ ସଂସଦ ଭବନ ସାମ୍ନାରେ ଚରମ ନିଷ୍ପତ୍ତି ନେଇଥିଲେ । ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶରୀର ଅଧିକାଂଶ ଅଂଶ ପୋଡ଼ିଯାଇଥିବାରୁ ଗୁରୁବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।