ଫାୟାରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ସୋର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରର ନିକଟରେ ଘଟିଛି ଅଘଟଣ। ପାଟ୍ରୋଲ୍‌ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ। ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ସୂଚନା ଅନୁଯାୟୀ, କୁପାରୀ ବଜାରରେ ଥିବା କୃପେଶ୍ୱର ପେଟ୍ରୋଲ୍‌ ପମ୍ପର ଦୁଇ କର୍ମଚାରୀ  ୧୨ ଲକ୍ଷ ଟଙ୍କା ଧରି ବାଇକରେ ବର୍ତ୍ତନାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାକୁ […]

ଫାୟାରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ
Untitled 1 21

ସୋର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରର ନିକଟରେ ଘଟିଛି ଅଘଟଣ। ପାଟ୍ରୋଲ୍‌ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ। ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, କୁପାରୀ ବଜାରରେ ଥିବା କୃପେଶ୍ୱର ପେଟ୍ରୋଲ୍‌ ପମ୍ପର ଦୁଇ କର୍ମଚାରୀ  ୧୨ ଲକ୍ଷ ଟଙ୍କା ଧରି ବାଇକରେ ବର୍ତ୍ତନାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାକୁ ଯାଉଥିଲେ। ସେମାନେ ବ୍ୟାଙ୍କ ମୁଖ୍ୟ ଫାଟକ ପାଖରେ ପହଞ୍ଚିବା ବେଳେ ୨ ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲକ୍ଷ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। ପରେ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜିଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଫାୟାରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ତନାଘନା ଆରମ୍ଭ କରିଛି।