ଫାୟାରିଙ୍ଗ ଅଭ୍ୟାସ ବେଳେ ବୋମା ବିସ୍ଫୋରଣ ; ଜଣେ ଓଡ଼ିଆ ଯବାନ ସହିଦ୍
କନକ ବ୍ୟୁରୋ: ଫାୟାରିଙ୍ଗ ଅଭ୍ୟାସ ବେଳେ ହଠାତ୍ ଟ୍ୟାଙ୍କରେ ବୋମା ବିସ୍ଫୋରଣ,ଜଣେ ଓଡ଼ିଆ ଯବାନ ସହିଦ୍ । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ବୋଡାଗୁଡା ଗାଁର ଯବାନ ଈଶ୍ବର ତଲିଆ ସହିଦ୍ ହୋଇଛନ୍ତି । ଜମ୍ମୁରେ କାର୍ଯ୍ୟରତ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟ ଈଶ୍ୱର ତଲିଆଙ୍କ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହୋଇ ସହିଦ୍ ହୋଇଯାଇଛନ୍ତି । ରାଜସ୍ଥାନର ଫକରନ୍ ରେଞ୍ଜରେ ଫାୟାରିଙ୍ଗ ଅଭ୍ୟାସ କରିବା ପାଇଁ ଯାଇଥିଲେ । ଅଭ୍ୟାସ ବେଳେ ହଠାତ ଟ୍ୟାଙ୍କରୁ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ.ଡି. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାର ସହିଦ୍ ହୋଇଥିବା ବେଳେ ଓଡ଼ିଆ ଯବାନ ଈଶ୍ବର ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ସହିଦ୍ ହୋଇଯାଇଥିଲେ ଈଶ୍ବର ।