ଶନିବାର ଜିଏସ୍‌ଟି ପରିଷଦ ବୈଠକ,କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୨୧/୧୨: ସ୍ୱିଗି ଏବଂ ଜୋମାଟୋ ଭଳି ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ ଆପ୍‌ଗୁଡ଼ିକରୁ ଖାଦ୍ୟ ଅର୍ଡର କରିବା ଶସ୍ତା ହୋଇପାରେ । ଏହି ଆପ୍‌ଗୁଡ଼ିକ ଉପରେ ଜିଏସ୍‌ଟି କମାଇପାରନ୍ତି ସରକାର । ବତ୍ତର୍ମାନ ଆଇଟିସି(ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌) ସହିତ ଏ ଆପ୍‌ଗୁଡ଼ିକ ଉପରେ ୧୮% ଜିଏସ୍‌ଟି ଲାଗୁଥିବାବେଳେ ଏହାକୁ ୫%କୁ ଖସାଇବାର ପ୍ରସ୍ତାବ ରହିଛି । ଶନିବାର ଜିଏସ୍‌ଟି ପରିଷଦର ୫୫ ତମ ବୈଠକରେ ଏହା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡ଼ିଛି । ସେହିଭଳି ଇଲେକ୍ଟ୍ରିକ୍‌ ଯାନଗୁଡ଼ିକ ଉପରେ ଜିଏସ୍‌ଟି ହାର ବଢ଼ାଯାଇପାରେ । ଫଳରେ ଏହା ମହଙ୍ଗା ହୋଇଯିବ । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌ ଉପରେ ଟିକସ ହାର ହ୍ରାସ ଉପରେ ଆଲୋଚନା କରାଯାଇପାରେ । ଅନ୍ୟପକ୍ଷରେ, ଲକ୍‌ଜ୍ୟୁରୀ ହାତଘଣ୍ଟା, ଫୁଟ୍‌ୱେର୍‌ ଏବଂ ପୋଷାକ ଉପରେ ଟିକସ ବୃଦ୍ଧି ନେଇ ବିଚାର କରାଯାଇପାରେ । ଅନ୍ୟପକ୍ଷରେ, ତମାଖୁ ଭଳି ସ୍ୱାସ୍ଥ୍ୟପ୍ରତି ହାନିକାରକ ସାମଗ୍ରୀଗୁଡ଼ିକ ଉପରେ ୩୫%ର ଏକ ପୃଥକ ଜିଏସ୍‌ଟି ସ୍ଲାବ୍‌ ଉପସ୍ଥାପନ କରାଯିବାର ଅନୁମାନ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜିଏସ୍‌ଟି ପରିଷଦର ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ରାଜ୍ୟ ପ୍ରତିପକ୍ଷମାନେ ଉପସ୍ଥିତ ରହିବେ । ବୈଠକରେ ସ୍ୱିଗି ଏବଂ ଜୋମାଟୋ ଭଳି ଫୁଡ୍‌ ଡେଲିଭରୀ ପ୍ଲାଟ୍‌ଫର୍ମ

ଶନିବାର ଜିଏସ୍‌ଟି ପରିଷଦ ବୈଠକ,କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୨୧/୧୨: ସ୍ୱିଗି ଏବଂ ଜୋମାଟୋ ଭଳି ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ ଆପ୍‌ଗୁଡ଼ିକରୁ ଖାଦ୍ୟ ଅର୍ଡର କରିବା ଶସ୍ତା ହୋଇପାରେ । ଏହି ଆପ୍‌ଗୁଡ଼ିକ ଉପରେ ଜିଏସ୍‌ଟି କମାଇପାରନ୍ତି ସରକାର । ବତ୍ତର୍ମାନ ଆଇଟିସି(ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌) ସହିତ ଏ ଆପ୍‌ଗୁଡ଼ିକ ଉପରେ ୧୮% ଜିଏସ୍‌ଟି ଲାଗୁଥିବାବେଳେ ଏହାକୁ ୫%କୁ ଖସାଇବାର ପ୍ରସ୍ତାବ ରହିଛି । 

ଶନିବାର ଜିଏସ୍‌ଟି ପରିଷଦର ୫୫ ତମ ବୈଠକରେ ଏହା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡ଼ିଛି । ସେହିଭଳି ଇଲେକ୍ଟ୍ରିକ୍‌ ଯାନଗୁଡ଼ିକ ଉପରେ ଜିଏସ୍‌ଟି ହାର ବଢ଼ାଯାଇପାରେ । ଫଳରେ ଏହା ମହଙ୍ଗା ହୋଇଯିବ । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌ ଉପରେ ଟିକସ ହାର ହ୍ରାସ ଉପରେ ଆଲୋଚନା କରାଯାଇପାରେ । 

ଅନ୍ୟପକ୍ଷରେ, ଲକ୍‌ଜ୍ୟୁରୀ ହାତଘଣ୍ଟା, ଫୁଟ୍‌ୱେର୍‌ ଏବଂ ପୋଷାକ ଉପରେ ଟିକସ ବୃଦ୍ଧି ନେଇ ବିଚାର କରାଯାଇପାରେ । ଅନ୍ୟପକ୍ଷରେ, ତମାଖୁ ଭଳି ସ୍ୱାସ୍ଥ୍ୟପ୍ରତି ହାନିକାରକ ସାମଗ୍ରୀଗୁଡ଼ିକ ଉପରେ ୩୫%ର ଏକ ପୃଥକ ଜିଏସ୍‌ଟି ସ୍ଲାବ୍‌ ଉପସ୍ଥାପନ କରାଯିବାର ଅନୁମାନ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜିଏସ୍‌ଟି ପରିଷଦର ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ରାଜ୍ୟ ପ୍ରତିପକ୍ଷମାନେ ଉପସ୍ଥିତ ରହିବେ । 

ବୈଠକରେ ସ୍ୱିଗି ଏବଂ ଜୋମାଟୋ ଭଳି ଫୁଡ୍‌ ଡେଲିଭରୀ ପ୍ଲାଟ୍‌ଫର୍ମଗୁଡ଼ିକ ପାଇଁ ଜିଏସ୍‌ଟି ହାରକୁ ୧୮%ରୁ ଖସାଇ ୫% କରାଯିବାର ପ୍ରସ୍ତାବ ରହିଛି । ବୈଠକରେ ପ୍ରାୟ ୧୪୮ ସାମଗ୍ରୀଗୁଡ଼ିକର ଜିଏସ୍‌ଟି ହାରରେ ପରିବର୍ତ୍ତନ କରାଯାଇପାରେ । ଏହାସହିତ ଆଭିଏସନ୍‌ ଟର୍‌ବାଇନ୍‌ ଫୁଏଲ୍‌(ଏଟିଏଫ୍‌)କୁ ବି ଜିଏସ୍‌ଟି ପରିସରକୁ ଅଣାଯିବା ଉପରେ ବିଚାର ବିମର୍ଶ ହେବ । ଫିଟ୍‌ମେଣ୍ଟ କମିଟି(ଯେଉଁଥିରେ କେନ୍ଦ୍ର ଏବଂ ରାଜ୍ୟର ଟିକସ ଅଧିକାରୀ ସାମିଲ) ବ୍ୟବହୃତ ଇଲେକ୍ଟ୍ରିକ୍‌ ଯାନ(ଇଭି) ସହିତ କ୍ଷୁଦ୍ର ପେଟ୍ରୋଲ ଏବଂ ଡିଜେଲ ଗାଡ଼ିର ବିକ୍ରି ଉପରେ ଥିବା ୧୨% ଜିଏସ୍‌ଟିକୁ ୧୮%କୁ ବଢ଼ାଇବାର ପ୍ରସ୍ତାବ ଦେଇଛି । 

ଏହା ହେଲେ ବ୍ୟବହୃତ ତଥା ପୁରୁଣା କ୍ଷୁଦ୍ର କାର ଏବଂ ଇଭି ଦର ପୁରୁଣା ବଡ଼ ଗାଡ଼ି ସମତୁଲ୍ୟ ହୋଇଯିବ । ପରିଷଦର ଏଜେଣ୍ଡାରେ ପ୍ରମୁଖ ଭାବେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ ଉପରେ ଜିଏସ୍‌ଟି ଦର ନିର୍ଦ୍ଧାରଣ ରହିଛି । ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ପରିଷଦ ପକ୍ଷରୁ ଗଠିତ ଏକ ମନ୍ତ୍ରୀଗୋଷ୍ଠୀ ନଭେମ୍ବରରେ ନିଜ ବୈଠକରେ ଟର୍ମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପଲିସିଗୁଡ଼ିକ ପାଇଁ ପୈଠ କରାଯାଉଥିବା ପ୍ରିମିୟମକୁ ଜିଏସ୍‌ଟିରୁ ବାହାରେ ରଖିବା ପାଇଁ ସହମତି ବ୍ୟକ୍ତ କରିଥିଲେ । 

ଏହାସହିତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌କୁ ଟିକସ ଛାଡ଼ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ବ୍ୟକ୍ତିମାନଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମକୁ ଜିଏସ୍‌ଟି ମୁକ୍ତ କରାଯିବା ଉପରେ ଆଲୋଚନା ହୋଇପାରେ ।