ଫିଙ୍ଗି ଦେଉଛନ୍ତି ଲେମ୍ବୁ ଚୋପା ? ଜାଣନ୍ତୁ କେମିତି କରିବେ ବ୍ୟବହାର...

ନୂଆଦିଲ୍ଲୀ ୧୪।୦୩: ସାଧାରଣତଃ ସମସ୍ତଙ୍କ ଘରେ ଲେମ୍ବୁର ବ୍ୟବହାର ହୋଇଥାଏ । ଲେମ୍ବୁର ରସ ବାହାର କରିବା ପରେ ଚୋପାକୁ ଫିଙ୍ଗି ଦେଇଥାନ୍ତି ସମସ୍ତେ । କିନ୍ତୁ ଜାଣନ୍ତି କି ଲେମ୍ବୁ ଯେତିକି ଲାଭଦାୟୀ ଏହାର ଚୋପା ମଧ୍ୟ ସେତିକି ଦରକାରୀ । ଏହାକୁ ଆପଣ ଅନେକ କାର୍ଯ୍ୟରେ ଲଗାଇ ଏଥିରୁ ଫାଇଦା ଉଠାଇ ପାରିବେ । ଲେମ୍ବୁ ରସର ଉପକାରିତା ବିଷୟରେ ଅଧିକାଂଶ ଲୋକ ଜାଣନ୍ତି, କିନ୍ତୁ ଏହାର ଚୋପାର ଉପକାରିତା ଏବଂ ବ୍ୟବହାର ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଯଦି ଆପଣ ରୋଷେଇ ଘର ସଫା କରିବାକୁ ଚାହୁଁଛନ୍ତି ତେବେ ମହଙ୍ଗା କ୍ଲିନର୍ ବଦଳରେ ଲେମ୍ବୁ ଚୋପା ବ୍ୟବହାର କରିପାରିବେ। ରୋଷେଇ ଘରେ ଥିବା କଠିନ ଦାଗ ଛଡାଇବାରେ ସହାୟକ ହୋଇଥାଏ ଲେମ୍ବୁ ଚୋପା । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ରୋଷେଇ ଘରେ ରାସାୟନିକ ଦ୍ରବ୍ୟ ବଦଳରେ ପ୍ରାକୃତିକ କ୍ଲିଜର୍ ବ୍ୟବହାର କରିବା ଭଲ ବୋଲି କୁହାଯାଏ। ଏଥିପାଇଁ ଲେମ୍ବୁ ଚୋପା ହେଉଛି ଉପଯୁକ୍ତ ବିକଳ୍ପ।ବାସନରୁ ଦୁର୍ଗନ୍ଧ ଏବଂ ଦାଗ ହଟାଇବା ପାଇଁ ଲେମ୍ବୁ ଚୋପା ବେଶ୍ ଉପକାରୀ । ବାସନରେ ଲେମ୍ବୁ ଚୋପା ଘଷିଲେ ତେଲ ଦାଗ ସଫା ହେଇଯାଏ । ଏହାବ୍ୟତୀତ ବାସନରେ ଏକ ପ୍ରାକୃତିକ ସୁଗନ୍ଧ ମଧ୍ୟ ଆଣିଥାଏ ଲେମ୍ବୁ ଚୋପା ।ମାଇକ୍ରୋୱେଭ୍କୁ ସଫା କରିବାର ମଧ୍ୟ ସହାୟକ ହୋଇଥାଏ ଲେମ୍ବୁ ଚୋପା । ଏକ ପାତ୍ରକୁ ପାଣିରେ ଭର୍ତ୍ତି କରି ସେଥିରେ ଲେମ୍ବୁ ଖଣ୍ଡ ରଖି କିଛି ସମୟ ପାଇଁ ମାଇକ୍ରୋୱେଭ୍ ଚଲାନ୍ତୁ। ଏହା ବାଷ୍ପ ମ

ଫିଙ୍ଗି ଦେଉଛନ୍ତି ଲେମ୍ବୁ ଚୋପା ? ଜାଣନ୍ତୁ କେମିତି କରିବେ ବ୍ୟବହାର...

ନୂଆଦିଲ୍ଲୀ ୧୪।୦୩: ସାଧାରଣତଃ ସମସ୍ତଙ୍କ ଘରେ ଲେମ୍ବୁର ବ୍ୟବହାର ହୋଇଥାଏ । ଲେମ୍ବୁର ରସ ବାହାର କରିବା ପରେ ଚୋପାକୁ ଫିଙ୍ଗି ଦେଇଥାନ୍ତି ସମସ୍ତେ । କିନ୍ତୁ ଜାଣନ୍ତି କି ଲେମ୍ବୁ ଯେତିକି ଲାଭଦାୟୀ ଏହାର ଚୋପା ମଧ୍ୟ ସେତିକି ଦରକାରୀ । ଏହାକୁ ଆପଣ ଅନେକ କାର୍ଯ୍ୟରେ ଲଗାଇ ଏଥିରୁ ଫାଇଦା ଉଠାଇ ପାରିବେ । 

ଲେମ୍ବୁ ରସର ଉପକାରିତା ବିଷୟରେ ଅଧିକାଂଶ ଲୋକ ଜାଣନ୍ତି, କିନ୍ତୁ ଏହାର ଚୋପାର ଉପକାରିତା ଏବଂ ବ୍ୟବହାର ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଯଦି ଆପଣ ରୋଷେଇ ଘର ସଫା କରିବାକୁ ଚାହୁଁଛନ୍ତି ତେବେ ମହଙ୍ଗା କ୍ଲିନର୍ ବଦଳରେ ଲେମ୍ବୁ ଚୋପା ବ୍ୟବହାର କରିପାରିବେ। 

ରୋଷେଇ ଘରେ ଥିବା କଠିନ ଦାଗ ଛଡାଇବାରେ ସହାୟକ ହୋଇଥାଏ ଲେମ୍ବୁ ଚୋପା । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ରୋଷେଇ ଘରେ ରାସାୟନିକ ଦ୍ରବ୍ୟ ବଦଳରେ ପ୍ରାକୃତିକ କ୍ଲିଜର୍ ବ୍ୟବହାର କରିବା ଭଲ ବୋଲି କୁହାଯାଏ। ଏଥିପାଇଁ ଲେମ୍ବୁ ଚୋପା ହେଉଛି ଉପଯୁକ୍ତ ବିକଳ୍ପ।

ବାସନରୁ ଦୁର୍ଗନ୍ଧ ଏବଂ ଦାଗ ହଟାଇବା ପାଇଁ ଲେମ୍ବୁ ଚୋପା ବେଶ୍ ଉପକାରୀ । ବାସନରେ ଲେମ୍ବୁ ଚୋପା ଘଷିଲେ ତେଲ ଦାଗ ସଫା ହେଇଯାଏ । ଏହାବ୍ୟତୀତ ବାସନରେ ଏକ ପ୍ରାକୃତିକ ସୁଗନ୍ଧ ମଧ୍ୟ ଆଣିଥାଏ ଲେମ୍ବୁ ଚୋପା ।

ମାଇକ୍ରୋୱେଭ୍କୁ ସଫା କରିବାର ମଧ୍ୟ ସହାୟକ ହୋଇଥାଏ ଲେମ୍ବୁ ଚୋପା । ଏକ ପାତ୍ରକୁ ପାଣିରେ ଭର୍ତ୍ତି କରି ସେଥିରେ ଲେମ୍ବୁ ଖଣ୍ଡ ରଖି କିଛି ସମୟ ପାଇଁ ମାଇକ୍ରୋୱେଭ୍ ଚଲାନ୍ତୁ। ଏହା ବାଷ୍ପ ମୁକ୍ତ କରିବ ଏବଂ ଜମା ହୋଇଥିବା ମଇଳାକୁ ମୁକ୍ତ କରିବ। ପରେ ଓଦା କପଡାରେ ଏହାକୁ ସଫା କରନ୍ତୁ, ଦେଖିବେ ନୂଆ ପରି ଦେଖାଯିବ ଆପଣଙ୍କ ମାଇକ୍ରୋୱେଭ୍।

ରୋଷେଇ ଘରେ ରଖାଯାଇଥିବା ମସଲା ବାକ୍ସ ଅଠା ଭଳି ହାତକୁ ଲାଗିଥାଏ । ଏହାକୁ ସଫା କରିବା ପାଇଁ କିଛି ସମୟ ଗରମ ପାଣିରେ ରଖନ୍ତୁ । ଏହାପରେ ଲେମ୍ବୁ ଚୋପାରେ ଡିସ୍ଓ୍ବାସ୍ ମିଶାଇ ଘଷନ୍ତୁ ।   ଏପରି କରିବା ଦ୍ବାରା ଦାଗ ସହିତ ଗନ୍ଧ ମଧ୍ୟ ଚାଲିଯାଏ।