ଫିଲ୍ମ ଫ୍ଲପ୍ ହେଲେ କଣ କରନ୍ତି ଅମୀର ଖାନ୍ ? କହିଲେ- ଡିପ୍ରେସନ୍କୁ ଚାଲିଯାଏ...
ମୁମ୍ଵାଇ ୨୫।୦୨; ବଲିଉଡ୍ର ଚକୋଲେଟ୍ ହିରୋ ଅମୀର ଖାନ । ତାଙ୍କ ଫିଲ୍ମ ଲୋକଙ୍କ ହୃଦୟରେ ରାଜ୍ କରେ । ଅମୀର ସବୁବେଳେ ତାଙ୍କ ଫିଲ୍ମରେ ଏକ ଅନନ୍ୟ କାହାଣୂ ଉପସ୍ଥାପନ କରନ୍ତି। ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁଥାଏ । କିନ୍ତୁ ଯେତେବେଳେ ଏକ ଫୁଲ୍ମ ଲୋକଙ୍କ ସହ ଯୋଡି ହେବାରେ ବିଫଳ ହୁଏ ଏବଂ ଫ୍ଲପ ହୋଇଥାଏ। ତାହା ଅଭିନେତାଙ୍କ ଜୀବନ ଉପରେ କଣ ପ୍ରଭାବ ପକାଏ । ଅମୀର ଖାନ୍ ବହୁତ ପରିଶ୍ରମୀ ଅଭିନେତା । ସମସ୍ତେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି । ଚଳଚିତ୍ରରେ ଅଭିନୟ ବ୍ୟତୀତ , ସେ ଗୁଡିକୁ ପ୍ରଯୋଜନା ମଧ୍ୟ କରିଛନ୍ତି। ହେଲେ ଅଭିନେତା ଏବେ ତାଙ୍କ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏକ କାର୍ଯ୍ୟକ୍ରମରେ ଅଭିନେତା ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। । ଏହି ବିଷୟ ଗୁଡିକ ମଧ୍ୟରେ ଗୋଟିଏ ହେଉଛି ଫ୍ଲପ୍ ଫିଲ୍ମ । ଅମୀର ଖାନ୍ ଫିଲ୍ମର ବିଫଳତା ବିଷୟରେ ଖୋଲାଖୋଲି କହିଥିଲେ ଯେତେବେଳେ ମୋ ଫିଲ୍ମ ଗୁଡିକ ହିଟ୍ ହୁଏ ନାହିଁ.. ମୁଁ ବହୁତ ଦୁଃଖିତ ହୁଏ। ଫିଲ୍ମ ତିଆରି କରିବା କଷ୍ଟକର, କେତେକ ସମୟରେ ଜିନିଷ ଗୁଡିକ ଯୋଜନା ଅନୁଯାୟୀ ହୁଏ ନାହିଁ । ଲାଲ ସିଂ ଚଢାରେ ମୋର କାମ ବହୁତ ଭଲ ଥିଲା, ହେଲେ ଟମ୍ ହାଙ୍କସଙ୍କ ଭର୍ସନ ପରି କାମ କରିଥିଲା । ସେ ଆହୁରି କହିଛନ୍ତି ଯେତେବେଳେ ମୋ ଫିଲ୍ମ ଫ୍ଲପ୍ ହୁଏ , ମୁଁ ଦୁଇରୁ ତିନି ସପ୍ତାହ ପାଇଁ ଡିପ୍ରେସନକୁ ଚାଲିଯାଏ । ତା ପରେ ମୁଁ ମୋ ଟିମ୍
ମୁମ୍ଵାଇ ୨୫।୦୨; ବଲିଉଡ୍ର ଚକୋଲେଟ୍ ହିରୋ ଅମୀର ଖାନ । ତାଙ୍କ ଫିଲ୍ମ ଲୋକଙ୍କ ହୃଦୟରେ ରାଜ୍ କରେ । ଅମୀର ସବୁବେଳେ ତାଙ୍କ ଫିଲ୍ମରେ ଏକ ଅନନ୍ୟ କାହାଣୂ ଉପସ୍ଥାପନ କରନ୍ତି। ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁଥାଏ । କିନ୍ତୁ ଯେତେବେଳେ ଏକ ଫୁଲ୍ମ ଲୋକଙ୍କ ସହ ଯୋଡି ହେବାରେ ବିଫଳ ହୁଏ ଏବଂ ଫ୍ଲପ ହୋଇଥାଏ। ତାହା ଅଭିନେତାଙ୍କ ଜୀବନ ଉପରେ କଣ ପ୍ରଭାବ ପକାଏ ।

ଅମୀର ଖାନ୍ ବହୁତ ପରିଶ୍ରମୀ ଅଭିନେତା । ସମସ୍ତେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି । ଚଳଚିତ୍ରରେ ଅଭିନୟ ବ୍ୟତୀତ , ସେ ଗୁଡିକୁ ପ୍ରଯୋଜନା ମଧ୍ୟ କରିଛନ୍ତି। ହେଲେ ଅଭିନେତା ଏବେ ତାଙ୍କ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏକ କାର୍ଯ୍ୟକ୍ରମରେ ଅଭିନେତା ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। । ଏହି ବିଷୟ ଗୁଡିକ ମଧ୍ୟରେ ଗୋଟିଏ ହେଉଛି ଫ୍ଲପ୍ ଫିଲ୍ମ । ଅମୀର ଖାନ୍ ଫିଲ୍ମର ବିଫଳତା ବିଷୟରେ ଖୋଲାଖୋଲି କହିଥିଲେ ଯେତେବେଳେ ମୋ ଫିଲ୍ମ ଗୁଡିକ ହିଟ୍ ହୁଏ ନାହିଁ.. ମୁଁ ବହୁତ ଦୁଃଖିତ ହୁଏ। ଫିଲ୍ମ ତିଆରି କରିବା କଷ୍ଟକର, କେତେକ ସମୟରେ ଜିନିଷ ଗୁଡିକ ଯୋଜନା ଅନୁଯାୟୀ ହୁଏ ନାହିଁ । ଲାଲ ସିଂ ଚଢାରେ ମୋର କାମ ବହୁତ ଭଲ ଥିଲା, ହେଲେ ଟମ୍ ହାଙ୍କସଙ୍କ ଭର୍ସନ ପରି କାମ କରିଥିଲା ।
ସେ ଆହୁରି କହିଛନ୍ତି ଯେତେବେଳେ ମୋ ଫିଲ୍ମ ଫ୍ଲପ୍ ହୁଏ , ମୁଁ ଦୁଇରୁ ତିନି ସପ୍ତାହ ପାଇଁ ଡିପ୍ରେସନକୁ ଚାଲିଯାଏ । ତା ପରେ ମୁଁ ମୋ ଟିମ୍ ସହ ବସେ, କଣ ଭୁଲ ହୋଇଥିଲା ତା ବିଷୟରେ ଆଲୋଚନା କରୁ । ସେଥିରୁ କିଛି ଶିଖୁ। ମୁଁ ପ୍ରକୃତରେ ମୋ ବିଫଳତାକୁ ମୁଲ୍ୟ ଦିଏ । କାରଣ ସେଗୁଡିକ ମୋତେ ଭଲ କରିବାର ପ୍ରେରଣା ଦିଏ । କହିବାକୁ ଗଲେ ୨୦୨୨ରେ ରିଲିଜ ହୋଇଥିବା ଫିଲ୍ମ ଲାଲ୍ ସିଂ ଚଡ୍ଡା ହଲିଉଡ୍ ଫିଲ୍ମର ରିମେକ। ଏହି ଫିଲ୍ମ ପାଇଁ ଅମୀର ଖାନ ବହୁତ ପରିଶ୍ରଡ଼ କରିଥିଲେ । ଏହା ବ୍ୟତୀତ ପ୍ରସ୍ତୁ କରିବାକୁ ବହୁତ ସମୟ ଲାଗିଥିଲା। ଏହି ସବୁ ସତ୍ତ୍ଵେ ଫିଲ୍ମଟୋ ବକ୍ସ ଅଫିସ୍ରେ ଫ୍ଲପ ହୋଇଥିଲା ।