ଫିଲ୍ମ ଷ୍ଟାଇଲ୍‌ରେ କାର କାଚ ଭାଙ୍ଗି ଟେକିନେଲେ

କୋରାପୁଟ,୧୩।୭: କୋରାପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ଗାଁର ଜଣେ ମିଲ ମାଲିକଙ୍କୁ ଅପହରଣ କରାଯାଇଛି। ଅପହରଣ ହୋଇଥିବା ମିଲ ମାଲିକ ହେଲେ ଏ. ରମେଶ ପାତ୍ର। ରମେଶ ପେରାହାଣ୍ଡି ଏସ୍‌ଏଲ୍‌ଭିଏନ୍‌ ମୋଡେନ ରାଇସ ମିଲର ମାଲିକ। ଶୁକ୍ରବାର ସନ୍ଧ୍ୟାରୁ ରମେଶ ଘରକୁ ଫେରି ନାହାନ୍ତି। ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ ଫିଲ୍ମ ଷ୍ଟାଇଲ୍‌ରେ କାର କାଚ ଭାଙ୍ଗି ତାଙ୍କୁ ଟେକିନେଲେ। ଅପହରଣର କାରଣ ଅସ୍ପଷ୍ଟ ଥିବା ବେଳେ, […] The post ଫିଲ୍ମ ଷ୍ଟାଇଲ୍‌ରେ କାର କାଚ ଭାଙ୍ଗି ଟେକିନେଲେ appeared first on Dharitri Odia News.

ଫିଲ୍ମ ଷ୍ଟାଇଲ୍‌ରେ କାର କାଚ ଭାଙ୍ଗି ଟେକିନେଲେ

କୋରାପୁଟ,୧୩।୭: କୋରାପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ଗାଁର ଜଣେ ମିଲ ମାଲିକଙ୍କୁ ଅପହରଣ କରାଯାଇଛି। ଅପହରଣ ହୋଇଥିବା ମିଲ ମାଲିକ ହେଲେ ଏ. ରମେଶ ପାତ୍ର। ରମେଶ ପେରାହାଣ୍ଡି ଏସ୍‌ଏଲ୍‌ଭିଏନ୍‌ ମୋଡେନ ରାଇସ ମିଲର ମାଲିକ। ଶୁକ୍ରବାର ସନ୍ଧ୍ୟାରୁ ରମେଶ ଘରକୁ ଫେରି ନାହାନ୍ତି। ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ ଫିଲ୍ମ ଷ୍ଟାଇଲ୍‌ରେ କାର କାଚ ଭାଙ୍ଗି ତାଙ୍କୁ ଟେକିନେଲେ। ଅପହରଣର କାରଣ ଅସ୍ପଷ୍ଟ ଥିବା ବେଳେ, ଅପହରଣକାରୀମାନେ ଟଙ୍କା ମାଗୁଥିବା ଚର୍ଚ୍ଚା ହେଉଛି। ବୋରିଗୁମ୍ମା ଥାନାରେ ତାଙ୍କ ପରିବାର ଲୋକ ଏତଲା ଦେଇଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି।

The post ଫିଲ୍ମ ଷ୍ଟାଇଲ୍‌ରେ କାର କାଚ ଭାଙ୍ଗି ଟେକିନେଲେ appeared first on Dharitri Odia News.