ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗେଙ୍ଗୁଟିପାଲି ଦଳ ବିଜୟୀ

ସମ୍ବଲପୁର: ସ୍ଥାନୀୟ ଧନକଉଡା ବ୍ଲକ ଅନ୍ତର୍ଗତ କାଈଁଶୀର ନିର୍ଗୁଣପଡ଼ା ଠାରେ କ୍ରିଷ୍ଣା ଆଦିବାସୀ କ୍ଲବ ଆନୁକୂଲ୍ୟରେ ଆୟୋଜତି ୨୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ରହିଥିଲେ। ସମ୍ମାନୀତ ଅତିଥି ରୂପେ ବବୃବାହନ ଭୋଇ, ଜାମିନି ବହିଦାର, ବୁଦ୍ଧରାମ ମୁର୍ମୁ, ରାଜେନ୍ଦ୍ର ଓରାମ, ଦୁଲାଲ ଚନ୍ଦ୍ର ରାୟ, ଶେଷଦେବ ଗୁରୁ, ରାଜେଶ ଗୁପ୍ତା, ବାବୁରାମ ପଟେଲ, ସଦାନନ୍ଦ ସାହୁ ଏବଂ […]

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗେଙ୍ଗୁଟିପାଲି ଦଳ ବିଜୟୀ

ସମ୍ବଲପୁର: ସ୍ଥାନୀୟ ଧନକଉଡା ବ୍ଲକ ଅନ୍ତର୍ଗତ କାଈଁଶୀର ନିର୍ଗୁଣପଡ଼ା ଠାରେ କ୍ରିଷ୍ଣା ଆଦିବାସୀ କ୍ଲବ ଆନୁକୂଲ୍ୟରେ ଆୟୋଜତି ୨୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ରହିଥିଲେ। ସମ୍ମାନୀତ ଅତିଥି ରୂପେ ବବୃବାହନ ଭୋଇ, ଜାମିନି ବହିଦାର, ବୁଦ୍ଧରାମ ମୁର୍ମୁ, ରାଜେନ୍ଦ୍ର ଓରାମ, ଦୁଲାଲ ଚନ୍ଦ୍ର ରାୟ, ଶେଷଦେବ ଗୁରୁ, ରାଜେଶ ଗୁପ୍ତା, ବାବୁରାମ ପଟେଲ, ସଦାନନ୍ଦ ସାହୁ ଏବଂ କ୍ରିଷ୍ଣା କ୍ଲବର ସଭାପତି ସୁରେଶ ଓରାମ, ସମ୍ପାଦକ ଭୀମ ଓରାମ ଉପସ୍ଥିତ ରହିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ରୟାଲ ଫୁଟବଲ ରେଙ୍ଗାଲି ଦଳ ଓ ଗେଙ୍ଗୁଟିପାଲି ଫୁଟବଲ କ୍ଲବ ଦଳ ମଧ୍ୟରେ ହୋଇଥିଲା। ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଗେଙ୍ଗୁଟିପାଲି ଦଳ ୪ – ୩ ଗୋଲରେ ରେଙ୍ଗାଲି ଦଳକୁ ହରାଇ ଚାମ୍ପିୟନ ହୋଇଛି। ବିଜେତା ଓ ଉପ ବିଜେତା ଦଳକୁ ବିଧାୟକ ଶ୍ରୀ ହରିପାଲ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ ଓ ପରିଚାଳନାରେ କ୍ଲବର ସଦସ୍ୟ ଅଜିତ ଓରାମ, ଜଗଦୀଶ ଓରାମ, ମହେଶ ଓରାମ, କିଶୋର ଖଡିଆ, ପୁଷ୍ପକ ଓରାମ, ସୁରଜ ଓରାମ, ଶକ୍ତି ଚୌଧୁରୀ, ରବିନ ଓରାମ, ଶୋଭା ଓରାମଙ୍କ ସମେତ ସଦସ୍ୟ ମାନେ ସହଯୋଗ କରିଥିଲେ।