ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି, ଆଜି ଘୋଷଣା ହେବ ପୂରା ସିଡ୍ୟୁଲ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ ଦୁଇ ମାସ ସମୟ ବାକି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କ୍ରୀଡ଼ାସୂଚୀ ଘୋଷଣା ହୋଇ ପାରିନି। ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ କାରଣରୁ ଏମିତି ଅଚଳାବସ୍ଥା ଲାଗି ରହିଛି। ତେବେ ଏହା ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଆଜି ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ାସୂଚୀ ଘୋଷଣା କରାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନର ଅଧିକାର ପାକିସ୍ତାନ ପାଖରେ ରହିଛି। କିନ୍ତୁ ଭାରତ ସୁରକ୍ଷା କାରଣ ଦର୍ଶାଇ ନିଜ ଦଳକୁ ପାକିସ୍ତାନ ପଠାଇବାକୁ ମନା କରି ଦେଇଥିଲା। ଏହା ପରଠୁ ବିସିସିଆଇ ଓ ପିସିବି ମଧ୍ୟରେ ଟଣାଓଟରା ସ୍ଥିତି ଲାଗି ରହିଥିଲା। ଭାରତ ହାଇବ୍ରିଡ ମଡେଲ୍ରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପାକିସ୍ତାନ ପ୍ରଥମେ ଏହାକୁ ଗ୍ରହଣ କରିବାକୁ ରାଜି ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ କିଛି ସର୍ତ୍ତ ସହିତ ହାଇବ୍ରିଡ ମଡେଲ୍ ଲାଗୁ କରିବା ନେଇ ସହମତି ଦେଇଛି। Also read: ୨୦୨୪ରେ ୨୮ କ୍ରିକେଟର କ୍ରିକେଟକୁ କଲେ ଅଲ୍ବିଦା, ଜାଣନ୍ତୁ କିଏ କିଏ କେଉଁ ଫର୍ମାଟରୁ ନେଇଛନ୍ତି ଅବସରବିସିସିଆଇ ଓ ପିସିବି ମଧ୍ୟରେ ମଧ୍ୟସ୍ଥ ସାଜି ଆଇସିସି ରାଜିନାମା କରିଛି। ଏହାରି ଆଧାରରେ ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ଗୁଡ଼ିକ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ ମଡେଲ୍ ଆଧାରରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ସ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ ଦୁଇ ମାସ ସମୟ ବାକି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କ୍ରୀଡ଼ାସୂଚୀ ଘୋଷଣା ହୋଇ ପାରିନି। ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ କାରଣରୁ ଏମିତି ଅଚଳାବସ୍ଥା ଲାଗି ରହିଛି। ତେବେ ଏହା ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଆଜି ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ାସୂଚୀ ଘୋଷଣା କରାଯିବ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନର ଅଧିକାର ପାକିସ୍ତାନ ପାଖରେ ରହିଛି। କିନ୍ତୁ ଭାରତ ସୁରକ୍ଷା କାରଣ ଦର୍ଶାଇ ନିଜ ଦଳକୁ ପାକିସ୍ତାନ ପଠାଇବାକୁ ମନା କରି ଦେଇଥିଲା। ଏହା ପରଠୁ ବିସିସିଆଇ ଓ ପିସିବି ମଧ୍ୟରେ ଟଣାଓଟରା ସ୍ଥିତି ଲାଗି ରହିଥିଲା। ଭାରତ ହାଇବ୍ରିଡ ମଡେଲ୍ରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପାକିସ୍ତାନ ପ୍ରଥମେ ଏହାକୁ ଗ୍ରହଣ କରିବାକୁ ରାଜି ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ କିଛି ସର୍ତ୍ତ ସହିତ ହାଇବ୍ରିଡ ମଡେଲ୍ ଲାଗୁ କରିବା ନେଇ ସହମତି ଦେଇଛି।
Also read: ୨୦୨୪ରେ ୨୮ କ୍ରିକେଟର କ୍ରିକେଟକୁ କଲେ ଅଲ୍ବିଦା, ଜାଣନ୍ତୁ କିଏ କିଏ କେଉଁ ଫର୍ମାଟରୁ ନେଇଛନ୍ତି ଅବସର
ବିସିସିଆଇ ଓ ପିସିବି ମଧ୍ୟରେ ମଧ୍ୟସ୍ଥ ସାଜି ଆଇସିସି ରାଜିନାମା କରିଛି। ଏହାରି ଆଧାରରେ ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ଗୁଡ଼ିକ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ ମଡେଲ୍ ଆଧାରରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।
ସେହି ହିସାବରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ୧୦ଟି ମ୍ୟାଚ୍ ଆୟୋଜନ କରିବ। ଲିଗ୍ ପର୍ଯ୍ୟାୟରେ ଭାରତ ନିଜର ତିନୋଟି ମ୍ୟାଚ୍ ଦୁବାଇରେ ଖେଳିବ। ଲିଗ୍ ମ୍ୟାଚ୍ ବ୍ୟତୀତ ସେମି ଓ ଫାଇନାଲ୍ ଯିବା ସ୍ଥିତିରେ ଏହି ଦୁଇ ନକଆଉଟ୍ ମ୍ୟାଚ୍ ଦୁବାଇରେ ଖେଳାଯିବ। ଯଦି ଭାରତ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡ଼େ ତେବେ ସେମି ଫାଇନାଲ୍ ଓ ଫାଇନାଲ୍ ଲାହୋର ଓ ରାଓ୍ଵଲପିଣ୍ଡିରେ ଖେଳାଯିବ।
Also read: କୋଟିକୋଟି ସମ୍ପତ୍ତିର ମାଲିକ ଟିମ୍ ଇଣ୍ଡିଆର ଷ୍ଟାର ବୋଲର, ଜାଣନ୍ତୁ କେଉଁଠୁ କରନ୍ତି ରୋଜଗାର ?
ରାଜିନାମା ଅନୁଯାୟୀ, ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ। ଏହି ବିଶ୍ଵକପ୍ ଭାରତ ଓ ଶ୍ରୀଲଙ୍କାର ମିଳିତ ଆନୁକୂଲ୍ୟରେ ଖେଳାଯିବ। ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ କଲୋମ୍ବୋରେ ଖେଳିବ ବୋଲି ଦାବି କରିଛି। ତେବେ ଟି-୨୦ ବିଶ୍ଵକପ୍ର ନକଆଉଟ୍ ମ୍ୟାଚ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ବର୍ତ୍ତମାନ ସମସ୍ତ ଫୋକସ ଚାମ୍ପିଅନ୍ସ ଟ୍ରଫି ଉପରେ ରହିଛି।