ଫେବ୍ରୁଆରୀରେ ୧.୨୬ କୋଟି ଘରୋଇ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା, ୬୦% ସେୟାର ସହ ଇଣ୍ଡିଗୋ ଏକ ନମ୍ବର

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରୀରେ ୧.୨୬ କୋଟି ଘରୋଇ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା । ଆଉ ଏହା ସହ ଫେବ୍ରୁଆରୀରେ ଘରୋଇ ବିମାନ ଯାତ୍ରା ବାର୍ଷିକ ଆଧାରରେ ୪.୮ ପ୍ରତିଶତ ବଢ଼ିଛି।ଶୁକ୍ରବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କହିଛି ଯେ, ଫେବ୍ରୁଆରୀରେ ୧.୨୬ କୋଟି ଘରୋଇ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି।ଯେତେବେଳେକି ଗତ ବର୍ଷ ଫେବ୍ରୁଆରୀରେ ୧.୨୧ କୋଟି ଲୋକେ ଯାତ୍ରା କରିଥିଲେ। ଅବଶ୍ୟ ଜାନୁଆରୀ ୨୦୨୪ ତୁଳନାରେ ଏହା କମ୍‌। କାରଣ ଜାନୁଆରୀ ୨୦୨୪ରେ ୧.୩୧ କୋଟି ଘରୋଇ ଯାତ୍ରୀ ବିମାନ ଯାତ୍ରା କରିଥିଲେ। ଡିଜିସିଏ କହିଛି ୨୦୨୪ ଜାନୁଆରୀ-ଫେବ୍ରୁଆରୀରେ ଘରୋଇ ଏୟାରଲାଇନ୍ସରେ ୨୫୭.୭୮ ଲକ୍ଷ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। ଏଭଳି ରହିଛି ମାର୍କେଟ କବଜା:ଫେବ୍ରୁଆରୀରେ ଏୟାର ଇଣ୍ଡିଆର ବଜାର କବଜା ୧୨.୨ ପ୍ରତିଶତରୁ ୧୨.୮ ପ୍ରତିଶତକୁ ବଢ଼ିଛି। ଇଣ୍ଡିଗୋର ୬୦.୧ ପ୍ରତିଶତ ରହିଛି। ସେହିଭଳି ଗତ ମାସରେ ସ୍ପାଇସଜେଟ୍‌ ବଜାର ଅଂଶଧନ ୫.୬ ପ୍ରତିଶତରୁ କମି ୫.୨ ପ୍ରତିଶତ ହୋଇଛି। ଭିସ୍ତାରା ଏବଂ ଅକାଶା ଏୟାରର ମଧ୍ୟ କ୍ରମଶଃ ୯.୯ ପ୍ରତିଶତ ଏବଂ ୪.୫ ପ୍ରତିଶତରେ ରହିଛନ୍ତି।ଡିଜିସିଏ ଆହୁରି କହିଛି ବିମାନ ରଦ୍ଦ ହେବା କାରଣରୁ ୨୯,୧୪୩ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ଏବଂ ଏହାର କ୍ଷତିପୂରଣ ବାବଦକୁ ୯୯.୯୬ ଲକ୍ଷ ଖର୍ଚ୍ଚ ହୋଇଛି। ସେହିଭଳି ୧,୫୫,୩୮୭ ଯାତ୍ରୀ ବିମାନ ବିଳମ୍ବ କାରଣରୁ ପ୍ରଭାବିତ ହୋଇଥି

ଫେବ୍ରୁଆରୀରେ ୧.୨୬ କୋଟି ଘରୋଇ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା, ୬୦% ସେୟାର ସହ ଇଣ୍ଡିଗୋ ଏକ ନମ୍ବର

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରୀରେ ୧.୨୬ କୋଟି ଘରୋଇ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା । ଆଉ ଏହା ସହ ଫେବ୍ରୁଆରୀରେ ଘରୋଇ ବିମାନ ଯାତ୍ରା ବାର୍ଷିକ ଆଧାରରେ ୪.୮ ପ୍ରତିଶତ ବଢ଼ିଛି।ଶୁକ୍ରବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କହିଛି ଯେ, ଫେବ୍ରୁଆରୀରେ ୧.୨୬ କୋଟି ଘରୋଇ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି।

ଯେତେବେଳେକି ଗତ ବର୍ଷ ଫେବ୍ରୁଆରୀରେ ୧.୨୧ କୋଟି ଲୋକେ ଯାତ୍ରା କରିଥିଲେ। ଅବଶ୍ୟ ଜାନୁଆରୀ ୨୦୨୪ ତୁଳନାରେ ଏହା କମ୍‌। କାରଣ ଜାନୁଆରୀ ୨୦୨୪ରେ ୧.୩୧ କୋଟି ଘରୋଇ ଯାତ୍ରୀ ବିମାନ ଯାତ୍ରା କରିଥିଲେ। ଡିଜିସିଏ କହିଛି ୨୦୨୪ ଜାନୁଆରୀ-ଫେବ୍ରୁଆରୀରେ ଘରୋଇ ଏୟାରଲାଇନ୍ସରେ ୨୫୭.୭୮ ଲକ୍ଷ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। 

ଏଭଳି ରହିଛି ମାର୍କେଟ କବଜା:

ଫେବ୍ରୁଆରୀରେ ଏୟାର ଇଣ୍ଡିଆର ବଜାର କବଜା ୧୨.୨ ପ୍ରତିଶତରୁ ୧୨.୮ ପ୍ରତିଶତକୁ ବଢ଼ିଛି। ଇଣ୍ଡିଗୋର ୬୦.୧ ପ୍ରତିଶତ ରହିଛି। ସେହିଭଳି ଗତ ମାସରେ ସ୍ପାଇସଜେଟ୍‌ ବଜାର ଅଂଶଧନ ୫.୬ ପ୍ରତିଶତରୁ କମି ୫.୨ ପ୍ରତିଶତ ହୋଇଛି। ଭିସ୍ତାରା ଏବଂ ଅକାଶା ଏୟାରର ମଧ୍ୟ କ୍ରମଶଃ ୯.୯ ପ୍ରତିଶତ ଏବଂ ୪.୫ ପ୍ରତିଶତରେ ରହିଛନ୍ତି।

ଡିଜିସିଏ ଆହୁରି କହିଛି ବିମାନ ରଦ୍ଦ ହେବା କାରଣରୁ ୨୯,୧୪୩ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ଏବଂ ଏହାର କ୍ଷତିପୂରଣ ବାବଦକୁ ୯୯.୯୬ ଲକ୍ଷ ଖର୍ଚ୍ଚ ହୋଇଛି। ସେହିଭଳି ୧,୫୫,୩୮୭ ଯାତ୍ରୀ ବିମାନ ବିଳମ୍ବ କାରଣରୁ ପ୍ରଭାବିତ ହୋଇଥିଲେ। ସେମାନଙ୍କ ସୁବିଧା ପାଇଁ ୨୨.୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।