ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ, ଏଣିକି ଭଏସ କଲ ଏବଂ ଏସଏମଏସ ପାଇଁ ମିଳିବ ସ୍ୱତନ୍ତ୍ର ଭାଉଚର

ନୂଆଦିଲ୍ଲୀ: ଟେଲିକମ ରେଗୁଲେସନ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଏଣିକି ଭଏସ କଲ, ଏସଏମଏସ ପାଇଁ ମିଳିବ ସ୍ୱତନ୍ତ୍ର ଭାଉଚର। ଅତି କମରେ ୧୦ଟଙ୍କିଆ ଭାଉଚର ରଖିବାକୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଟ୍ରାଇ ନିର୍ଦେଶ ଦେଇଛି। ଏହି ଘୋଷଣା ଫଳରେ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଟ୍ରାଇ ପକ୍ଷରୁ ଟାରିଫ ନିୟମରେ ସଂଶୋଧନ ଅଣାଯାଇଛି। ଭଏସ କଲ ଏବଂ ଏସଏମଏସ ପାଇଁ ସ୍ୱତନ୍ତ୍ର ଭାଉଚର ଆଣିବାକୁ ନିର୍ଦେଶ ଦିଆଯାଇଛି। […]

ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ, ଏଣିକି ଭଏସ କଲ ଏବଂ ଏସଏମଏସ ପାଇଁ ମିଳିବ ସ୍ୱତନ୍ତ୍ର ଭାଉଚର

ନୂଆଦିଲ୍ଲୀ: ଟେଲିକମ ରେଗୁଲେସନ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଏଣିକି ଭଏସ କଲ, ଏସଏମଏସ ପାଇଁ ମିଳିବ ସ୍ୱତନ୍ତ୍ର ଭାଉଚର। ଅତି କମରେ ୧୦ଟଙ୍କିଆ ଭାଉଚର ରଖିବାକୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଟ୍ରାଇ ନିର୍ଦେଶ ଦେଇଛି। ଏହି ଘୋଷଣା ଫଳରେ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଟ୍ରାଇ ପକ୍ଷରୁ ଟାରିଫ ନିୟମରେ ସଂଶୋଧନ ଅଣାଯାଇଛି। ଭଏସ କଲ ଏବଂ ଏସଏମଏସ ପାଇଁ ସ୍ୱତନ୍ତ୍ର ଭାଉଚର ଆଣିବାକୁ ନିର୍ଦେଶ ଦିଆଯାଇଛି। ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ଦିନକୁ ବୃଦ୍ଧି ନିର୍ଦେଶ ଦିଆଯାଇଥିବାବେଳେ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ଏହି ଫାଇଦା ମିଳିବ ବୋଲି କୁହାଯାଇଛି।