ଫେରୁଛନ୍ତି କରଣ ଅର୍ଜୁନ

ସିନେ ପ୍ରେମୀଙ୍କ ହୃଦୟରେ ଆକନିକ୍‌ ଫିଲ୍ମ କରଣ ଅର୍ଜୁନ୍‌ ସବୁବେଳେ ରହିବ । ଆଜି ମଧ୍ୟ ଏହି ଫିଲ୍ମ ଦେଖିବାକୁ ଲୋକଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ବଲିଉଡ୍‌ରେ ଚାଲିଥିବା ରି ରିଲିଜ୍‌ର ଧାରାରେ ସାମିଲ ହୋଇଛି ଏହି ଆକନିକ୍‌ ଫିଲ୍ମ । ପାଖାପାଖି ୩୦ ବର୍ଷ ପରେ ଏହି ଫିଲ୍ମ ପୁଣି ଥିଏଟରକୁ ଫେରିବ । ୧୯୯୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ନଭେମ୍ବର ୨୨ରେ ପୁଣି ଥିଏଟରରେ ରିଲିଜ୍‌ ହେବ […]

ଫେରୁଛନ୍ତି କରଣ ଅର୍ଜୁନ
ଫେରୁଛନ୍ତି କରଣ ଅର୍ଜୁନ

ସିନେ ପ୍ରେମୀଙ୍କ ହୃଦୟରେ ଆକନିକ୍‌ ଫିଲ୍ମ କରଣ ଅର୍ଜୁନ୍‌ ସବୁବେଳେ ରହିବ । ଆଜି ମଧ୍ୟ ଏହି ଫିଲ୍ମ ଦେଖିବାକୁ ଲୋକଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ବଲିଉଡ୍‌ରେ ଚାଲିଥିବା ରି ରିଲିଜ୍‌ର ଧାରାରେ ସାମିଲ ହୋଇଛି ଏହି ଆକନିକ୍‌ ଫିଲ୍ମ । ପାଖାପାଖି ୩୦ ବର୍ଷ ପରେ ଏହି ଫିଲ୍ମ ପୁଣି ଥିଏଟରକୁ ଫେରିବ । ୧୯୯୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ନଭେମ୍ବର ୨୨ରେ ପୁଣି ଥିଏଟରରେ ରିଲିଜ୍‌ ହେବ ବୋଲି ଯୋଜନା ହୋଇଛି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଏହି ଖବରଟି ବେଶ୍‌ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ୟୁଜର୍ସମାନେ ଖୁବ ଉତ୍ସାହିତ ଥିବା ସେମାନଙ୍କ କମେଣ୍ଟରୁ ଜାଣି ହେଉଛି । ରାକେଶ ରୋଶନଙ୍କ ପକ୍ଷରୁ ଏନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ତେଣୁ ଏହି ଫିଲ୍ମର ଫ୍ୟାନ୍‌ମାନେ ବର୍ତ୍ତମାନ ଖୁବ ଉତ୍ସାହର ସହ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି ।